ETV Bharat / international

ଆଉ ନ୍ୟୁଜିଲାଣ୍ଡ ଯାଇପାରିବେନି ଭାରତୀୟ !

author img

By

Published : Apr 8, 2021, 2:03 PM IST

ଭାରତରୁ ଯାଉଥିବା ଯାତ୍ରୀମାନେ କୋରୋନା ପଜିଟିଭ ଚିହ୍ନଟ ହେବା ପରେ ନ୍ୟୁଜିଲାଣ୍ଡ ସରକାର ଭାରତରୁ ଯାତ୍ରାକୁ ସ୍ଥଗିତ ରଖିଛନ୍ତି । ଅଧିକ ପଢନ୍ତୁ...

ଭାରତରୁ ଯାତ୍ରାକୁ ସ୍ଥଗିତ ରଖିଲା ନ୍ୟୁଜିଲ୍ୟାଣ୍ଡ

ୱେଲିଙ୍ଗଟନ: ଭାରତରୁ ଯାତ୍ରା କରି ନ୍ୟୁଜଲାଣ୍ଡରେ ପହଞ୍ଚୁଥିବା ଅଧିକାଂଶ ଯାତ୍ରୀ କୋରୋନା ପଜିଟିଭ ଚିହ୍ନଟ ହେବା ପରେ ଭାରତରୁ ଯାତ୍ରାକୁ ସ୍ଥଗିତ ରଖିଛି ନ୍ୟୁଜିଲ୍ୟାଣ୍ଡ । ଆସନ୍ତା ରବିବାରଠାରୁ ଏପ୍ରିଲ 28 ତାରିଖ ପର୍ଯ୍ୟନ୍ତ ଭାରତରୁ ଦେଶକୁ ଯାତ୍ରା ସ୍ଥଗିତ ରଖିବା ପାଇଁ ନ୍ୟୁଜିଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ଜାକିଣ୍ଡା ଆରଡର୍ନ ଗୁରୁବାର ସୂଚନା ଦେଇଛନ୍ତି ।

ନ୍ୟୁଜିଲାଣ୍ଡରେ କୋଭିଡ ସଂକ୍ରମଣକୁ ରୋକିବା ପାଇଁ ପିଏମ ଆରଡର୍ନ ଏହି ନିଷ୍ପତ୍ତି ନେଇଛନ୍ତି । ତେବେ ଯେଉଁ ଦେଶରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି ସେହି ସ୍ଥାନରୁ ଯାତ୍ରୀଙ୍କ ଆଗମନକୁ ରୋକିବା ପାଇଁ ଦେଶ ସ୍ଥିର କରିଛି । ଦେଶରେ ପ୍ରଥମ ଥର ପାଇଁ କୌଣସି ଦେଶରୁ ଲୋକଙ୍କ ଆଗମନକୁ ଦେଶ ରୋକିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ନ୍ୟୁଜିଲ୍ୟାଣ୍ଡ ଏହି ସଂକ୍ରମଣକୁ ରୋକିବାରେ ସଫଳ ହୋଇଛି । ଏଣୁ ଦେଶରେ ଯେକୌଣସି ବ୍ୟକ୍ତି ସଙ୍ଗରୋଧରେ ନ ରହି କୋଭିଡ ପଜିଟିଭ ଚିହ୍ନଟ ହେଉଛନ୍ତି ଏହାକୁ ଗୁରୁତର ଭାବରେ ନେଉଛନ୍ତି ନ୍ୟୁଜିଲ୍ୟାଣ୍ଡ ସରକାର ।

ଏହି ଦେଶ ସୀମାରେ କାର୍ଯ୍ୟରତ ସୁରକ୍ଷା ବାହିନୀଙ୍କ ଟୀକାକରଣ ଉପରେ ଅଧିକ ଗୁରୁତ୍ବ ଦେଉଛି । ଏହି ଦେଶରେ ମୋଟ 5 ମିଲିୟନ ବା 50 ଲକ୍ଷ ଜନସଂଖ୍ୟା ଥିବା ବେଳେ ଏଯାବତ 2500 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ 26 ଜଣଙ୍କର ମୃତ୍ୟୁ ଘଟିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.