ETV Bharat / international

ଦ୍ୱିତୀୟ ବିବାହ କଲା ଅଣ୍ଡରୱାର୍ଲ୍ଡ ଡନ୍ ଦଉଦ୍ ଇବ୍ରାହିମ - ମହଜବିନ୍‌

ଦଉଦ୍‌ ଦ୍ବିତୀୟ ବିବାହ କରିଥିବା ନେଇ ଜୋର ଧରିଛି ଚର୍ଚ୍ଚା । ଦାଉଦର ଦ୍ୱିତୀୟ ବିବାହ ନେଇ ଖୁଲସା କରିଛି ଦାଉଦର ଭଣଜା ଆଲିଶାହ ପାର୍କର । ଅଧିକ ପଢ଼ନ୍ତୁ ।

ପୁଣି ଚର୍ଚ୍ଚାରେ ଅଣ୍ଡରୱାର୍ଲ୍ଡ କିଙ୍ଗ୍‌ ଦଉଦ୍ ଇବ୍ରାହିମ୍

author img

By

Published : Jan 17, 2023, 8:55 PM IST

ହାଇଦ୍ରାବାଦ: ପୁଣି ଚର୍ଚ୍ଚାରେ ଅଣ୍ଡରୱାର୍ଲ୍ଡ କିଙ୍ଗ୍‌ ଦଉଦ୍ ଇବ୍ରାହିମ୍ । ଦଉଦ୍‌ ଦ୍ବିତୀୟ ବିବାହ କରିଥିବା ନେଇ ଚର୍ଚ୍ଚା ଜୋର ଧରିଛି । ପାକିସ୍ତାନର ଜଣେ ମୁସ୍‌ଲିମ ମହିଳାକୁ ଦାଉଦର ଦ୍ୱିତୀୟ ବିବାହ କରିଥିବା ସୂଚନା ମିଳିଛି । ଏନେଇ ଖୁଲସା କରିଛନ୍ତି ଦାଉଦର ଭଉଣୀ ହସିନା ପାର୍କରର ପୁଅ ତଥା ଦାଉଦର ଭଣଜା ଆଲିଶାହ ପାର୍କର । ତେବେ ଏନ୍‌ଆଇଏକୁ ମିଳିଥିବା ସୂଚନା ଅନୁଯାୟୀ ସେ ବର୍ତ୍ତମାନ ବିଭିନ୍ନ ଦେଶରେ ହିଂସା ସୃଷ୍ଟି କରିବାକୁ ଉଦ୍ୟମ କରୁଛି । ଯାହା ଫଳରେ ଦାଉଦ୍ ଇବ୍ରାହିମର ଟେରର ନେଟୱାର୍କକୁ ଧରିବା ପାଇଁ ଜାତୀୟ ତଦନ୍ତକାରୀ ସଂସ୍ଥା ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା। ଏହି ଚଢ଼ାଉ ସମୟରେ କିଛି ଲୋକଙ୍କୁ ଗିରଫ ମଧ୍ୟ କରିଥିଲା ଏନ୍‌ଆଇଏ (NIA)। ଏହି ସମୟରେ ଆଲିଶାହ ମଧ୍ୟ ଏନ୍‌ଆଇଏ ହାତରେ ଧରାପଡିଥିଲା । ଇନ୍‌ଭେଷ୍ଟଗେସନ ଏଜେନ୍ସିର ପଚରାଉଚରା ପରେ ସେ ଦାଉଦ୍‌କୁ ନେଇ ଚାଞ୍ଚଲ୍ୟକର ସୂଚନା ଦେଇଛି ।

ଦାଉଦର ଭଣଜା ଆଲିଶାହ ପାର୍କର କହିଛି, ଦାଉଦ୍ ଇବ୍ରାହିମ୍ ପାକିସ୍ତାନରେ ଦ୍ୱିତୀୟ ବିବାହ କରିସାରିଛନ୍ତି । ତାଙ୍କ ଦ୍ୱିତୀୟ ପତ୍ନୀ ଜଣେ ପାକିସ୍ତାନୀ ମହିଳା । ସେ ମୁସଲିମ ପରିବାରର ବୋଲି ଆଲିଶାହ ସୂଚନା ଦେଇଛି । ତେବେ ଦ୍ୱିତୀୟ ବିବାହ ସହିତ ଦାଉଦ୍ ତାଙ୍କ ପ୍ରଥମ ପତ୍ନୀ ମହଜବିନ୍‌ଙ୍କୁ ତଲାକ୍ ଦେଇଥିବା ସୂଚନା ମିଳିଛି ।

ଏନ୍‌ଆଇଏ ଦ୍ବାରା ଟେରର ଫଣ୍ତିଂ କେସକୁ ନେଇ ଏକ ଚାର୍ଜ ସିଟ୍‌ ଦାଖଲ କରାଯାଇଛି । ଏଜେନ୍ସିର କହିଛି ଆଲିଶା ପାର୍କର ପରିବାର ସଂର୍ପକୀତ ଏନେକ ଜରୁରୀ ତଥ୍ୟ ପ୍ରଦାନ କରିଛି । ସେ କହିଛି ଦଉଦ୍‌ ଇବ୍ରାହିମ୍ ୪ ଭାଇ ଏବଂ ୪ ଭଉଣି । ଆଲିଶାହ କହିବା ଅନୁଯାୟୀ, ଦାଉଦ୍ ନିଜ ପ୍ରଥମ ପତ୍ନୀ ମହଜବିନ୍‌ଙ୍କୁ ତଲାକ୍ ଦେବା ଏବଂ ଦ୍ବିତୀୟ ବିବାହ କରିଥିବା କଥା ଏକ ଗୁଜବ ।

ଦାଉଦ ନିଜ ଠିକଣା ବଦଳାଇ ଦେଇଛି। ସେ ଏବେ ପାକିସ୍ତାନର କରାଚିରେ ଅବ୍‌ଦୁଲ୍ଲା ଗାଜି ବାବା ଦରଘା ପଛରେ ଥିବା ରହିମ ଫାକି ନିକଟସ୍ଥ ଡିଫେନ୍ସ ଏରିଆରେ ରହୁଛି । ଦାଉଦ ଏବଂ ମହଜବିନ୍ କିଛି ମାସ ପୂର୍ବେ ଜୁଲାଇ ୨୦୨୨ରେ ଦୁବାଇରେ ଦେଖା ସାକ୍ଷାତ କରିଥିଲେ। ମହଜବିନ ପ୍ରତିଟି ପର୍ବ ଓ ଉତ୍ସବ ଅବସରରେ ତା ପତ୍ନୀ ସହ ହ୍ୱାଟସଅପ୍ କଲ୍ ଜରିଆରେ କଥାବାର୍ତ୍ତା ହେଉଛନ୍ତି। ଦାଉଦର ପତ୍ନୀ ଏବେ ଦୁବାଇର ଜାଇତୁନ ହମୁଦ ଅନ୍ତୁଲିଆରେ ରହୁଥିବା ଆଲିଶାହ କହିଛି ।

ଏନ୍‌ଆଇଏ ପକ୍ଷରୁ ମିଳିଥିବା ଖବର ମୁତାବକ, ଦାଉଦର ଦ୍ୱିତୀୟ ବିବାହ ଏକ ଫଲ୍ସ ଟ୍ରିକ୍ ହୋଇପାରେ । ଏପରି କରି ଅଣ୍ଡର ୱାର୍ଲ୍ଡ ଡନ୍ ନିଜ ପ୍ରଥମ ପତ୍ନୀ କୁ ସୁରକ୍ଷା ଦେବାପାଇଁ ପ୍ରୟାସ କରୁଥାଇ ପାରେ । ଏହି ଘଟଣା କେତେ ସତ ଏବଂ କେତେ ମିଛ ସେନେଇ କିଛି ସଠିକ୍‌ ତଥ୍ୟ ମିଳି ପାରି ନାହିଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.