ETV Bharat / international

ସାଉଦିରେ ପୁଣି 39 ମସଜିଦରେ ପଡିଲା ତାଲା - ସାଉଦି ଆରବରେ କୋରୋନା ସ୍ଥିତି

ପ୍ରାୟ ତିନି ମାସର ବିରତି ପରେ ସାଉଦି ଆରବରେ ଶୁକ୍ରବାର ପ୍ରାର୍ଥନା ଆରମ୍ଭ ହୋଇଥିଲା । ଏଥିପାଇଁ ଲୋକେ ନିଜ ମ୍ୟାଟ ଘରୁ ଆଣିବା ସହିତ ସୁରକ୍ଷିତ ସାମାଜିକ ଦୂରତା ବଜାୟ ରଖୁଥିବା କେତେକ ରାଜ୍ୟ ସଂସ୍ଥାର ଅଧିକାରୀମାନେ ପ୍ରକାଶ କରିଥିଲେ ।

corona effect on saudi arabia, corona condition in saudi arabia, mosques closed in saudi, ସାଉଦି ଆରବିଆରେ କୋରୋନା ପ୍ରଭାବ, ସାଉଦି ଆରବରେ କୋରୋନା ସ୍ଥିତି, ସାଉଦି ଆରବରେ ମସଜିଦ ବନ୍ଦ
ସାଉଦିରେ ପୁଣି 39 ମସଜିଦରେ ପଡିଲା ତାଲା
author img

By

Published : Jun 7, 2020, 10:36 PM IST

ରିୟାଦ: ପ୍ରାୟ ତିନି ମାସର ବିରତି ପରେ ସାଉଦି ଆରବରେ ଶୁକ୍ରବାର ପ୍ରାର୍ଥନା ଆରମ୍ଭ ହୋଇଥିଲା । ଏଥିପାଇଁ ଲୋକେ ନିଜ ମ୍ୟାଟ ଘରୁ ଆଣିବା ସହିତ ସୁରକ୍ଷିଚ ସାମାଜିକ ଦୂରତା ବଜାୟ ରଖୁଥିବା କେତେକ ରାଜ୍ୟ ସଂସ୍ଥାର ଅଧିକାରୀମାନେ ପ୍ରକାଶ କରିଥିଲେ । ହେଲେ ଏହି ନିଷ୍ପତ୍ତିର ଠିକ୍‌ ଦୁଇ ଦିନ ମଧ୍ୟରେ ଦେଶରେ ପୁଣି କୋରୋନା ଆତଙ୍କ ମୁଣ୍ଡ ଟେକିଥିବା ବେଳେ ମସଜିଦରେ ପ୍ରାର୍ଥନା ପାଇଁ ଅସୁଥିବା ଶ୍ରଦ୍ଧାଳୁ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଏହି ଖବର ଜାଣିବା ପରେ ସରକାର ଦେଶର 39ଟି ମସଜିଦରେ ପୁଣି ତାଲା ପକାଇଛନ୍ତି । ଏହି ନିର୍ଣ୍ଣୟ ଇସଲାମିକ ବ୍ୟାପାର ମନ୍ତ୍ରଣାଳୟ ନେଇଥିବା ଜଣା ପଡିଛି । ଦେଶ ବହୁତ କଷ୍ଟରେ କୋରୋନା ଉପରେ ସାମାନ୍ୟ ନିୟନ୍ତ୍ରଣ ପାଇବାକୁ ଯାଉଥିବା ବେଳେ ମସଜିଦ ଖୋଲିବାରୁ ପୁଣି ବିଗିଡିବାରେ ଲାଗିଛି ପରିସ୍ଥିତି । ଏମିତିରେ ଦେଶରେ ନାଗରିକଙ୍କ ସ୍ବାସ୍ଥ୍ୟକୁ ପ୍ରାଧାନ୍ୟ ଦେଇ ଏପରି ନିଷ୍ପତ୍ତି ନେଇଥିବା ପ୍ରକାଶ କରିଛି ମନ୍ତ୍ରଣାଳୟ ।

ସେପଟେ ବନ୍ଦ ହୋଇଥିବା ମସଜିଦ ଗୁଡିକରେ ଷ୍ଟେରିଲାଇଜେସନ ପ୍ରକ୍ରିୟା ଜାରି ରହିଛି । ସୂଚନା ଅନୁଯାୟୀ ଗତ ସପ୍ତାହ ଦେଶରେ ଗହଳି ନିଯନ୍ତ୍ରଣ କରିବା ପାଇଁ ମକ୍କା ଛଡା ସମସ୍ତ ମସଜିଦ ଖୋଲାଯାଇଥିଲା । ଏଥିସହ ଶୁକ୍ରବାର ସାମୂହିକ ପ୍ରାର୍ଥନା ମଧ୍ୟ ଆରମ୍ଭ ହୋଇଥିଲା ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.