ଭେନିସ: କୋରୋନା ଲକଡାଉନ କଟକଣା କୋହଳ ପରେ ଇଟାଲୀ ନିଜ ସୀମା ଖୋଲିବା ଆରମ୍ଭ କରିଛି । ଏହାପରେ ଅନ୍ତର୍ଜାତୀୟ ପର୍ଯ୍ୟଟକ ମଧ୍ୟ ପର୍ଯ୍ୟଟନସ୍ଥଳୀ ଭେନିସକୁ ଫେରିବା ଆରମ୍ଭ କରିଛନ୍ତି । ଏକଦା କୋରୋନା ଦ୍ବାରା ଇଟାଲୀ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ବେଳେ ଏବେ ପୁଣି ଫେରିଛି ଦେଶର ଆକର୍ଷଣ । ହେଲେ ଦେଶର ସହରର ଗଳିକନ୍ଦି ଏବେ ବି ଖାଲି ରହିଛି ।
କୋରୋନା ମହାମାରୀ ପୂର୍ବରୁ ଭେନିସକୁ ବାର୍ଷିକ 30 ମିଲିୟନ ପର୍ଯ୍ୟଟକ ଆସୁଥିଲେ । ହେଲେ ଏବେ ଲକଡାଉନ ପାଇଁ ଏହି ସଂଖ୍ୟା କମିବା ସହ ଦୋକାନ ବଜାର ଓ ରେସ୍ତୋରାଁ ଆଦି ପ୍ରାୟ 3 ମାସ ପରେ ପୁଣି ସ୍ବାଭାବିକ ସ୍ଥିତିକୁ ଫେରିଛି । ତେବେ କିଛି ସପ୍ତାହ ତଳେ ଦେଶରେ କୋରୋନା ଲକଡାଉନ କଟକଣା କୋହଳ ହୋଇଥିଲା । ଏହାପରେ ସହରର କ୍ୟାଫେ ଓ ରେସ୍ତୋରାଁରେ ସ୍ଥିତି ସ୍ବାଭାବିକ ହେବା ଆରମ୍ଭ ହୋଇଛି ।
ତେବେ ଭେନିସର ଜନୈକ ଆଡଭାଇଜର ଆଞ୍ଜେଲା ବାରବାଟୋଙ୍କ ସୂଚନା ମୁତାବକ ସହରର 70 ପ୍ରତିଶତ ପର୍ଯ୍ୟଟକ ବିଦେଶୀ । ବର୍ତ୍ତମାନ ସମୟରେ ସ୍ଥିତି ପୁରୁଣା ପରି ସ୍ବାଭାବିକ ହେବାରେ ଲାଗିଥିବା ବେଳେ ଏବେ ପର୍ଯ୍ୟଟକଙ୍କ ଅପେକ୍ଷାରେ ରହିଛି ଭେନିସ ବୋଲି ସେ ପ୍ରକାଶ କରିଛନ୍ତି । ପର୍ଯ୍ୟଟକ ଫେରିଲେ ସହରର ଅର୍ଥନୀତି ପୁଣି ଅଣ୍ଟା ସଳଖିବା ବୋଲି ସେ ବିଶ୍ବାସ ରଖିଛନ୍ତି ।
@IANS