ETV Bharat / international

ନିର୍ବାଚନମଣ୍ଡଳୀରେ ମନ୍ତ୍ରୀଙ୍କୁ ଛୁରାମାଡ

ନିର୍ବାଚନମଣ୍ଡଳବାସୀଙ୍କ ସହ ବୈଠକ ସମୟରେ ଜଣେ ବ୍ୟକ୍ତି ବ୍ରିଟେନ ମନ୍ତ୍ରୀ ଡେଭିଡ ଆମେସଙ୍କୁ ଛୁରା ମାଡ କରିଥିବା ସୂଚନା ମିଳିଛି । ତେବେ ଗୁରୁତର ଅବସ୍ଥାରେ ମନ୍ତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅଧିକ ପଢନ୍ତୁ...

author img

By

Published : Oct 15, 2021, 7:56 PM IST

ନିର୍ବାଚନମଣ୍ଡଳୀରେ ମନ୍ତ୍ରୀଙ୍କୁ ଛୁରାମାଡ
ନିର୍ବାଚନମଣ୍ଡଳୀରେ ମନ୍ତ୍ରୀଙ୍କୁ ଛୁରାମାଡ

ଲଣ୍ଡନ: ଇଂଲଣ୍ଡର ଜଣେ ମନ୍ତ୍ରୀଙ୍କୁ ଆକ୍ରମଣ । ନିର୍ବାଚନମଣ୍ଡଳବାସୀଙ୍କ ସହ ବୈଠକ ସମୟରେ ଜଣେ ବ୍ୟକ୍ତି ବ୍ରିଟେନ ମନ୍ତ୍ରୀ ଡେଭିଡ ଆମେସଙ୍କୁ ଛୁରା ମାଡ କରିଥିବା ସୂଚନା ମିଳିଛି । ତେବେ ଗୁରୁତର ଅବସ୍ଥାରେ ମନ୍ତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ବ୍ରିଟିଶ ପୋଲିସର ସୂଚନା ଅନୁଯାୟୀ, ଶୁକ୍ରବାର ପୂର୍ବ ଇଂଲଣ୍ଡରେ ଛୁରାମାଡ଼ ଘଟଣାରେ ଜଣକୁ ଗିରଫ କରାଯାଇଛି । ଏକାଧିକ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ପୀଡିତ ଇଂଲଣ୍ଡର ଜଣେ ମନ୍ତ୍ରୀ, ଯିଏକି ନିର୍ବାଚନମଣ୍ଡଳୀରେ ବୈଠକ କରୁଥିବା ସମୟରେ ଅଭିଯୁକ୍ତ ତାଙ୍କୁ ଆକ୍ରମଣ କରିଥିଲା ।

ଏସେକ୍ସ ପୋଲିସ ଫୋର୍ସ କହିଛି ଯେ ଶୁକ୍ରବାର ମଧ୍ୟାହ୍ନରେ ଲେ-ଅନ୍-ସାଗରରେ ଛୁରାମାଡ଼ ହୋଇଥିବା ଖବର ମିଳିଥିଲା । ଏହାପରେ ତୁରନ୍ତ ଘଟଣାସ୍ଥଳରେ ପହଁଞ୍ଚିଥିଲା ପୋଲିସ ଟିମ୍‌ । କିଛି ଘଣ୍ଟାର ସର୍ଚ୍ଚ ଅପରେସନ ପରେ ଜଣେ ବ୍ୟକ୍ତିକୁ ଗିରଫ କରାଯାଇଛି । ତେବେ ଘଟଣାରେ ସମ୍ପୃକ୍ତ ଅନ୍ୟମାନଙ୍କୁ ଖୋଜୁଛି ପୋଲିସ ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପୂର୍ବ ଇଂଲଣ୍ଡର ଲେ-ଅନ୍-ସାଗର କୂଳରେ ଥିବା ବେଲଫେୟାର ମେଥୋଡିଷ୍ଟ ଚର୍ଚ୍ଚରେ ନିର୍ବାଚନମଣ୍ଡଳୀର ସଦସ୍ୟଙ୍କ ସହ ନିୟମିତ ବୈଠକରେ ମନ୍ତ୍ରୀ ଡେଭିଡ ଆମେସଙ୍କୁ ଆକ୍ରମଣ କରାଯାଇଥିଲା । ତାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ କୌଣସି ସୂଚନା ମିଳିନାହିଁ । ତେବେ ପୋଲିସ ଏବଂ ଆମ୍ବୁଲାନ୍ସକୁ ଡକାଯାଇଛି ।

1997 ମସିହାରୁ ଲେ-ଅନ୍-ସାଗର ଅନ୍ତର୍ଗତ ଦକ୍ଷିଣ ପଶ୍ଚିମ ପାଇଁ ସଂସଦର ସଦସ୍ୟ ଭାବରେ ନିର୍ବାଚିତ ହୋଇଆସୁଛନ୍ତି । ତେବେ 1983 ପରଠାରୁ ସେ ମନ୍ତ୍ରୀ ଅଛନ୍ତି । ବ୍ରିଟିଶ ରାଜନେତାଙ୍କ ବିରୋଧରେ ହିଂସା ପ୍ରାୟତଃ ବିରଳ, କିନ୍ତୁ ଜୁନ୍ 2016ରେ ଲେବର ପାର୍ଟିର ମନ୍ତ୍ରୀ ଜୋ କକ୍ସଙ୍କୁ ତାଙ୍କ ଉତ୍ତର ଇଂଲଣ୍ଡ ନିର୍ବାଚନମଣ୍ଡଳୀରେ ଗୁଳି କରି ହତ୍ୟା କରାଯାଇଥିଲା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.