ଇଂଲଣ୍ଡ: ଆପଣ କେବେ ମାଛକୁ ଗୀତ ଗାଇବାର ଦେଖିଛନ୍ତି ବା ଶୁଣିଛନ୍ତି କି ? ତେବେ ଏମିତି କିଛି ଘଟଣା ଦେଖିବାକୁ ମିଳିଛି ଇଂଲଣ୍ଡର ସ୍କଟଲ୍ୟାଣ୍ଡରେ । ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ନିଶ୍ଚୟ । ମଣିଷଙ୍କ ପରି ମାଛମାନେ ଗୀତ ଗାଉଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି ।
ସ୍କଟଲ୍ୟାଣ୍ଡର ଏକ ଅନୁସନ୍ଧାନକାରୀଙ୍କ କହିବାନୂଯାୟୀ, ଏକ ଧୁସର ରଙ୍ଗର ସିଲ ମାଛ ମଣିଷଙ୍କ ପରି ଗୀତ ଗାଉଛି । ତାହା ପୁଣି 'ଟ୍ବିଙ୍କିଲ ଟ୍ବିଙ୍କଲ ଲିଟଲ ଷ୍ଟାର' ଗୀତର ସ୍ବରରେ ସ୍ବର ମିଳାଇ ଗାଉଛି । ୟୁନିଭରସିଟି ଅଫ ସେଣ୍ଟ ଏଣ୍ଡ୍ରୁଏଜର ଅନୁସନ୍ଧାନକାରୀମାନେ ତିନୋଟି ସିଲ ମାଛ ପ୍ରଶିକ୍ଷଣ କରୁଥିଲେ । ଯେଉଁଥିରେ ସିଲ ମାଛ ମାନେ ଏହି ଗୀତର ନକଲ କରୁଥିବା ଦେଖିବାକୁ ମିଳିଛି ।
ଏହି ଅନୁସନ୍ଧାନରେ ଜଣାପଡିଛି ଯେ, ଖାଲି ଗୀତ ଗାଇବା ନୁହଁ କଥା କହିବାରେ ମଧ୍ୟ ସିଲ ମାଛ ମାନେ ନିଜକୁ ମହତ୍ବପୂର୍ଣ୍ଣ ପ୍ରମାଣ କରିଛନ୍ତି । କାରଣ ସେହିମାନେ ମନୁଷ୍ୟଙ୍କ ପରି କଥା କୁହା ନଳୀ (ସ୍ପିଚ ଟ୍ୟୁବ) ବ୍ୟବହାର କରିଥାନ୍ତି । ଏକ ସାଇନ୍ସଆଲର୍ଟ ଡଟ କମର ରିପୋର୍ଟ ଅନୁଯାୟୀ, ଅନୁସନ୍ଧାନକାରୀ ମାନେ ଯେଉଁ 3ଟି ସିଲ ମାଛଙ୍କୁ ପ୍ରଶିକ୍ଷଣ କରୁଥିଲେ ସେମାନଙ୍କ ନାଁ ହେଲା ଜୋଲା, ଜେନିସ ଓ ଗେଣ୍ଡାଲ୍ଫ ।