ଅଙ୍କାରା: ପୂର୍ବ ଭୂମଧ୍ୟସାଗରରେ ଗ୍ରୀସ ସୈନ୍ୟ ବିରୁଦ୍ଧରେ ନିର୍ଣ୍ଣାୟକ ସ୍ବାଧୀନତା ସଂଗ୍ରାମ ଯୁଦ୍ଧର 98 ତମ ବାର୍ଷିକୀ ତଥା ବିଜୟ ଦିବସ ପାଳନ କରି ଏକ ନୂତନ ବିବାଦର ସଙ୍କେତ ଦେଇଛି ତୁର୍କୀ । ଭବିଷ୍ୟତ ପାଇଁ ସଂଗ୍ରାମ ଆଜି ମଧ୍ୟ ଜାରି ରହିଛି ବୋଲି ତୁର୍କୀ ରାଷ୍ଟ୍ରପତି ରସେପ ତାଇପ ଏରଦଗାନ୍ ବିଜୟ ଦିବସ ପାଳନ ଅବସରରେ ବାର୍ତ୍ତା ଦେଇଛନ୍ତି ।
ତୁର୍କୀ ରାଷ୍ଟ୍ରପତି କହିଛନ୍ତି, ଏହା କୌଣସି ଆଶ୍ଚର୍ଯ୍ୟଜନକ ନୁହେଁ ଯେ ଯେଉଁମାନେ ଆମକୁ ପୂର୍ବ ଭୂମଧ୍ୟସାଗରରୁ ତଡିଦେବାକୁ ଚେଷ୍ଟା କରୁଛନ୍ତି ସେମାନେ ଏକ ଶତାବ୍ଦୀ ପୂର୍ବରୁ ଆମ ମାତୃଭୂମି ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରୁଥିବା ବ୍ୟକ୍ତିଙ୍କ ପରି ସମାନ ଆକ୍ରମଣକାରୀ ।
ନିକଟ ଅତୀତରେ, ତୁର୍କୀ ଏବଂ ଗ୍ରୀସ ସୈନ୍ୟମାନେ ସାଇପ୍ରସ ଏବଂ ଗ୍ରୀକ୍ ଦ୍ବୀପ ମଧ୍ୟରେ ଥିବା ସମୁଦ୍ରରେ ବିଲେଇ-ମୂଷା ପରି ସାମରିକ ଅଭ୍ୟାସ କରିଥିଲେ। ଯେତେବେଳେ ତୁର୍କୀ ଗ୍ୟାସ ଏବଂ ତୈଳ ଭଣ୍ଡାର ଖୋଜିବା ପାଇଁ ଯୁଦ୍ଧ ଜାହାଜ ସହିତ ଏକ ଅନୁସନ୍ଧାନ ଜାହାଜ ପଠାଇଲା ସେତେବେଳେ ଏହି ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା।
ୟୁଏଇ ସଦସ୍ୟ ଗ୍ରୀସ ଦାବି କରିଛି ଯେ ଏହି ଜଳ ତାର ଦ୍ବୀପର ଏକ ଅଂଶ ଏବଂ 27 ଟି ରାଷ୍ଟ୍ରର ସମର୍ଥନ ତାଲିକାଭୁକ୍ତ ହୋଇଛି । ଅନ୍ୟପକ୍ଷେ ଏହି ଦ୍ବୀପରେ ତୁର୍କୀର ବେଆଇନ କାର୍ଯ୍ୟକଳାପକୁ ଗ୍ରୀସ ନିନ୍ଦା କରିବା ସହ ଆଗାମୀଦିନରେ ଅଙ୍କାର ବିରୋଧରେ ସମ୍ଭାବ୍ୟ ପ୍ରତିବନ୍ଧକ ନେଇ ଚେତାବନୀ ଦେଇଛି।