ETV Bharat / international

ନିଜ ନିବେଶର ସୁରକ୍ଷା ପାଇଁ ପାକିସ୍ତାନ ଓ ଆଫଗାନିସ୍ତାନରେ ସେନା ବେସ ପ୍ରତିଷ୍ଠା କରିବ ଚୀନ - ପାକିସ୍ତାନରେ ଚୀନ କରିବ ସେନାବେସ

ପାକିସ୍ତାନ ଓ ଆଫଗାନିସ୍ତାନରେ ସେନା ବେସ ପ୍ରତିଷ୍ଠା କରିବାକୁ ଚୀନର ଉଦ୍ୟମ । ନିଜ ନିବେଶର ସୁରକ୍ଷା ପାଇଁ ଏପରି କରିବାକୁ ପାକିସ୍ତାନ ଉପରେ ଚୀନର ଚାପ । ଅଧିକ ପଢନ୍ତୁ

ନିଜ ନିବଶର ସୁରକ୍ଷା ପାଇଁ ପାକିସ୍ତାନରେ ସେନା ଆଉଟପୋଷ୍ଟ ପ୍ରତିଷ୍ଠା କରିବ ଚୀନ

author img

By

Published : Aug 17, 2022, 5:44 PM IST

ଇସଲାମାବାଦ: ଉତ୍ତେଜନାପୂର୍ଣ୍ଣ ପାକିସ୍ତାନ ଓ ଆଫଗାନିସ୍ତାନରେ ଏକାଧିକ ପ୍ରକଳ୍ପ ତଥା ବିପୁଳ ପୁଞ୍ଜି ନିବେଶ କରିଛି ଚୀନ (China investments in Pakistan) । ସେଠାରେ ନିଜ ନିବେଶର ସୁରକ୍ଷା ପାଇଁ ପାକିସ୍ତାନ ଓ ଆଫଗାନିସ୍ତାନ ଦୁଇ ଦେଶରେ ସେନା ଆଉଟପୋଷ୍ଟ ପ୍ରତିଷ୍ଠା କରିବା ପାଇଁ ଆଗ୍ରହ ପ୍ରକାଶ କରିଛି ଡ୍ରାଗନ (China wants military outposts in Pakistan)। ଏହି ଦୁଇ ଦେଶରେ ବିପୁଳର ନିବେଶର ସୁରକ୍ଷା ପାଇଁ ନିଜ ଫୋର୍ସ ବ୍ୟବହାର କରିବା ପାଇଁ ଚୀନ ଏପରି ଯୋଜନା ରଖିଥିବା ଯାଉଥିବା କୂଟନୈତିକ ସୂତ୍ରରୁ ଜଣାପଡିଛି ।

ବିସ୍ତାରବାଦୀ ଚୀନ ମଧ୍ୟ-ଏସିଆରେ ନିଜର ଆଧିପତ୍ୟ ବିସ୍ତାର କରିବା ପାଇଁ ସମ୍ପୂର୍ଣ୍ଣ ଯୋଜନା ନିର୍ଦ୍ଧାରଣ କରିସାରିଛି । ଏଥିପାଇଁ ପାକିସ୍ତାନ ଓ ଆଫଗାନିସ୍ତାନ ଦୁଇ ଦେଶରେ ବହୁମାତ୍ରାରେ ନିବେଶ ମଧ୍ୟ କରୁଛି । କେବଳ ପାକିସ୍ତାନରେ ବିଭିନ୍ନ କ୍ଷେତ୍ରରେ ଚୀନ ପ୍ରାୟ 60 ମିଲିୟନ ଆମେରିକୀୟ ଡଲାରର ପୁଞ୍ଜି ନିବେଶ କରିଛି । ସେହିପରି ଆଫଗାନିସ୍ତାନରେ ମଧ୍ୟ ଚୀନର ବ୍ୟାପକ ନିବେଶ ରହିଛି ।

ପାକିସ୍ତାନ ପରେ କେନ୍ଦ୍ର ଏସିଆର ଦେଶ ଭାବେ ଦ୍ବିତୀୟ ସର୍ବାଧିକ ଚୀନ ଦ୍ବାରା ନିବେଶ ହୋଇଥିବା ଦେଶ ତାଲିକାରେ ଆଫଗାନିସ୍ତାନ ରହିଛି । ଏପରି ସ୍ଥଳେ ନିଜ ନିବେଶର ସୁରକ୍ଷା ପାଇଁ ପାକିସ୍ତାନ କିମ୍ବା ଆଫଗାନିସ୍ତାନର ସୁରକ୍ଷା ବଳ ନୁହେଁ ବରଂ ନିଜ ଫୋର୍ସ ମୁତୟନ କରିବାକୁ ରଣନୀତି ତିଆରି କରୁଛି ବେଜିଂ । କୂଟନୈତିକ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ,ଏପରି ପ୍ରକ୍ରିୟା ପାଇଁ ବେଜିଂ ଇସଲାମାବାଦ ଉପରେ ଚାପ ପ୍ରଯୋଗ କରିବା ଆରମ୍ଭ କରିସାରିଛି । ପ୍ରତିରକ୍ଷା ଓ ଅର୍ଥନୀତି କ୍ଷେତ୍ରରେ ଚୀନ ଉପରେ ନିର୍ଭରଶୀଳ ପାକିସ୍ତାନ ମଧ୍ୟ ଏ ନେଇ ଅନୁମତି ଦେଇପାରେ ବୋଲି ଚର୍ଚ୍ଚା ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.