ETV Bharat / international

Bangladesh Economic Crisis: ବାଂଲାଦେଶରେ ବଢୁଛି ଆର୍ଥିକ ସଙ୍କଟ, ଦରଦାମ ଆକାଶ ଛୁଆଁ

author img

By

Published : Mar 12, 2023, 10:22 AM IST

ଦିନକୁ ଦିନ ବିଗିଡିବାରେ ଲାଗିଛି ବାଂଲାଦେଶ ଆର୍ଥିକ ସ୍ଥିତି । ମୁଦ୍ରାସ୍ଫିତୀ ବୃଦ୍ଧି ହେତୁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଜନସାଧାରଣ । ଏହାରି ମଧ୍ୟରେ ପ୍ରକାଶ ପାଇଛି ମୁଡିସର ରେଟିଂ । ଅଧିକ ପଢ଼ନ୍ତୁ

ବାଂଲାଦେଶର ବ୍ୟାଙ୍କିଙ୍ଗ କ୍ଷେତ୍ରର ବଢ଼ିଲା  ଚିନ୍ତା

ଢାକା: ବାଂଲାଦେଶରେ ଭୟଙ୍କର ହେବାରେ ଲାଗିଛି ଆର୍ଥିକ ସ୍ଥିତି । ମୁଦ୍ରାସ୍ଫିତୀ ବୃଦ୍ଧି ହେତୁ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଜନସାଧାରଣ । ଏପରିକି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦାମ୍‌ ଆକାଶଛୁଆଁ ହୋଇଛି । ତେବେ ଏହାରି ମଧ୍ୟରେ ଅନ୍ତର୍ଜାତୀୟ ରେଟିଂ ଏଜେନ୍ସି ମୁଡିସର ରେଟିଂକୁ ନେଇ ପୁଣି ଆଲୋଚନା ଆରମ୍ଭ ହୋଇଛି । ଅର୍ଥନୀତିଜ୍ଞମାନେ ଏବଂ ଅର୍ଥନୀତି ବିଶେଷଜ୍ଞମାନେ ଏହାକୁ ଚିନ୍ତା ପ୍ରକଟ କରଛନ୍ତି । ମୁଡିସର ରେଟିଂକୁ ହ୍ରାସ କରିବା ନିଷ୍ପତ୍ତି ପାଇଁ ବାଂଲାଦେଶର ବ୍ୟାଙ୍କିଙ୍ଗ କ୍ଷେତ୍ରର ଚିନ୍ତା ବଢ଼ିବାରେ ଲାଗିଛି । ମୁଡିସର ବାଂଲାଦେଶର ବ୍ୟାଙ୍କିଙ୍ଗ କ୍ଷେତ୍ରର ରେଟିଂକୁ ନକରାତ୍ମକ ବୋଲି ସୂଚାଇଛି ।

ଅଧିକ ପଢ଼ନ୍ତୁ: ତାମିଲନାଡୁରେ ପ୍ରବାସୀଙ୍କୁ ଆକ୍ରମଣ ଭାଇରାଲ ଭିଡିଓ: ବିହାରରେ ହୋଇଥିଲା ସୁଟ, ମୁଖ୍ୟ ଅଭିଯୁକ୍ତ ସମତେ 4 ଗିରଫ

ଅର୍ଥନୀତିଜ୍ଞ ଏବଂ ଆର୍ଥିକ ବିଶ୍ଳେଷକମାନେ ମୁଡିସର ଏହି ନିଷ୍ପତ୍ତିକୁ କେବଳ ବ୍ୟାଙ୍କିଙ୍ଗ କ୍ଷେତ୍ର ପାଇଁ ନୁହେଁ, ବରଂ ବାଂଲାଦେଶର ସମଗ୍ର ଅର୍ଥନୀତି ପାଇଁ ଏକ ଝଟକା ବୋଲି ବିବେଚନା କରିଛନ୍ତି । ମୁଦ୍ରା ହ୍ରାସ, ଉଚ୍ଚ ମୁଦ୍ରାସ୍ଫୀତି ହାର ଏବଂ ବୈଦେଶିକ ମୁଦ୍ରା ଭଣ୍ଡାରରେ କ୍ରମାଗତ ହ୍ରାସ ଭଳି ସମସ୍ୟାର ସମ୍ମୁଖୀନ ବାଂଲାଦେଶ ହେଉଛି । ଅର୍ଥନୀତିଜ୍ଞମାନେ ସୂଚାଇ ଦେଇଛନ୍ତି ଯେ ମୁଡିସର ସର୍ବଶେଷ ମୂଲ୍ୟାଙ୍କନ ପରେ ସୀମାର ଆର୍ଥିକ କାରବାର ଅଧିକ କଷ୍ଟସାଧ୍ୟ ହେବ । କେତେକ ବିଦେଶୀ ଅନୁଷ୍ଠାନ ଏପରିକି ବାଂଲାଦେଶୀ ବ୍ୟାଙ୍କର ଋଣ ସୀମା ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି । ବ୍ୟାଙ୍କର୍ସ ଆସୋସିଏସନର ପୂର୍ବତନ ଅଧ୍ୟକ୍ଷ ସୟଦ ମେହବୁବ-ଉର-ରେହମାନ କହିଛନ୍ତି , ‘‘ମୁଡିସର ଏପରି ନିଷ୍ପତ୍ତି ନେବାର ଚେତାବନୀ ସଙ୍କଟର ପୂର୍ବ ସଙ୍କେତ ।’’

ଅଧିକ ପଢ଼ନ୍ତୁ: Watch Video: ସାଜସଜ୍ଜାରେ ଲାଗିଲା 2 ଟନ୍ ଅଙ୍ଗୁର, ଝଲସିଲେ ପ୍ରଭୁ ଗଜାନନ

ଡଲାର ସଙ୍କଟ ସତ୍ତ୍ୱେ ଆମର ଅନେକ ବ୍ୟାଙ୍କ ବିଦେଶୀ ବ୍ୟାଙ୍କ ସହିତ କାରବାର କରିବାରେ ସକ୍ଷମ ହୋଇଥିଲା । ଦୀର୍ଘକାଳୀନ ସମ୍ପର୍କ ଏବଂ ବିଶ୍ୱାସ ହେତୁ ଏହା ଘଟୁଥିଲା । କିନ୍ତୁ ବର୍ତ୍ତମାନ ବାଂଲାଦେଶର ସମଗ୍ର ବ୍ୟାଙ୍କିଙ୍ଗ କ୍ଷେତ୍ରକୁ ବିପଦପୂର୍ଣ୍ଣ ବୋଲି କୁହାଯାଉଛି । ଏହା ନିଶ୍ଚିତ ଭାବରେ ସୀମା କାରବାରରେ ସମସ୍ୟା ସୃଷ୍ଟି କରିବ । ଅନ୍ୟପଟେ ବାଂଲାଦେଶର ଆର୍ଥିକ ସ୍ଥିତିକୁ ଶ୍ରୀଲଙ୍କାର ସ୍ଥିତି ସହ ତୁଳନା କରୁଛନ୍ତି ଅର୍ଥନୀତିଜ୍ଞମାନେ । ଶ୍ରୀଲଙ୍କାରେ ଅର୍ଥନୈତିକ ସଙ୍କଟ ସମୟରେ ମୁଡିସର ଏପରି ରେଟିଂ ପ୍ରଦାନ କରିଥିଲା । ତେବେ ଦେଶର ଆର୍ଥିକ ସ୍ଥିତିକୁ ଲକ୍ଷ୍ୟରେ ରଖି ବାଂଲାଦେଶ ସରକାର ସ୍ଥିତିରେ ସୁଧାର ଆଣିବାକୁ ଚେଷ୍ଟା ଜାରି ରଖିଛି । ତେବେ ବ୍ୟାଙ୍କିଂ କ୍ଷେତ୍ରରେ କର୍ପସନ କରାଣରୁ ଏବଂ ସୁପରିଚାଳନା ଅଭାବରୁ ଏପରି ଆର୍ଥିକ ସଙ୍କଟ ଦେଖାଦେଇଛିଥିବା କୁହାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.