ETV Bharat / international

ନୂଆଦିଲ୍ଲୀରେ ସ୍ଥାୟୀ ଭାବେ ଦୂତାବାସ ବନ୍ଦ କଲା ଆଫଗାନ

author img

By ETV Bharat Odisha Team

Published : Nov 24, 2023, 12:07 PM IST

ନୂଆଦିଲ୍ଲୀରେ ସ୍ଥାୟୀ ଭାବେ ଦୂତାବାସ ବନ୍ଦ କଲା ଆଫଗାନିସ୍ତାନ । ଅଧିକ ପଢନ୍ତୁ

Etv Bharat
Etv Bharat

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ସ୍ଥାୟୀ ଭାବେ ଦୂତାବାସ ବନ୍ଦ କଲା ଆଫଗାନିସ୍ତାନ । ଏନେଇ ଶୁକ୍ରବାର ଦିନ ପ୍ରେସ ବିବୃତ୍ତି ଜାରି କରି ଘୋଷଣା କରିଛି ଆଫଗାନିସ୍ତାନ ଦୂତାବାସ । ନୂଆଦିଲ୍ଲୀରେ କୁଟନୈତିକ ମିଶନ ବନ୍ଦ କରିବା ନେଇ ଆଫଗାନିସ୍ତାନ ପକ୍ଷରୁ ଆନୁଷ୍ଠାନିକ ବୟାନ ଜାରି କରାଯାଇଛି । ଏଥିସହ ଦୂତାବାସ ପକ୍ଷରୁ କୁହାଯାଇଛି ଯେ, 23 ନଭେମ୍ବରରୁ ଏହି ନିଷ୍ପତି କାର୍ଯ୍ୟକାରୀ କରାଯାଇଛି ।

ଭାରତ ସରକାରଙ୍କ ପକ୍ଷରୁ କ୍ରମାଗତ ଭାବେ ଆସୁଥିବା ଚାଲେଞ୍ଜ ଯୋଗୁଁ ଏହି ନିଷ୍ପତି ନିଆଯାଇଛି । ଏହି ନିଷ୍ପତି 30 ସେପ୍ଟେମ୍ବରରେ ଭାରତରେ ଦୂତାବାସର ସମସ୍ତ ଅପରେସନ ବନ୍ଦ କରିବା ପରେ ନିଆଯାଇଛି । ତେବେ ଏହି ନିଷ୍ପତି ଦ୍ବାରା ଭାରତ ସରକାରଙ୍କ ଆଭିମୁଖ୍ୟରେ ପରିବର୍ତ୍ତନ ଆସିବ ବୋଲି ଆଶା କରାଯାଉଛି ବୋଲି କହିଛି ଆଫଗାନିସ୍ତାନ ।

ଆଫଗାନି ପକ୍ଷରୁ ଆଉ ମଧ୍ୟ କୁହାଯାଇଛି ଯେ, ଏହି ପଦକ୍ଷେପ ପରେ କିଛି ଲୋକ ଏହାକୁ ଆନ୍ତରିକ ସଂଘର୍ଷ ଭାବରେ ଚିତ୍ରଣ କରିବାକୁ ପ୍ରୟାସ କରିପାରନ୍ତି । ଯେଉଁଥିରେ କୁହାଯାଇପାରେ ଯେ, ରାଜନୈତିକମାନେ ତାଲିବାନ ପ୍ରତି ନିଷ୍ଠାରେ ପରିବର୍ତ୍ତନ କରୁଛନ୍ତି । କିନ୍ତୁ ଏହି ନିଷ୍ପତି ନୀତି ଓ ହିତରେ ବ୍ୟାପକ ପରିବର୍ତ୍ତନ ଦୃଷ୍ଟିରୁ ନିଆଯାଇଛି ।

ଏହାମଧ୍ୟ ପଢନ୍ତୁ..ଭାରତରେ ବନ୍ଦ ହେଲା ଆଫଗାନିସ୍ତାନ ଦୂତାବାସ

ଆଫଗାନ ଦୂତାବାସ ପକ୍ଷରୁ ଆଉ ମଧ୍ୟ କୁହାଯାଇଛି ଯେ, ଭାରତରେ କାର୍ଯ୍ୟକାଳ ମଧ୍ୟରେ ଆଫଗାନ ନାଗରିକମାନଙ୍କୁ ସହଯୋଗ ସମର୍ଥନ କରିଥିବାରୁ ଭାରତକୁ ହାର୍ଦ୍ଦିକ କୃତଜ୍ଞତା ଜଣାଯାଉଛି । ସୀମିତ ସମ୍ବଳ ଓ ଶକ୍ତିରେ ଥାଇ ମଧ୍ୟ କାବୁଲରେ ବୈଧ ସରକାରଙ୍କ ଅନୁପସ୍ଥିତିରେ ମଧ୍ୟ ଭାରତରେ ଥିବା ଆଫଗାନ ନାଗରିକମାନଙ୍କୁ ସମର୍ଥନ ଜଣାଇବା ପାଇଁ ଚେଷ୍ଟା କରିଛୁ ।

ଗତ 2 ବର୍ଷ 3 ମାସ ମଧ୍ୟରେ ଭାରତରେ ଆଫଗାନି ନାଗରିକଙ୍କ ଆସିବା ସଂଖ୍ୟା କମିବାରେ ଲାଗିଥିଲା । ଆଫଗାନ ଶରଣାର୍ଥୀ, ଛାତ୍ର ଓ ବ୍ୟବସାୟୀମାନେ ଭାରତ ଛାଡ଼ୁଥିବା ଦେଖିବାକୁ ମିଳୁଥିଲା । ତେବେ ସେପ୍ଟେମ୍ବର 30ରେ ମଧ୍ୟ ଏନେଇ ଘୋଷଣା କରିଥିଲା ଆଫଗାନିସ୍ତାନ । ଇସ୍‌ଲାମିକ ରିପବ୍ଲିକ ଅଫ୍‌ ଆଫଗାନିସ୍ତାନର ଅକ୍ଟୋବର 1ରୁ ଭାରତରେ ନିଜର ସମସ୍ତ କାର୍ଯ୍ୟକଳାପ ବନ୍ଦ କରିଥିଲା । ଭାରତ ସରକାରଙ୍କ ପକ୍ଷରୁ ଯଥେଷ୍ଟ ସହଯୋଗ ନମିଳିବା ଓ ଆଫଗାନିସ୍ତାନର ସ୍ବାର୍ଥ ରକ୍ଷା ଦିଗରେ ବିଫଳ ହେବା କାରଣ ଦର୍ଶାଇ ଦୂତାବାସ ବନ୍ଦ କରିବାକୁ ନିଷ୍ପତି ନେଇଥିଲା ଆଫଗାନିସ୍ତାନ । ଏଥିପାଇଁ ତାଲିବାନି ସରକାରଙ୍କ ମଧ୍ୟ ଦାୟୀ କରିଥିଲା ଦୂତାବାସ । ଆଫଗାନିସ୍ତାନ ଓ ଭାରତ ମଧ୍ୟରେ ଦୀର୍ଘକାଳିନ ସମ୍ପର୍କ ତଥା ସହଭାଗିତାକୁ ଦୃଷ୍ଟିରେ ରଖି ବହୁ ବିଚାର ବିମର୍ଷ ପରେ ଏହି ପଦକ୍ଷେପ ନିଆଯାଇଛି । ତେବେ ପ୍ରେସ ରିଲିଜରେ କୁହାଯାଇଛି ଯେ, ଅତ୍ୟନ୍ତ ପରିତାପର ସହ ଦିଲ୍ଲୀରେ ସ୍ଥାୟୀ ଭାବେ ଦୂତାବାସ ବନ୍ଦ ନେଇ ଘୋଷଣା କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.