ETV Bharat / international

ଭିକ୍ଷାବୃତ୍ତି ପାଇଁ 16 ପାକିସ୍ତାନୀ ଭିକ୍ଷୁକଙ୍କ ସାଉଦି ଆରବ ଯାତ୍ରା, ଏୟାରପୋର୍ଟରେ ଗିରଫ

author img

By ETV Bharat Odisha Team

Published : Oct 1, 2023, 3:38 PM IST

ଭିକ୍ଷାବୃତ୍ତି ଲାଗି ସାଉଦି ଆରବ ଯାତ୍ରା କରୁଥିଲେ 13 ପାକିସ୍ତାନୀ । ବିମାନବନ୍ଦରରେ ଗିରଫ କଲା FIA । ଅଧିକ ପଢନ୍ତୁ

Saudi Arabia
Saudi Arabia

ଇସଲାମବାଦ: ଭିକ୍ଷାବୃତ୍ତି ପାଇଁ ସାଉଦି ଆରବ ଯାତ୍ରା । ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଫେଡେରାଲ ତଦନ୍ତକାରୀ ଏଜେନ୍ସି (FIA)ର ରିପୋର୍ଟ ଅନୁସାରେ ପ୍ରାୟ 16 ଜଣ ପାକିସ୍ତାନୀ ଭିକ୍ଷୁକ କେବଳ ଭିକ୍ଷାବୃତ୍ତି ପାଇଁ ସାଉଦି ଆରବକୁ ଯାତ୍ରା କରୁଥିଲେ । ହେଲେ ତାଙ୍କୁ ପାକିସ୍ତାନର ପଞ୍ଜାନ ନିକଟ ମୁଲତାନ ଠାରେ ଗିରଫ କରାଯାଇଛି । ଏମାନେ ନିଜକୁ ତୀର୍ଥଯାତ୍ରୀ ସଜାଇ ବିମାନ ଯୋଗେ ସାଉଦି ଆରବକୁ ଯାତ୍ରା କରିବାକୁ ଯୋଜନା କରିଥିଲେ ।

ଏଫଆଇଏର ରିପୋର୍ଟ ଅନୁସାରେ ଏହି 16 ଜଣ ପାକିସ୍ତାନୀ ଭିକ୍ଷୁକଙ୍କ ମଧ୍ୟରେ ଜଣେ ଛୋଟ ଶିଶୁ, 11 ଜଣ ମହିଳା ଓ 4ଜଣ ପୁରୁଷ ରହିଥିଲେ । ଏମାନେ ଉମ୍ରା ଭିସା (ଉମ୍ରା ହେଉଛି ମକ୍କା ମଦିନା ଯିବା ଲାଗି ଏକ ଇସଲାମିକ ତୀର୍ଥଯାତ୍ରା, ଯାହା ସାହାଯ୍ୟରେ ଇସଲାମ ଧର୍ମାବଲମ୍ବୀ ବର୍ଷର ଯେକୌଣସି ସମୟରେ ଏଠାକୁ ଯାତ୍ରା କରିପାରିବେ ) ସାହାଯ୍ୟରେ ତୀର୍ଥଯାତ୍ରୀ ଭାବେ ଏହି ଯାତ୍ରା କରିବାକୁ ଯୋଜନା ବନାଇଥିଲେ ।

ଏହା ବି ପଢନ୍ତୁ- ଭିକ୍ଷା ବେଳେ ଶିଶୁଙ୍କୁ ବ୍ୟବହୃତ ପାଇଁ ଦେଉଥିଲା ମଦ, ବେଙ୍ଗାଲୁରୁରୁ ଗିରଫ ହେଲେ ୩୧ ଅଭିଯୁକ୍ତ

ଡନ୍‌ ଖବରକାଗଜ ରିପୋର୍ଟ ଅନୁସାରେ ବିମାନବନ୍ଦରରେ ଯେତେବେଳେ FIA ଅଫିସର ଏମାନଙ୍କ ଡକ୍ୟୁମେଣ୍ଟ ଓ ଭିସା ଯାଞ୍ଚ କରୁଥିଲେ, ସେତେବେଳେ ସେମାନଙ୍କୁ ପ୍ରଶ୍ନ କରିଥିଲେ । ଏହି ସମୟରେ ପାକିସ୍ତାନର ଏହି ଭିକ୍ଷୁକମାନେ କହିଥିଲେ ଯେ ସେମାନେ ଆମସ୍‌ (alms) ଲାଗି ଏହି ଯାତ୍ରା କରୁଛନ୍ତି । ସାଉଦି ଆରବକୁ ଯାତ୍ରା କରିବା ଲାଗି ଟ୍ରାଭେଲ୍‌ ଏଜେଣ୍ଟକୁ ସେମାନେ ନିଜ ରୋଜଗାରର ଅଧା ଅର୍ଥ ଦେଇଥିବା ମଧ୍ୟ କହିଥିଲେ ।

ଉମ୍ରା ଭିସାର ଅବଧି ଶେଷ ପରେ ସେମାନେ ପୁଣି ପାକିସ୍ତାନ ଫେରି ଆସିବେ ବୋଲି ମଧ୍ୟ କହିଥିଲେ । ଏହାପରେ ମୁଲତାନ FIA ସର୍କଲ ଅଫିସର ଏମାନଙ୍କୁ ଅଧିକ ପଚରାଉଚରା ଲାଗି ଗିରଫ କରିଥିବା ଜଣାପଡ଼ିଛି । ପାକିସ୍ତାନର କିଛି ଭିକ୍ଷୁକ ବିଦେଶରେ ବେଆଇନ କାର୍ଯ୍ୟରେ ଲିପ୍ତ ରହିଥିବା ଲାଗି ବିଦେଶ ଗସ୍ତ କରୁଛନ୍ତି । ଏନେଇ ପାକିସ୍ତାନ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ବିଦେଶରେ ଥିବା ପାକିସ୍ତାନୀ ସିନେଟ କମିଟିକୁ ଜଣାଇବାର ଗୋଟିଏ ଦିନ ପରେ ଏମାନଙ୍କୁ ଗିରଫ କରାଯାଇଛି ।

ପାକିସ୍ତାନ ମାନବ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ସିନେଟ ପ୍ୟାନେଲକୁ ଦିଆଯାଇଥିବା ତଥ୍ୟ ଅନୁସାରେ ବିଦେଶରେ ବେଆଇନ କାର୍ଯ୍ୟରେ ଲିପ୍ତ ରହୁଥିବା ଗିରଫ ଭିକ୍ଷୁକଙ୍କ ମଧ୍ୟରେ 90% ପାକିସ୍ତାନର ନାଗରିକ ବୋଲି ଜଣାପଡ଼ିଛି । ପାକିସ୍ତାନୀ ଭିକ୍ଷୁକମାନେ ମଧ୍ୟ ପୂର୍ବ ଅଞ୍ଚଳକୁ ତୀର୍ଥଯାତ୍ରା ଭାବେ ଯାତ୍ରା କରୁଛନ୍ତି । ଏମାନଙ୍କ ମଧ୍ୟରୁ ଅଧିକାଂଶ ସାଉଦି ଆରବକୁ ଉମ୍ରା ଭିସା ସାହାଯ୍ୟରେ ଯାତ୍ରା କରି ସେଠାରେ ଭିକ୍ଷାବୃତ୍ତି ଭଳି କାର୍ଯ୍ୟରେ ଲିପ୍ତ ରହୁଛନ୍ତି ।

ଅନ୍ୟପଟେ ଇରାକ ଓ ସାଉଦି ରାଷ୍ଟ୍ରଦୂତଙ୍କ ସୂଚନା ଅନୁସାରେ ଏଭଳି ଗିରଫ ଯୋଗୁଁ ଜେଲରେ ଅପରାଧୀଙ୍କ ସଂଖ୍ୟା ବୃଦ୍ଧି ପାଉଛି । ମକ୍କା ମସଜିଦରେ ପକେଟମାର ଯୋଗୁଁ ଗିରଫ ହେଉଥିବା ଅଭିଯୁକ୍ତଙ୍କ ମଧ୍ୟରେ ଅଧିକାଂଶ ପାକିସ୍ତାନର ନାଗରିକ ବୋଲି ଜଣାପଡ଼ିଛି । ସୂଚନା ଥାଉ କି ବିଗତ ଦିନରେ ପାକିସ୍ତାନ ଖାଦ୍ୟ ସଙ୍କଟ ଦେଇ ଗତି କରୁଥିବା ବେଳେ ଦେଶରେ ଦରଦାମ ବୃଦ୍ଧି ମୁଖ୍ୟ ସମସ୍ୟା ପାଲଟିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.