ETV Bharat / international

ଇଟାଲୀରେ କୋରୋନା ରଚୁଛି ମୃତ୍ୟୁର ତାଣ୍ଡବ, ଗୋଟିଏ ଦିନରେ ଗଲା 1000 ଜୀବନ - ଇଟାଲୀରେ କୋରୋନା

ଜାରି ରହିଛି କୋରୋନା ଆତଙ୍କ । ଇଟାଲୀରେ ଭାଙ୍ଗିଲା ମୃତ୍ୟୁ ରେକର୍ଡ । ଗୋଟିଏ ଦିନରେ କୋରୋନା ନେଲା 1000 ଜୀବନ । ଅଧିକ ପଢନ୍ତୁ...

ଇଟାଲୀରେ କୋରୋନା ରଚୁଛି ମୃତ୍ୟୁର ତାଣ୍ଡାବ , ଗୋଟିଏ ଦିନରେ ଗଲା 1000 ଜୀବନ

author img

By

Published : Mar 28, 2020, 7:57 AM IST

ରୋମ: ଆତଙ୍କ ଖେଳାଇଛି ମହାମାରୀ କୋରୋନା ଭାଇରସ । କୋରୋନାର କେନ୍ଦ୍ର ପାଲଟିଥିବା ଇଟାଲୀରେ ପ୍ରତିଦନ ମୃତ୍ୟୁର ସଂଖ୍ୟା ବଢିଚାଲିଛି । ଏହି ମହାମାରୀ ଯଦି କୌଣସି ଦେଶରେ ଅଧିକ ପ୍ରଭାବ ପକାଇଥାଏ, ତେବେ ସେ ଦେଶ ହେଉଛି ଇଟାଲୀ । ୟୁରୋପର ଏହି ଦେଶରେ ବର୍ତ୍ତମାନ ସୁଦ୍ଧା 8 ହଜାର ଲୋକଙ୍କ ମୃତ୍ୟୁ ହୋଇସାରିଲାଣି । ଶୁକ୍ରବାର କେବଳ ଗୋଟିଏ ଦିନରେ ହି 1000 ଲୋକଙ୍କ ଜୀବନ ନେଇଛି କୋରୋନା ।

କେବଳ ଇଟାଲୀରେ ନୁହେଁ ୟୁରୋପର ବ୍ରିଟେନ, ସ୍ପେନ, ଜର୍ମାନୀ ଭଳି ଦେଶ ମଧ୍ୟ ମହାମାରୀ କୋରୋନା କବଳରେ ରହିଛି । ସମ୍ପୂର୍ଣ୍ଣ ୟୁରୋପରେ କୋରୋନା ଭାଇରସର 3 ଲକ୍ଷରୁ ଅଧିକ ମାମଲା ରହିଛି । କେବଳ ଇଟାଲୀରେ 86 ହଜାରରୁ ଉର୍ଦ୍ଧ୍ବ ଲୋକ ଆକ୍ରାନ୍ତ ଅଛନ୍ତି । ଏହା ପୂର୍ବରୁ ଇଟାଲୀରେ ଗୁରୁବାର 712, ବୁଧବାର 683, ମଙ୍ଗଳବାର 743 ଓ ସୋମବାର 602 ଜଣଙ୍କର କୋରୋନା ଭାଇରସ ଯୋଗୁଁ ମୃତ୍ୟୁ ହୋଇଥିଲା ।

ବିଶ୍ବରେ 5,66,269 ଲୋକ କୋରୋନାରେ ସଂକ୍ରମିତ

ସାରା ବିଶ୍ବରେ ମୋଟ 5,66,269 ଲୋକ କୋରୋନାରେ ଆକ୍ରାନ୍ତ ଅଛନ୍ତି । ସେହିପରି 26 ହଜାର ଲୋକଙ୍କର ଭାଇରସ ପ୍ରକୋପରେ ମୃତ୍ୟୁ ହୋଇସାରିଲାଣି । ଚୀନ ପରେ ସବୁଠୁ ଅଧିକ ମୃତ୍ୟୁ ୟୁରୋପରେ ମୃତ୍ୟୁର ତାଣ୍ଡବ ରଚିଛି କୋରୋନା । ଗତ 24 ଘଣ୍ଟାରେ କୋରୋନା ପ୍ରଭାବରେ ସ୍ପେନରେ 769 ଜଣଙ୍କର ମୃତ୍ୟୁ ହୋଇସାରିଛି ।

ଭାରତରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା

130 କୋଟି ଲୋକସଂଖ୍ୟା ଥିବା ଭାରତରେ ମଧ୍ୟ କୋରୋନା ଆକ୍ରାନ୍ତଙ୍କ ମାମଲା ବଢିଚାଲିଛି । ଗତ 24 ଘଣ୍ଟାରେ ଦେଶରେ 75 ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ 4 ଜଣଙ୍କର ମୃତ୍ୟୁ ହୋଇସାରିଛି । ବର୍ତ୍ତମାନ ସୁଦ୍ଧା ଦେଶରେ କୋରୋନାରେ 800ରୁ ଅଧିକ ଲୋକ ସଂକ୍ରମଣ ହୋଇସାରିଥିବା ବେଳେ ମୃତ୍ୟୁ 19 ଛୁଇଁଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.