ETV Bharat / international

Nepal New PM : ନେପାଳର ନୂଆ ପ୍ରଧାନମନ୍ତ୍ରୀ ହେଲେ ପୁଷ୍ପ କମଲ ଦହଲ

author img

By

Published : Dec 25, 2022, 8:11 PM IST

ନେପାଳରେ ଗଠନ ହେଲା ନୂଆ ସରକାର । ସିପିଏନ ନେତା ପୁଷ୍ପ କମଲ ଦହଲ ହେଲେ ନେପାଳର ନୂଆ ପ୍ରଧାନମନ୍ତ୍ରୀ (Nepal New Prime Minister) । ଅଧିକ ପଢନ୍ତୁ

Nepal New Prime Minister
Nepal New Prime Minister

କାଠମାଣ୍ଡୁ: ନେପାଳ ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀ ରବିବାର ମାଓବାଦୀ କେନ୍ଦ୍ର(CPN)ର ନେତା ପୁଷ୍ପ କମଲ ଦହଲ ପ୍ରଚଣ୍ଡାଙ୍କୁ ପ୍ରଧାନମନ୍ତ୍ରୀ (Nepal New Prime Minister)ଭାବେ ନିଯୁକ୍ତ କରିଛନ୍ତି । ନେପାଳ ପ୍ରଧାନମନ୍ତ୍ରୀ ଦୌଡ଼ରେ ବିଦାୟୀ ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଉବା ଓ ସିପିଏନ ନେତା ପୁଷ୍ପ କମଲ (CPN Leader Pushpa Kamal Dahal) ରହିଥିଲେ । ତେବେ ରବିବାର ତାଙ୍କୁ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି ।

ନେପାଳର ନୂଆ ପ୍ରଧାନମନ୍ତ୍ରୀ
ନେପାଳର ନୂଆ ପ୍ରଧାନମନ୍ତ୍ରୀ

ନିକଟରେ ନେପାଳରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହି ନିର୍ବାଚନରେ କୌଣସି ରାଜନୈତିକ ଦଳ ସଂଖ୍ୟା ଗରିଷ୍ଠତା ହାସଲ ନକରିବାରୁ ରାଷ୍ଟ୍ରରେ ସରକାର ଗଠନ କରିବା କଷ୍ଟକର ହୋଇପଡ଼ିଥିଲା । ଏହାପରେ ରାଷ୍ଟ୍ରପତି ବିଦ୍ୟା ଦେବୀ ସମ୍ବିଧାନ ଦ୍ବାରା ଦିଆଯାଇଥିବା କ୍ଷମତାକୁ ବ୍ୟବହାର କରି ୭ଦିନ ମଧ୍ୟରେ ସରକାର ଗଠନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ପ୍ରଧାନମନ୍ତ୍ରୀ ପଦ ପାଇଁ ବିଦାୟୀ ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଉବା ଓ ସିପିଏନ ନେତା ପୁଷ୍ପ କମଲଙ୍କ ମଧ୍ୟର ଦୌଡ଼ ଲାଗି ରହିଥିଲା । ତେବେ ଆଜି ସିପିଏନ ନେତା ପୁଷ୍ପ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ।

ଏହା ବି ପଢନ୍ତୁ- ସୀମାରେ ଶାନ୍ତି ବଜାୟ ରଖିବାକୁ ପ୍ରତିଶ୍ରୁତିବଦ୍ଧ: ଚୀନ ବୈଦେଶିକ ମନ୍ତ୍ରୀ

ତୃତୀୟ ଥର ପାଇଁ ହେଲେ ପ୍ରଧାନମନ୍ତ୍ରୀ:-

ସୂଚନା ଥାଉ କି ପୁଷ୍ପ ୩ୟ ଥର ଲାଗି ନେପାଳର ପ୍ରଧାନମନ୍ତ୍ରୀ ହୋଇଛନ୍ତି । ତାଙ୍କ ସପକ୍ଷରେ ସଂସଦର ୧୬୯ ସଦସ୍ୟ ନୂଆ ସରକାର ଗଠନ ଲାଗି ଭୋଟ ଦେଇଥିଲେ । ସେ ଗତ ୨୦୦୮ରୁ ୨୦୦୯ ଓ ୨୦୧୬ରୁ ୨୦୧୭ ପର୍ଯ୍ୟନ୍ତ ପ୍ରଧାମନ୍ତ୍ରୀ ଦାୟିତ୍ବ ତୁଲାଇଥିଲେ । ଏହାପୂର୍ବରୁ ଆଜି ରାଷ୍ଟ୍ରପତିଙ୍କ ପୁଷ୍ପ ନେପାଳର ପ୍ରଧାନମନ୍ତ୍ରୀ ପଦବୀ ପାଇଁ ଏକ ଆବେଦନ ପତ୍ର ପ୍ରଦାନ କରିଥିଲେ । ତାଙ୍କୁ ୬ ଦଳର ସଦସ୍ୟ ସମର୍ଥନ କରିବା ଲାଗି ପ୍ରତିଶୃତି ଦେବା ପରେ ସେ ଏହି ଆବେଦନ ପତ୍ର ରାଷ୍ଟ୍ରପତିଙ୍କୁ ପ୍ରଦାନ କରିଥିଲେ ।

ନୂତନ ମିଳିତ ମେଣ୍ଟ ଅନୁସାରେ CPN-UMPର ୭୮ ସଦସ୍ୟ ରହିଥିବା ବେଳେ ମାଓବାଦୀ କେନ୍ଦ୍ରର ୩୨, ରାଷ୍ଟ୍ରୀୟ ସ୍ବତନ୍ତ୍ର ପାର୍ଟିର ୨୦, ରାଷ୍ଟ୍ରୀୟ ପ୍ରଜାତନ୍ତ୍ର ପାର୍ଟିର ୧୪, ଜନତା ସମାଜବାଦୀ ପାର୍ଟିର ୧୨, ଜନମତ ପାର୍ଟିର ୬, ନାଗରିକ ଉନ୍ମୁକ୍ତ ପାର୍ଟିର ୪ ସାଂସଦ ଓ ୩ ସ୍ବାଧୀନ ସାଂସଦ ପୁଷ୍ପଙ୍କ ବିରୋଧରେ ଭୋଟ ଦେଇଥିଲେ । ଫଲରେ ପୁଷ୍ପଙ୍କ ସପକ୍ଷରେ ୧୬୯ଟି ଭୋଟ ଆସିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.