ETV Bharat / international

ଗୁଗୁଲ ଡାଟା ସେଣ୍ଟରରେ ଅଗ୍ନିକାଣ୍ଡ: ୩ କର୍ମଚାରୀ ଆହତ - ଗୁଗୁଲ ବିଲ୍ଡିଂରେ ଅଗ୍ନିକାଣ୍ଡ

ଆମେରିକା କାଉନସିଲ ବ୍ଲଫ୍ସ ସ୍ଥିତ ଗୁଗୁଲର ଡାଟା ସେଣ୍ଟରରେ ଅଗ୍ନିକାଣ୍ଡ । ୩ କର୍ମଚାରୀ ଆହତ । ଅଧିକ ପଢନ୍ତୁ

ଗୁଗୁଲ ଡାଟା ସେଣ୍ଟରରେ ଅଗ୍ନିକାଣ୍ଡ: ୩ କର୍ମଚାରୀ ଆହତ

author img

By

Published : Aug 9, 2022, 2:15 PM IST

ୱାଶିଂଟନ: ବିଶ୍ବର ବୃହତ୍ ସର୍ଚ୍ଚ ଇଞ୍ଜିନ ଗୁଗୁଲ ବିଲ୍ଡିଂରେ ଅଗ୍ନିକାଣ୍ଡ । ଗୁଗୁଲର ଆମେରିକା କାଉନସିଲ ବ୍ଲଫ୍ସ(Council Bluffs) ସ୍ଥିତ ଡାଟା ସେଣ୍ଟରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ବିସ୍ଫୋରଣ ପରେ ଡାଟା ସେଣ୍ଟର ବିଲ୍ଡିଂରେ ନିଆଁ ଲାଗିଯାଇଥିବା ସୂଚନା ମିଳିଛି । ଏଥିରେ ତିନି ଜଣ କର୍ମଚାରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ରହିଛି ।

ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗୁଗୁଲର ଜଣେ ମୁଖପାତ୍ର ଏ ସମ୍ପର୍କିତ ସୂଚନା ଦେଇଛନ୍ତି । ସେ କହିଛନ୍ତି, ''ସମସ୍ତ କର୍ମଚାରୀଙ୍କ ସ୍ବାସ୍ଥ୍ୟ ନିରାପତ୍ତା ଆମର ସର୍ବୋଚ୍ଚ ପ୍ରାଥମିକତା । ଏହି ଅଗ୍ନିକାଣ୍ଡ ଘଟଣାର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯାଉଛି ଏବଂ ଆବଶ୍ୟକତା ଅନୁଯାୟୀ ସମସ୍ତ ସହୟତା ଯୋଗାଇ ଦିଆଯାଉଛି ।'' ଅନ୍ୟପଟେ ଆଜି ଅନେକ ଲୋକଙ୍କ କ୍ଷେତ୍ରରେ ଗୁଗୁଲ ସର୍ଚ୍ଚ ଏବଂ ଟ୍ରେଣ୍ଡ ସେବା ବ୍ୟାହତ ରହିଛି ।

ୟୁଜର୍ସମାନେ ସୋସିଆଲ ମିଡିଆରେ ଏନେଇ ଅଭିଯୋଗ କରିଛନ୍ତି । ପ୍ରାୟ ୪୦ ହଜାର ୟୁଜର୍ସ ଗୁଗୁଲ ସର୍ଚ୍ଚରେ ସମସ୍ୟା ନେଇ ଅବଗତ କରିଥିବା ଜଣାପଡିଛି । ଆମେରିକା ସ୍ଥିତ ଡାଟା ସେଣ୍ଟରରେ ବିସ୍ଫୋରଣ ଯୋଗୁଁ ଏହି ସମସ୍ୟା ସୃଷ୍ଟି ହୋଇଥିବା କୁହାଯାଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.