ETV Bharat / international

ହମାସ୍ ଇସ୍ରାଏଲ ଶିଶୁଙ୍କ ମୁଣ୍ଡକାଟ କରୁଛି କହିଲେ ବାଇଡେନ; ଇରାନକୁ ଦେଲେ ଚେତାବନୀ - ଜୋ ବାଇଡେନ

ହମାସ୍ ଇସ୍ରାଏଲ ଶିଶୁଙ୍କ ମୁଣ୍ଡକାଟ କରୁଛି କହିଲେ ଆମେରିକ ରାଷ୍ଟ୍ରପତି ଜୋ ବାଇଡେନ । ଅଧିକ ପଢ଼ନ୍ତୁ

Biden confirms Hamas beheading children
Biden confirms Hamas beheading children
author img

By ETV Bharat Odisha Team

Published : Oct 12, 2023, 10:45 AM IST

ୱାଶିଂଟନ: ଯୁଦ୍ଧରେ ଇସ୍ରାଏଲକୁ ସମର୍ଥନ କରୁଥିବା ଆମେରିକା ରାଷ୍ଟ୍ରପତି ବାଇଡେନ ବୁଧବାର ହ୍ବାଇଟ ହାଉସରେ ଇହୁଦୀ ସମୁଦାୟ ନେତାଙ୍କୁ ସମ୍ବୋଧନ କରିଛନ୍ତି । ଏଥିରେ ବାଇଡେନ ହମାସର ଏହି ଆକ୍ରମଣକୁ 'କ୍ରୁରତା ଅଭିଯାନ' ବୋଲି ସମ୍ବୋଧନ କରି କହିଛନ୍ତି, "ହମାସ୍ ଇସ୍ରାଏଲ ଶିଶୁଙ୍କୁ ମୁଣ୍ଡକାଟ କରୁଛି । ଆତଙ୍କବାଦୀମାନେ ଶିଶୁମାନଙ୍କ ମୁଣ୍ଡକାଟ କରୁଥିବା କେବେ ଦେଖିବି ଏବଂ ଏହାର ଚିତ୍ର ପାଇବ ବୋଲି କେବେହେଲେ ଭାବି ନଥିଲି । ଆମେରିକା ପ୍ରଶାସନ ଯୁଦ୍ଧରେ ଇସ୍ରାଏଲକୁ ସମର୍ଥନ କରିବ ଏବଂ ପଣବନ୍ଦୀ ଥିବା ନିଜ ନାଗରିକଙ୍କୁ ମୁକ୍ତ କରିବାକୁ ଚେଷ୍ଟା କରିବ ।"

ଏଥିସହ ବାଇଡେନ ହମାସକୁ ସହଯୋଗ କରୁଥିବା ଇରାନକୁ ସତର୍କ ରହିବାକୁ କଡା ଚେତାବନୀ ଦେଇଛନ୍ତି । ସେ କହିଛନ୍ତି,"ଆମେରିକା ଇସ୍ରାଏଲକୁ ସହାୟତାର ହାତ ବଢାଇ ସାରିଛି । ସେଠାରେ ଆମେ ଆମର ଯୁଦ୍ଧ ଜାହାଜ ଓ ଲଢୁଆ ବିମାନ ମୁତୟନ କରିଛୁ । ତେଣୁ ସ୍ପଷ୍ଟ କରିଦେବାକୁ ଚାହୁଁଛି କି ଇରାନ ସାବଧାନ ରହୁ ।" ଆହୁରିମଧ୍ୟ ସେ କହିଛନ୍ତି ଯେ, ହୋଲୋକଷ୍ଟ(ଗଣହତ୍ୟା) ପରେ ଗତ ଶନିବାର ଇହୁଦୀ ସମୁଦାୟ ପାଇଁ ଏକ ମାରାତ୍ମକ ଦିନ ଥିଲା । ହମାସର ଆତଙ୍କବାଦୀ ଆକ୍ରମଣ ଅତୀତରେ ଘଟିଥିବା ହଜାର ହଜାର ଇହୁଦୀ ଲୋକଙ୍କ ନରସଂହାରର ଯନ୍ତ୍ରଣାଦାୟକ ସ୍ମୃତିକୁ ପୁଣି ତାଜା କରିଦେଇଛି ।

ଏହାମଧ୍ୟ ପଢନ୍ତୁ: Exclusive: ହମାସ୍ ଦୁଇ ଗୋଡିଆ ପଶୁ, ଆକ୍ରମଣ ପାଇଁ ବହୁମୂଲ୍ୟ ଦେବାକୁ ପଡିବ କହିଲେ ଇସ୍ରାଏଲ ରାଷ୍ଟ୍ରଦୂତ

ଇସ୍ରାଏଲ ସହ ଆମେରିକା ଅଛି । ଯୁଦ୍ଧ ସ୍ଥିତି ନେଇ ମୁଁ ଅନେକ ଇସ୍ରାଏଲ ନେତା ଏବଂ ବିଶ୍ବର ଅନ୍ୟ ନେତାଙ୍କ ସହ କଥା ହୋଇଛି । ମୁଁ ମୋର ସୁରକ୍ଷା ଟିମ୍ ଏବଂ ଉପରାଷ୍ଟ୍ରପତି କମଲା ହାରିସ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ସହ ମଧ୍ୟ ପୁଣିଥରେ ଆଲୋଚନା କରିଛୁ । ଆମେ ଇସ୍ରାଏଲରେ ସ୍ଥିତି ଉପରେ ଲାଗାତାର ନଜର ରଖିଛୁ । ସେପଟେ ବୁଧବାର ହ୍ବାଇଟ୍ ହାଉସ ପକ୍ଷରୁ କୁହାଯାଇଛି ଯେ, ହମାସ୍ ଆକ୍ରମଣରେ ଅତିକମରେ ୨୨ ଜଣ ଆମେରିକୀୟ ନାଗରିକଙ୍କ ମୃତ୍ୟୁ ହୋଇଛି । ଏବେ ବି ୧୭ ଜଣ ନାଗରିକଙ୍କ କୌଣସି ପତ୍ତା ମିଳୁନି । ଏହି ସଂଖ୍ୟା ଆଗକୁ ଆହୁରି ବଢ଼ିବାର ଆଶଙ୍କା ରହିଛି । ହମାସ୍ ପଣବନ୍ଦୀ କରି ରଖିଥିବା ଇସ୍ରାଏଲ ନାଗରିକଙ୍କ ମଧ୍ୟରେ ଆମେରିକୀୟ ନାଗରିକ ରହିଛନ୍ତି ।

ଏହାମଧ୍ୟ ପଢନ୍ତୁ: Israel-Hamas War: ଇସ୍ରାଏଲରେ ଫସିଛନ୍ତି ୨୦ ହଜାର ଭାରତୀୟ, ଉଦ୍ଧାର ପାଇଁ ଆରମ୍ଭ ହେଲା ଅପରେସନ ଅଜୟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.