ETV Bharat / international

Plane crashes in Lake Victoria: ଭିକ୍ଟୋରିଆ ହ୍ରଦରେ ଖସିପଡିଲା ଯାତ୍ରୀବାହୀ ବିମାନ, ଉଦ୍ଧାର ଅପରେସନ ଜାରି - ତାଞ୍ଜାନିଆରେ ବିମାନ ଦୁର୍ଘଟଣାଗ୍ରସ୍ତ

ଭିକ୍ଟୋରିଆ ହ୍ରଦରେ ଖସି ପଡିଲା ଯାତ୍ରୀବାହୀ ବିମାନ । ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ । ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି ଉଦ୍ଧାର ଅପରେସନ । କେତେ ଯାତ୍ରୀ ଥିଲେ ଓ ମୃତାହତ ନେଇ ମିଳିନି ସ୍ପଷ୍ଟ ସୂଚନା । ଅଧିକ ପଢନ୍ତୁ

Plane crashes in Lake Victoria: ଭିକ୍ଟୋରିଆ ହ୍ରଦରେ ଖସିପଡିଲା ଯାତ୍ରୀବାହୀ ବିମାନ, ଉଦ୍ଧାର ଅପରେସନ ଜାରି

author img

By

Published : Nov 6, 2022, 3:59 PM IST

ନାଇରୋବି (ତାଞ୍ଜାନିଆ): ତାଞ୍ଜାନିଆର ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ଭିକ୍ଟୋରିଆ ହ୍ରଦରେ ଖସି ପଡିଛି । ବିମାନରେ କେତେ ଯାତ୍ରୀ ଥିଲେ ତାହା ସ୍ପଷ୍ଟ ହୋଇନଥିବା ବେଳେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ ବିମାନଟି ଆଜି(ରବିବାର) ଅପରାହ୍ନରେ ଦୁର୍ଘଟଣାଗ୍ରସ୍ତ ହୋଇ ହ୍ରଦର ଜଳରାଶିରେ ଖସିପଡିଛି ।

ତେବେ ମୃତହାତଙ୍କ ସମ୍ପର୍କରେ ମଧ୍ୟ କିଛି ସ୍ପଷ୍ଟ ସୂଚନା ମିଳି ପାରିନାହିଁ । ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛି । ବିମାନରେ ମୋଟ କେତେ ଯାତ୍ରୀ ଥିଲେ ଓ ମୃତାହତଙ୍କ ସମ୍ପର୍କରେ ମଧ୍ୟ କିଛି ସ୍ପଷ୍ଟ ହୋଇ ପାରିନାହିଁ । ବିମାନଟିର ଦୁର୍ଘଟଣାର କାରଣ ମଧ୍ୟ ଜଣାପଡିନଥିବା ବେଳେ ତଦନ୍ତ ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.