ETV Bharat / international

ଇସ୍ରାଏଲର ଏୟାରଷ୍ଟ୍ରାଇକକୁ ମିସାଇଲରେ ଜବାବ ଦେଲା ଗାଜା - missile attack on israel

ଇସ୍ରାଇଲକୁ ଜବାବ ଦେଲା ଗାଜା । ଏୟାରଷ୍ଟ୍ରାଇକ ବଦଳରେ ମିସାଇଲ ହମଲା । ଯେଉଁଥିରେ ଇସ୍ରାଇଲର 7ଜଣଙ୍କର ମୃ୍ତ୍ୟୁ ହେବା ସହ ଶତାଧିକ ଆହତ ହୋଇଛନ୍ତି ।

ଇସ୍ରାଇଲର ଏୟାରଷ୍ଟ୍ରାଇକକୁ ଗାଜାର କଡା ଜବାବ
author img

By

Published : Nov 13, 2019, 9:25 AM IST

Updated : Nov 13, 2019, 12:42 PM IST

ନୂଆଦିଲ୍ଲୀ: ଇସ୍ରାଏଲକୁ ଭାରି ପଡିଲା ଏୟାରଷ୍ଟ୍ରାଇକ । ମିସାଇଲରେ ଜବାବ ଦେଲା ଗାଜା । ଇସ୍ରାଇଲ ଏୟାରଷ୍ଟ୍ରାଇକ ପରେ ଶତାଧିକ ମିସାଇଲ ଆଟାକ କରିଚାଲିଛି ଗାଜା । ଇସ୍ରାଏଲ ଏୟାରଷ୍ଟ୍ରାଇକରେ ମୃତ୍ୟୁବରଣ କରିଥିଲା ଇସଲାମିକ ଜିହାଦୀର କମାଣ୍ଡର ।

ଇସ୍ରାଇଲର ଏୟାରଷ୍ଟ୍ରାଇକକୁ ଗାଜାର କଡା ଜବାବ
ଫଟୋ ସୌଜନ୍ୟ:ଟ୍ବିଟର@IDF

ଗତ ମଙ୍ଗଳବାର ଏହି ଆଟାକ କରାଯାଇଥିବାବେଳେ ଉତ୍ତର ଗାଜାରେ ଥିବା ଆତଙ୍କବାଦୀ ଅବୁ ଅଲ ଅବୁ ଅତ୍ତା ନିହତ ହୋଇଥିଲା । ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ, ଆତଙ୍କୀ ଅତ୍ତା ଏକ ବଡ ଆକ୍ରମଣ ହମଲାର ଯୋଜନା ଚଳାଇଥିଲା । ଯାହାର ସୂଚନା ପାଇ ଏୟାରଷ୍ଟ୍ରାଇକ କରାଯାଇଥିଲା ।

ଅବୁ ଅତ୍ତା ବହୁତ ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲା । ଏପରିକି ସେ ବିଭିନ୍ନ ସ୍ଥାନରେ ସେ ଗୋଳାବାରୁଦ ଘଟଣାରେ ସାମିଲ ଥିବା ନେଇ କହିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବିଜେମିନ ନେତାନ୍ୟାହୁ । ତେବେ ଏୟାରଷ୍ଟ୍ରାଇକର 2 ଘଣ୍ଟା ପରେ ଦକ୍ଷିଣ ଇସ୍ରାଏଲରେ ସାଇରନ ବାଜିବା ଆରମ୍ଭ କରିଥିଲା । ଆଉ ଗୋଟିଏ ପରେ ଗୋଟିଏ ମିସାଇଲ ହମଲା କରିଚାଲିଥିଲା ଗାଜା । ଏହି ଘଟଣାରେ 7ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଶତାଧିକ ଲୋକେ ଆହତ ହୋଇଛନ୍ତି ।

Intro:Body:

BLANK FOR LINK 

Conclusion:
Last Updated : Nov 13, 2019, 12:42 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.