ନୂଆଦୀଲ୍ଲୀ: ଦିନକୁ ଦିନ ଜଟିଳ ହେଉଛି ଋଷ ଓ ୟୁକ୍ରେନ ବିବାଦ । ଋଷ ଓ ୟୁକ୍ରେନ ବିବାଦକୁ ନେଇ ଆଜି ରାତିରେ ଜାତିସଂଘ ସାଧାରଣ ପରିଷଦର ଏକ ସ୍ବତନ୍ତ୍ର ବୈଠକ ବସିଥିଲା । ତେବେ ଏହି ବୈଠକରେ 'ୟୁକ୍ରେନର ଅସ୍ଥାୟୀ ଭାବରେ ଅଧିକୃତ ଅଞ୍ଚଳରେ ପରିସ୍ଥିତି' ନେଇ ଆଲୋଚନା ହୋଇଥିଲା ।
ଅନ୍ୟପଟେ ବିଟ୍ରେନ ସରକାର ଋଷକୁ ଚେତାବନୀ ଦେବା ସହ ଲାଗିଥିବା କଟକଣାକୁ ଆହୁରି ଅଧିକ କଡା କରାଯିବ ବୋଲି କହିଛି । ସେହିପରି ଯଦି ଋଷ ତାର ସୈନ୍ୟ ପ୍ରତ୍ୟାହାର ନ କରେ ଭ୍ଲାଦିମିର ପୁଟିନ୍ଙ୍କ ସହ ଜଡିତ ବିଲେନିୟର ଏବଂ ଅନ୍ୟ କମ୍ପାନୀଙ୍କ ବିରୋଧରେ ଏହି ପ୍ରତିବନ୍ଧକକୁ ଆହୁରି ଦୃଢ କରାଯିବ । ଏପଟେ ଗତକାଲି ବିଟ୍ରେନ ପ୍ରଧାନମନ୍ତ୍ରୀ ବୋରିଷ୍ ଜନସନ୍ ୫ଟି ଋଷୀୟ ବ୍ୟାଙ୍କ ଓ ରାଷ୍ଟ୍ରପତି ପୁଟିନଙ୍କ ସହ ଜଡିତ ଥିବା ୩ ଜଣ ବିଲେନିୟରଙ୍କ ଆର୍ଥିକ କାରବାର ଉପରେ ବିଟ୍ରେନ୍ ସଂସଦରେ କଟକଣା ଲାଗିଥିବା ଘୋଷଣା କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ