ETV Bharat / international

ସେନା ଗୁଳିରେ ୩୩ ଆତଙ୍କୀ ନିହତ, ବନ୍ଧକ ଥିବା ଅଧିକାରୀ ମୁକ୍ତ - ତେହରିକ ଏ ତାଲିବାନ ପାକିସ୍ତାନ

ଦୀର୍ଘ ୪୦ ଘଣ୍ଟାର ଘମାଘୋଟ ଲଢେଇ ପରେ ଆତଙ୍କୀଙ୍କ କବଳରୁ ଥାନା ଅଧିକାରୀଙ୍କୁ ମୁକୁଳାଇବାରେ ସଫଳ ହୋଇଛି ପାକିସ୍ତାନ ସେନା । ପାକସେନା ସ୍ବତନ୍ତ୍ର ବାହିନୀର କାର୍ଯ୍ୟାନୁଷ୍ଠାନରେ ୩୩ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଅଧିକ ପଢନ୍ତୁ

Bannu hostage crisis
Bannu hostage crisis
author img

By

Published : Dec 21, 2022, 7:53 AM IST

ଇସଲାମବାଦ: ଦୀର୍ଘ ୪୦ ଘଣ୍ଟାର ଘମାଘୋଟ ଲଢେଇ ପରେ ଆତଙ୍କୀଙ୍କ କବଳରେ ଥିବା ଥାନା ଅଧିକାରୀଙ୍କୁ ମୁକୁଳାଇବାରେ ସଫଳ ହୋଇଛି ପାକିସ୍ତାନ ସେନା । ପାକିସ୍ତାନର ଖାଇବର ପଖତୁନଖ୍ବା ପ୍ରଦେଶ ବନ୍ନୁ ଜିଲ୍ଲାରେ ତେହରିକ ଏ ତାଲିବାନ ପାକିସ୍ତାନ(Tehreek-e-Taliban Pakistan) ଆତଙ୍କବାଦୀ ଥାନା କବଜା କରି ଅଧିକାରୀଙ୍କୁ ବନ୍ଧକ ରଖିଥିଲେ । ତେବେ ଏହି ଡ୍ରାମା ମଙ୍ଗଳବାର ଦିନ ଶେଷ ହୋଇଛି(Bannu Hostage Crisis Ends) । ପାକସେନା ସ୍ବତନ୍ତ୍ର ବାହିନୀର କାର୍ଯ୍ୟାନୁଷ୍ଠାନରେ ୩୩ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି(Pakistan Army Special Forces on Tuesday killed all 33 Hostage Takers) ।

ତେବେ ପାଲଟା ଗୁଳିରେ ପାକିସ୍ତାନର ଦୁଇ ସୈନ୍ୟଙ୍କ (Pakistan soldiers) ମୃତ୍ୟୁ ହୋଇଛି । ଏନେଇ ପାକ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ ସୂଚନା ଦେଇଛନ୍ତି(Pakistan Defense Minister Khawaja Muhammad Asif) । ତେବେ ରିପୋର୍ଟ ଅନୁଯାୟୀ, ପାକିସ୍ତାନ ସେନାର ସ୍ବତନ୍ତ୍ର ବାହିନୀ ୧୫ ମିନିଟର ଅଭିଯାନରେ ୩୩ ଆତଙ୍କବାଦୀଙ୍କୁ ନିପାତ କରିବା ସହ ବନ୍ଧକ ଥିବା ଅଧିକାରୀଙ୍କୁ ମୁକୁଳାଇଛି ।

ଏହା ମଧ୍ୟ ପଢନ୍ତୁ: ଚୀନରେ ସାଙ୍ଘାତିକ କୋରୋନା ସ୍ଥିତି: ଜିନୋମ ସିକ୍ବେନ୍ସିଂ ପାଇଁ ନିର୍ଦ୍ଦେଶ, ଆଜି ସମୀକ୍ଷା କରିବେ ସ୍ବାସ୍ଥ୍ୟମନ୍ତ୍ରୀ

ସୂଚନାଅନୁସାରେ, ଗତ ରବିବାର ଦିନ ଟିଟିପି ଆତଙ୍କବାଦୀ ଜଣେ ମେଜର ସମେତ ୪ଜଣ ସୈନ୍ୟଙ୍କୁ ବନ୍ଧକ ରଖିଥିଲେ । ଏହାର ସମାଧାନ ପାଇଁ ପାକିସ୍ତାନ ୧୬ ଜଣିଆ ମୌଲବୀଙ୍କ ଏକ ଟିମକୁ ଆଫଗାନିସ୍ତାନ ପଠାଇଥିଲା । ଟିଟିପି( Tehreek-e-Taliban Pakistan) ଆତଙ୍କୀଙ୍କୁ ଆତ୍ମ ସମର୍ପଣ କରିବା ପାଇଁ ତାଲିବାନକୁ ବୁଝାଇବା ପାଇଁ ଏହି ଟିମକୁ ପଠାଯାଇଥିଲା । ତେବେ ଆଲୋଚନା ଦ୍ବାରା ସମାଧାନ ପାଇଁ ପାକିସ୍ତାନ ସରକାର ଚେଷ୍ଟା କରିଥିଲେ ହେଁ ସଫଳ ହୋଇପାରିନଥିଲେ । ବନ୍ଦୀଥିବା ଆଫଗାନିସ୍ତାନ କଏଦୀଙ୍କୁ ମୁକ୍ତ କରିବା ପାଇଁ ଆତଙ୍କବାଦୀମାନେ ଦାବି କରିଥିଲେ ।

ଆତଙ୍କବାଦୀମାନେ ଆଫଗାନିସ୍ତାନ ଯିବା ପାଇଁ ଏକ ହେଲିକପ୍ଟର ମାଗିଥିବା ନେଇ ଏକ ରିପୋର୍ଟରେ ପ୍ରକାଶ ପାଇଛି । ଏହି ସମୟରେ ଜଣେ ଯବାନଙ୍କୁ ହତ୍ୟା କରିଥିଲେ ଆତଙ୍କବାଦୀ । ଦୀର୍ଘ ୪୦ ଘଣ୍ଟାର ଘମାଘୋଟ ଲଢେଇ ପରେ ଆତଙ୍କୀଙ୍କ କବଳରେ ଥିବା ଥାନା ଅଧିକାରୀଙ୍କୁ ମୁକୁଳାଇବାରେ ସଫଳ ହୋଇଛି ପାକିସ୍ତାନ ସେନା(Hostage Situation Ended after Nearly 40 Hours) ।

ଏହା ମଧ୍ୟ ପଢନ୍ତୁ: Odisha Media Award: ଇଟିଭି ଭାରତର ଦୁଇ ସାମ୍ବାଦିକ ସମ୍ମାନିତ, ସାମ୍ନାକୁ ଆଣିଛନ୍ତି ଆଦିବାସୀଙ୍କ ପ୍ରକୃତ ସମସ୍ୟା ଓ ଅଞ୍ଚଳର ଅବ୍ୟବସ୍ଥା

ତେବେ ପଣ ବନ୍ଦୀଥିବା ଅଧିକାରୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରୁ କେତେଜଣ ପ୍ରାଣ ହରାଇଛନ୍ତି ସେ ନେଇ ପାକିସ୍ତାନ ସେନା ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ । ଏହି ଅପରେସନରେ ୨ କମାଣ୍ଡରଙ୍କ ମୃତ୍ୟୁ ହୋଇଥିବା ବେଳେ ୨ କମାଣ୍ଡୋରଙ୍କ ମୃତ୍ୟୁ ହୋଇଛି । ଜଣେ ମେଜରଙ୍କ ସମେତ ୯ଜଣ ଯବାନ ଆହତ ହୋଇଥିବା ସୂଚନା ରହିଛି । ତେବେ ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.