ଜେନେଭା: ମହାମାରୀ କୋରୋନା ବିରୋଧରେ ଲଢିବାକୁ ସ୍ବାସ୍ଥ୍ୟକର୍ମୀ ଓ ଜନତାଙ୍କ ପାଇଁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଏକ ମୋବାଇଲ ଆପ ଲଞ୍ଚ କରିଛି । ସ୍ବାସ୍ଥ୍ୟକର୍ମୀ ମାନେ ରୋଗୀଙ୍କ ସେବା କରିବା ସହ କିପରି ନିଜ ସୁରକ୍ଷା ପ୍ରତି ଧ୍ୟାନ ଦେବେ ଏନେଇ ପ୍ରଥମ ଆପକୁ ଡିଜାଇନ କରାଯାଇଛି । ସେହିପରି ଦ୍ବିତୀୟ ଆପରେ ଜନତାଙ୍କୁ କୋରୋନା ସମ୍ବନ୍ଧୀୟ ତଥ୍ୟ ଦେବା ପାଇଁ ଡିଜାଇନ କରାଯାଇଛି ।
ଡବ୍ଲ୍ୟୁଏଚଓ ଏକାଡେମୀ ଆପ୍ ମାଧ୍ୟମରେ ସ୍ୱାସ୍ଥ୍ୟ କର୍ମୀମାନେ କୋଭିଡ-19 ଜ୍ଞାନ ସମ୍ବଳ ପାଇପାରିବେ । ଯାହା ବିଶ୍ବସ୍ବାସ୍ଥ୍ୟ ସଙ୍ଗଠନ ଦ୍ବାରା ବିକଶିତ ହୋଇଛି । ଯେଉଁଥିରେ ଅପ୍ ଟୁ-ମିନିଟ୍ ଗାଇଡ୍, ଉପକରଣ, ତାଲିମ ଏବଂ ଭର୍ଚୁଆଲ୍ କର୍ମଶାଳା ଅନ୍ତର୍ଭୂକ୍ତ ହେବ । ଯାହା ସେମାନଙ୍କୁ କୋରୋନା ରୋଗୀଙ୍କ ଯତ୍ନ ନେବାରେ ସାହାଯ୍ୟ କରିବ । ଏବଂ ନିଜକୁ କିପରି ରକ୍ଷା କରିବେ ସେନେଇ ଦର୍ଶାଯାଇଛି ।
ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଏହି ନୂତନ ମୋବାଇଲ୍ ଆପ୍ ସହିତ ଶିକ୍ଷା ଏବଂ ଜ୍ଞାନ ବାଣ୍ଟିବାର ଶକ୍ତି ସିଧାସଳଖ ସ୍ୱାସ୍ଥ୍ୟ କର୍ମୀଙ୍କ ହାତରେ ଦେଉଛି ବୋଲି ଡବ୍ଲ୍ୟୁଏଚଓ ମହାନିର୍ଦ୍ଦେଶକ ଡକ୍ଟର ଟେଡ୍ରୋସ୍ ଆଡାନୋମ୍ ଗେବ୍ରେଏସ୍ କହିଛନ୍ତି ।
ଏହି ଆପ୍ 20,000 ବିଶ୍ବସ୍ୱାସ୍ଥ୍ୟ କର୍ମୀଙ୍କ ଏକ ସର୍ଭେ ଆଧାରରେ ନିର୍ମିତ ହୋଇଛି । ଯେଉଁମାନେ ମହାମାରୀ ସମୟରେ ନିଜକୁ ପ୍ରସ୍ତୁତ କରିବା ପାଇଁ ଭର୍ଚୁଆଲ ଲର୍ଣ୍ଣିଂ ପାଇଁ ଦାବି କରୁଥିଲେ । କୋଭିଡ-19 ସମ୍ବନ୍ଧରେ ସଠିକ ତଥ୍ୟ ଓ ବିକାଶ ବିଷୟରେ ଡବ୍ଲ୍ୟୁଏଚଓ ଲୋକଙ୍କୁ ସମଗ୍ର ବିଶ୍ବରେ ଅବଗତ କରାଉଛି ।
କୋରୋନା ପାଇଁ ଔଷଧ ଏବଂ ଟୀକା ପାଇଁ ଅନୁସନ୍ଧାନ ବ୍ୟତୀତ ଏହି ଆପ୍ କ୍ରମାଗତ ଭାବରେ କୋରୋନା ଭାଇରସ ରୋଗର ସଂଖ୍ୟା ମଧ୍ୟ ଅପଡେଟ କରିବ । ଉଭୟ ଆପଲ୍ ଆପ୍ ଷ୍ଟୋର୍ ଏବଂ ଗୁଗଲ୍ ପ୍ଲେ ଷ୍ଟୋରରୁ ଏହି ଆପକୁ ମାଗଣା ଡାଉନଲୋଡ କରିହେବ ।