ETV Bharat / international

Canada wildfires: ବ୍ରିଟିଶ କଲମ୍ବିଆରେ ଏମରଜେନ୍ସି ଲାଗୁ

author img

By

Published : Aug 19, 2023, 9:44 PM IST

ଆମେରିକା ପରେ କାନଡାରେ ଜଙ୍ଗଲ ନିଆଁ । ବ୍ରିଟିଶ କଲମ୍ବିଆ ପ୍ରୋଭିନ୍ସରେ ଏମରଜେନ୍ସି ଲାଗୁ । ସ୍ଥାନାନ୍ତରିତ ହେଲେଣି ପ୍ରାୟ 20 ହଜାର ଲୋକେ । ଅଧିକ ପଢନ୍ତୁ

Canada wildfires: ବ୍ରିଟିଶ କଲମ୍ବିଆରେ ଏମରଜେନ୍ସି ଲାଗୁ
Canada wildfires: ବ୍ରିଟିଶ କଲମ୍ବିଆରେ ଏମରଜେନ୍ସି ଲାଗୁ

ହାଇଦ୍ରାବାଦ: ଆମେରିକା ପରେ ଏବେ କାନାଡାରେ ଜଙ୍ଗଲ ନିଆଁ ଉଗ୍ରରୂପ ନେବାରେ ଲାଗିଛି । ନିଆଁ ଆୟତ କରିବା ପ୍ରକ୍ରିୟା ଜାରି ରହିଥିବା ବେଳେ ଏହା ଏପର୍ଯ୍ୟନ୍ତ ନିୟନ୍ତ୍ରଣକୁ ଆସନାହିଁ । କାନାଡାର ବ୍ରିଟିଶ କଲମ୍ବିଆ ପ୍ରଦେଶରେ ରାଜ୍ୟ ଜରୁରୀ ସ୍ଥିତି ଜାରି କରାଯାଇଛି । ହଜାର ହଜାର ଲୋକେ ସେମାନଙ୍କ ଘର ଛାଡି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ ହୋଇଛନ୍ତି । ସମଗ୍ର ରାଜ୍ୟରେ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି ।

ସ୍ଥାନୀୟ ଗଣମାଧ୍ୟମରେ ପ୍ରସାରିତ ସୂଚନା ଅନୁସାରେ, ବ୍ରିଟିଶ କଲମ୍ବିଆ ପ୍ରଶାସକ ଡେଭିଡ ଆବେ ଗତକାଲି ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ ଜରୁରୀକାଳୀନ ସ୍ଥିତି ଘୋଷଣା କରିଛନ୍ତି । ପ୍ରଦେଶରେ ଜଙ୍ଗଲ ନିଆଁ ପରବ୍ରିଟିଶ କଲମ୍ବିଆରେ ଏମରଜେନ୍ସି ସ୍ଥିତି ଦ୍ରୁତ ଗତିରେ ବୃଦ୍ଧି ପାଇବା ଚିନ୍ତା ସୃଷ୍ଟି କରିଛି । ନିଆଁ ଆୟତ କରିବା କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି । ହେଲେ ବର୍ତ୍ତମାନ ସମୟକୁ ଦେଖି ଜରୁରୀ ସ୍ଥିତି ଘୋଷଣା କରାଯାଇଛି । ଜରୁରୀକାଳୀନ ପରିଚାଳନା ମନ୍ତ୍ରୀ ବୋଇନ୍ ମା କହିଛନ୍ତି ଯେ ଏକ ଘଣ୍ଟା ମଧ୍ୟରେ ବ୍ରିଟିଶ କଲମ୍ବିଆରେ ସ୍ଥାନାନ୍ତର ହୋଇଥିବା ଲୋକଙ୍କ ସଂଖ୍ୟା 4500 ରୁ 15,000 କୁ ବୃଦ୍ଧି ପାଇଛି । ଅତିରିକ୍ତ 20,000 ଲୋକ ଏବେ ନିରାପତ୍ତା ଆଲର୍ଟରେ ଅଛନ୍ତି । ସମସ୍ତ ଦୈନଦିନ କାର୍ଯ୍ୟକଳାପ ବନ୍ଦ ରଖାଯାଇଛି । ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ:- Hawaii Wildfire: ବେକାବୁ ହୱାଇ ଜଙ୍ଗଲ ନିଆଁ, ମୃତ୍ୟୁସଂଖ୍ୟା ୮୯କୁ ବୃଦ୍ଧି

ନିକଟରେ ଆମେରିକାର ହୱାଇ ଦ୍ବୀପରେ ଜଙ୍ଗଲ ନିଆଁ ଲାଗିଥିଲା । ନିଆଁରେ ଲାହୈନା ସହର ଛାରଖାର୍ ହୋଇଯାଇଥିଲା । ଜନବସତିକୁ ନିଆଁ ବ୍ୟାପିବା ଯୋଗୁଁ ପ୍ରାୟ 90 ଜଣଙ୍କ ମୃତ୍ୟୁ ହୋଇଥିଲା । ହଜାରରୁ ଅଧିକ ଘର ଜଳି ପୋଡି ନଷ୍ଟ ହୋଇଯାଇଥିଲା । ଶହ ଶହ ଗାଡି ମଧ୍ୟ ପୋଡି ଯାଇଥିଲା । ଅନେକ ଲୋକ ନିଖୋଜ ହୋଇଯାଇଥିଲେ । ଚଳିତ ଶତାବ୍ଦୀରେ ଆମେରିକାରେ ଏହା ସବୁଠୁ ଭୟାନକ ଅଗ୍ନିକାଣ୍ଡ ବୋଲି କୁହାଯାଉଛି ।

ଏହା ପୂର୍ବରୁ ୧୯୧୮ ମସିହାରେ ଆମେରିକାର ଉତ୍ତର ମିନେସୋଟା ଅନ୍ତର୍ଗତ କ୍ଲୋକକ୍ବେଟରେ ଭୀଷଣ ଅଗ୍ନିକାଣ୍ଡ ଘଟି ଶତାଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା । ହଜାର ହଜାର ସଂଖ୍ୟାରେ ଘର ପୋଡି ପାଉଁଶ ହୋଇଯାଇଥିଲା । ୨୦୧୮ରେ ଉତ୍ତର-କାର୍ଲିଫର୍ଣ୍ଣିଆ କ୍ୟାମ୍ପ ଫାୟାରରେ ୮୫ ଜଣ ପ୍ରାଣ ହରାଇଥିଲେ । ଉତ୍ତର ଆମେରିକା ମହାଦେଶର ଏହି ଅଞ୍ଚଳରେ ବୃଷ୍ଟିପାତ କମ ହେଉଥିବାରୁ ଜଙ୍ଗଲଗୁଡିକ ବର୍ଷାସାରା ଶୁଷ୍କ ରହିଥାଏ । ତେଣୁ କୌଣସି କାରଣରୁ ନିଆଁ ଲାଗିବା ପରେ ଏହା ସହଜରେ ନିୟନ୍ତ୍ରଣକୁ ଆସିପାରେ ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.