ETV Bharat / international

Firing in Karachi: ପାକିସ୍ତାନ କ୍ଲିିନିକ୍‌ରେ ଗୁଳିକାଣ୍ଡ, ଜଣେ ଚୀନ ନାଗରିକ ମୃତ - ପାକିସ୍ତାନରେ ଚୀନ ନାଗରିକ ମୃତ

କରାଚିର ଏକ କ୍ଲିନିକ୍‌ରେ ଜଣେ ଅଜଣା ଅଚାନକ ଆସି ଗୁଳିକାଣ୍ଡ ଘଟାଇଛି । ଫଳରେ ଜଣେ ଚୀନ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି । ଅଧିକ ପଢ଼ନ୍ତୁ

Chinese nationals died after a firing in a dental clinic in Karachi
Firing in Karachi: ପାକିସ୍ତାନ କ୍ଲିିନିକ୍‌ରେ ଗୁଳିକାଣ୍ଡ, ଜଣେ ଚୀନ ନାଗରିକ ମୃତ
author img

By

Published : Sep 28, 2022, 10:07 PM IST

ଇସଲାମାବାଦ: ପାକିସ୍ତାନର କରାଚିର ଏକ କ୍ଲିନିକ୍‌ରେ ଜଣେ ଅଜଣା ଦୁର୍ବୃତ୍ତ ଅଚାନକ ଆସି ଗୁଳିକାଣ୍ଡ ଘଟାଇଛି । ଫଳରେ ଜଣେ ଚୀନ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ସ୍ଥାନୀୟ ଏକ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି ।

କରାଚିର ଏକ ଡେଣ୍ଟାଲ୍‌ କ୍ଲିନିକ୍‌ରେ ଏହି ଗୁଲିକାଣ୍ଡ ଘଟିଛି । ଏହାକୁ ନେଇ ପାକିସ୍ତାନର ଦକ୍ଷିଣାଞ୍ଚଳ SSP ଅସଦ ରାଜା କହିଛନ୍ତି, "ଗୁଳିକାଣ୍ଡ ଘଟାଇଥିବା ଦୁର୍ବୃତ୍ତ ଜଣକ ରୋଗୀ ଭାବରେ ଆସି କ୍ଲିନିକ୍‌ରେ ପହଞ୍ଚିଥିଲା । ଏହାପରେ ପାଖରେ ରଖିବା ବନ୍ଧୁକରେ ଆଖିବୁଜା ଗୁଳି ଚାଳନା ଆରମ୍ଭ କରି ଦେଇଥିଲା । ଫଳରେ ଜଣେ ଚୀନ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି ।"

ପାକିସ୍ତାନରେ ଚୀନ ନାଗରିକଙ୍କୁ ଟାର୍ଗେଟ୍‌ କରାଯାଉଛି । ଗତ ଏପ୍ରିଲ୍‌ ମାସରେ କରାଚୀ ବିଶ୍ବବିଦ୍ୟାଳୟରେ ଆତ୍ମଘାତି ବିସ୍ଫୋରଣରେ ଅନେକ ଚୀନ ନାଗରିକଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ଏହା ପାକିସ୍ତାନରେ ଦ୍ବିତୀୟ ଘଟଣା ଯେଉଁଠି ଚୀନ ନାଗରିକଙ୍କୁ ଟାର୍ଗେଟ କରାଯାଇଛି ।

ମୃତକ ଚୀନ ନାଗରିକ ରୋନିଲ୍ଡ ରାୟମଣ୍ଡ ବୋଲି ଜଣା ପଡ଼ିଛି । ଆହତ ହୋଇଥିବା ଦୁଇ ଚୀନ ନାଗରିକ ମାର୍ଗେଡ୍‌ ଓ ରିଚାର୍ଡ ବୋଲି ଜଣା ପଡ଼ିଛି । ଉଭୟଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଦୁହିଁଙ୍କ ପେଟରେ ଗୁଳି ବାଜିଥିବା ବେଳେ ସେମାନଙ୍କ ଚିକିତ୍ସା ଜାରି ରହିଥିବା ସୂଚନା ମିଳିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.