ETV Bharat / international

ହିଜବୁଲକୁ କଳା ତାଲିକାଭୁକ୍ତ କରିଥିବାରୁ ଜର୍ମାନୀକୁ ନିନ୍ଦା କଲା ଇରାନ - ହିଜବୁଲକୁ କଳା ତାଲିକାଭୁକ୍ତ କଲା ଜର୍ମାନୀ

ହିଜବୁଲ ଆନ୍ଦୋଳନକୁ ଆତଙ୍କୀ ସଙ୍ଗଠନ ଭାବରେ ବ୍ଲାକ ଲିଷ୍ଟ ଘୋଷଣା କରିଛନ୍ତି ଜର୍ମାନୀ ସରକାର । ଜର୍ମାନୀ ସରକାରଙ୍କ ଏ ନିଷ୍ପତ୍ତି ଉପରେ ନିନ୍ଦା କରିଛି ଇରାନ ।

ହିଜବୁଲକୁ କଳା ତାଲିକାଭୁକ୍ତ କରିଥିବାରୁ ଜର୍ମାନୀକୁ ନିନ୍ଦା କଲା ଇରାନ

author img

By

Published : May 1, 2020, 4:20 PM IST

ତେହରାନ: ହିଜବୁଲ ଆନ୍ଦୋଳନକୁ ଆତଙ୍କୀ ସଙ୍ଗଠନ ଭାବରେ ନିଷିଦ୍ଧ ଘୋଷଣା କରିଛନ୍ତି ଜର୍ମାନୀ ସରକାର । ଜର୍ମାନୀର ଏଭଳି ନିଷ୍ପତ୍ତିକୁ ଦୃଢ ନିନ୍ଦା କରିଛି ଇରାନ । ଇରାନର ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଆବାସ ମୋସଭି କହିଛନ୍ତି, ୟୁରୋପର କେତେକ ଦେଶ ପଶ୍ଚିମ ଏସିଆ ଅଞ୍ଚଳର ବାସ୍ତବତାକୁ ବିଚାର ନକରି ନିଜର ଆଭିମୁଖ୍ୟ ଗ୍ରହଣ କରୁଛନ୍ତି।

ଇସ୍ରାଏଲ୍ ଓ ଆମେରିକାରକୁ ସେବା ଯୋଗାଉଥିବାରୁ ଜର୍ମାନ ସରକାର ହିଜବୁଲକୁ କଳା ତାଲିକା ଭୁକ୍ତ କରିଥିବା କହିଛନ୍ତି ମୋସଭି। ଏହା ବ୍ୟତୀତ ହିଜବୁଲ ଲେବନୋନ ଦେଶର ସରକାରୀ ଓ ଆଇନଗତ ଭାବେ ଜଡିତ । ତେଣୁ ଏଭଳି ନିଷ୍ପତ୍ତି ଲେବନୋନ ସରକାର ଏବଂ ରାଷ୍ଟ୍ରକୁ ଅସମ୍ମାନ କରୁଛି ବୋଲି ସେ କହିଛନ୍ତି ।

ଗୁରୁବାର ଦିନ, ଜର୍ମାନୀ ହିଜବୁଲକୁ କଳା ତାଲିକାଭୁକ୍ତ କରି ଦେଶର ସମସ୍ତ କାର୍ଯ୍ୟକଳାପ ଉପରେ ପ୍ରତିବନ୍ଧକ ଲଗାଇଥିଲା। ଗୁରୁବାର ସକାଳେ ବ୍ରେମେନ, ବର୍ଲିନ୍, ଡର୍ଟମୁଣ୍ଡ ଏବଂ ମୁଏନଷ୍ଟରରେ ହିଜବୁଲ ସହ ଜଡିତ ଆସୋସିଏସନ ମସଜିଦ ଉପରେ ଡଜେନ ପୋଲିସ୍ ଏବଂ ସ୍ୱତନ୍ତ୍ର ବାହିନୀ ଆକ୍ରମଣ କରିଥିଲେ।

1982 ମସିହାରେ ଲେବନୋନର ଗୃହଯୁଦ୍ଧ ସମୟରେ ହିଜବୁଲ ପ୍ରତିଷ୍ଠିତ ହୋଇଥିଲା । ଯାହା ଏବେ ଏହି ଦେଶର ଏକ ପ୍ରମୁଖ ରାଜନୈତିକ ଦଳ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.