ଜେନେଭା: ଆଗମୀ ୨୪ ଘଣ୍ଟାରେ ୟୁକ୍ରେନରେ ମେଡିକାଲ ଅକ୍ସିଜେନ ସରିଯିବା ନେଇ ଆଶଙ୍କା କରିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ । ଗୋଟେ ପଟେ ଋଷ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଯୁ୍ଦ୍ଧ ଚାଲିଛି । ତେବେ ଏହି ଯୁ୍ଦ୍ଧ କାରଣରୁ ଜରୁରୀକାଳୀନ ମେଡିକାଲ ଅକ୍ସିଜେନ ଯୋଗାଣରେ ବ୍ୟବସ୍ଥାରେ ବାଧା ଉପୁଜିଛି । ସେହିପରି ୟୁକ୍ରେନରେ ବିିଭିନ୍ନ ବର୍ଗର ଲୋକଙ୍କ ଏବେ ମେଡିକାଲ ଚିକିତ୍ସା ଚାଲିଛି । ସେହିଭଳି ଗର୍ଭବତୀ ମହିଳାଙ୍କା ଠାରୁ ଆରମ୍ଭ କରି କୋଭିଡରେ ଗୁରୁତର ହୋଇ ବହୁତ ସଂଖ୍ୟାରେ ଲୋକଙ୍କ ଚିକିତ୍ସା ଚାଲିଛି । ମାତ୍ର ଏମାନଙ୍କ ଭିତରୁ ଥିବା ବହୁତ ଲୋକ ଏବେ ଭେଣ୍ଟିଲେଟରରେ ରହିଛନ୍ତି ।
ତେବେ ଏମାନଙ୍କୁ ମେଡିକାଲ ଅକ୍ସିଜେନ ସେବା ନିହାତି ଦରାକାର ଥିବା ବେଳେ ଯୁଦ୍ଧ କାରଣରୁ ସେବା ପ୍ରଦାନରେ ବାଧାପ୍ରାପ୍ତ ହେଉଛି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କହିବା ଅନୁସାରେ ୟୁକ୍ରେନରେ ପ୍ରାୟ ଏବେ ୧୭ ଶହ ରୋଗୀ ଏବେ କୋଭିଡ୍ରେ ଚିକିତ୍ସିତ ହେଉଛନ୍ତି । ତେବେ ଏହି ମେଡିକାଲ ଅକ୍ସିଜେନ ଯୋଗାଣ କରୁଥିବା ଟ୍ରକ୍ ଯୁ୍ଦ୍ଧ କାରଣରୁ ୟୁକ୍ରେନ ଯାଇ ପାରୁନାହିଁ । ଅନ୍ୟପଟେ ଅକ୍ସିଜେନ ଯୋଗାଣ ୟୁକ୍ରେନର ରାଜଧାନୀ ସମେତ ଅନ୍ୟ ସହରକୁ ମଧ୍ୟ ହୋଇପାରୁ ନାହିଁ । ଫଳରେ ଅକ୍ସିଜେନର ଅଭାବ ୟୁକ୍ରେନରେ ଧୀରେ ଧୀରେ ପରିଲିକ୍ଷିତ ହେଉଛି ବୋଲି ଡବ୍ଲୁଏଚ୍ଓ(WHO) କହିଛି । ୟୁକ୍ରେନରେ ମେଡିକାଲ ଅକ୍ସିଜେନ ସଙ୍କଟ ନେଇ ଆଜି ଡବ୍ଲୁଏଚ୍ଓ(WHO)ର ନିର୍ଦ୍ଦେଶକ ଡାକ୍ତର ଟେଡ୍ରୋସ୍ ଆଡାନୋମ୍ ଗେବ୍ରେସିସ୍, ଡବ୍ଲୁଏଚ୍ଓ(WHO) ୟୁରୋପର ଆଞ୍ଚଳିକ ନିର୍ଦ୍ଦେଶକ ଡାକ୍ତର ହାନ୍ସ ହେନେରୀ ପି କ୍ଲୁଜ୍ ଏକ ଯୁଗ୍ମ ପ୍ରେସ ବିବୃତି ପ୍ରକାଶ କରିଛନ୍ତି ।
ସେହିଭଳି ବହୁତ ମେଡିିକାଲରେ ଅକ୍ସିଜେନ ସରିଯାଇଥିବା ବେଳେ ଆଉ କିଛି ମେଡିକାଲରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସରିଯିବ ବୋଲି ଡବ୍ଲୁଏଚ୍ଓ(WHO) ପକ୍ଷରୁ ଜାରି ହୋଇଥିବା ପ୍ରେସ ବିବୃତିରେ କୁହାଯାଇଛି । ଯଦି ଏଭଳି ହୁଏ ତେବେ ବହୁତ ଲୋକଙ୍କ ଜୀବନ ଅକାଳରେ ଚାଲି ଯିବ ବୋଲି ଡବ୍ଲୁଏଚ୍ଓ ଆଶଙ୍କା କରିଛି । ଏଥିସହ ୟୁକ୍ରେନରେ ମେଡିକାଲ ଅକ୍ସିଜେନ ପ୍ରସ୍ତୁତ ଲାଗି ଦରକାର ଥିବା ରସାୟିନିକ ପଦାର୍ଥ ମଧ୍ୟ ଅଭାବ ଦେଖିବାକୁ ମିଳିଛି ।
ଏନେଇ ଗେବ୍ରେସିସ୍ ଓ କ୍ଲୁଜ୍ କିଭିଳି ଅକ୍ସିଜେନ ଯୋଗାଣ ସ୍ବାଭାଭିକ ହୋଇପାରିବ ତାକୁ ନେଇ ଆଲୋଚନା କରିବା ସହ ଜରୁରୀ ଥିବା ରୋଗୀ ପାଖରେ ପହଞ୍ଚିବା ଲାଗି ସମସ୍ତ ବ୍ୟବସ୍ଥା କରାଯାଉଛି । ତେବେ ମିଳିତ ଜାତିସଂଘ ସଂସ୍ଥା ଅକ୍ସିଜେନ ଯୋଗଣା ସହ ସୁରକ୍ଷିତ ଭାବେ ପହଞ୍ଚାଇବା ଲାଗି କାର୍ଯ୍ୟ ଜାରି ରଖିଛି । ସେହିପରି ମେଡିକାଲ ଔଷଧ, ଆପତକାଳନୀ ସାମଗ୍ରୀ ସହ ଅନ୍ୟାନ୍ୟ ମେଡିକାଲ ସାମଗ୍ରୀ ସୁରକ୍ଷିତ ଯୋଗଣା ମିଳିତ ଜାତିସଂଘ ସଂସ୍ଥା କାମ କରୁଛି ।ମାତ୍ର ଏହି ସବୁ ଦରକାରୀ ସାମଗ୍ରୀ ପୋଲାଣ୍ଡ ସୀମା ଦେଇ ଯୋଗଣ କାର୍ଯ୍ୟ ଜାରି ରହିଥିବା ଡବ୍ଲୁଏଚ୍ଓ(WHO) ପକ୍ଷରୁ କୁହାଯାଇଛି । ଏପଟେ ଯୁଦ୍ଧରେ ଭଭୟ ସେନାରୁ ଯଦି କେହି ଆହତ କିମ୍ବା ଗୁରୁତର ହେଉଛନ୍ତି ଏମାନଙ୍କ ଲାଗି ଡବ୍ଲୁଏଚ୍ଓ(WHO) ଦ୍ବାରା ଆମ୍ବୁଲାନ୍ସ ସେବାର ବ୍ୟବସ୍ଥା କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ