ETV Bharat / international

ପୁଣି ଆଫଗାନିସ୍ତାନରେ ଭୂକମ୍ପ ଝଟକା, ତୀବ୍ରତା 4.3 ରେକର୍ଡ

author img

By

Published : Dec 11, 2022, 8:43 AM IST

ଭୂକମ୍ପରେ ଥରିଲା ଆଫଗାନିସ୍ତାନ । ରିକ୍ଟର ସ୍କେଲରେ ଏହାର ତୀବ୍ରତା 4.3 ଆକଳନ କରାଯାଇଛି । ଅଧିକ ପଢ଼ନ୍ତୁ

earthquake hits in Afghanistan
ପୁଣି ଆଫଗାନିସ୍ତାନରେ ଭୂକମ୍ପ ଝଟକା, ତୀବ୍ରତା 4.3 ରେକର୍ଡ

କାବୁଲ: ପୁଣି ଭୂକମ୍ପରେ ଥରିଲା ଆଗାନିସ୍ତାନ । ରିକ୍ଟର ସ୍କେଲରେ ଏହାର ତୀବ୍ରତା 4.3 ରେକର୍ଡ କରାଯାଇଛି । କାବୁଲର ଦକ୍ଷିଣ ପୂର୍ବରୁ 21 କିଲୋମିଟର ଦୂରରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର(National Center for Seismology) ପକ୍ଷରୁ ସୂଚନା ଦିଆଯାଇଛି ।

ଆଜି (ରବିବାର) ସକାଳ 7.22 ମିନିଟରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ସୂଚନା ଅନୁସାରେ, କାବୁଲର ଦକ୍ଷିଣ ପୂର୍ବରୁ 21 କିଲୋମିଟର ଦୂରରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା । ଏହାର ଗଭୀରତା 10 କିଲୋମିଟର ରେକର୍ଡ କରାଯାଇଛି । ସେହିପରି ଅକ୍ଷାଂଶ 34.44 ହୋଇଥିବାବେଳେ ଦ୍ରାଘିମା 69.39 ରହିଛି । ତେବେ ଏହି ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇଥିବା ନେଇ ସୂଚନା ମିଳିନାହିଁ ।

ସୂଚନା ଥାଉକି, ଏହା ପୂର୍ବରୁ ନଭେମ୍ବର 26 ତାରିଖରେ ଫାୟାଜବାଦରେ 4.2 ତୀବ୍ରତାର ଭୂକମ୍ପ ହୋଇଥିଲା। ଫାୟାଜାବାଦର ଦକ୍ଷିଣ ପୂର୍ବରୁ 105 କିଲୋମିଟର ଦୂରରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା । ଏହାର ଗଭୀରତା 137 କିଲୋମିଟର ରେକର୍ଡ କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.