ETV Bharat / international

ନ୍ୟୁଜିଲାଣ୍ଡରେ ଭାରତୀୟ ଦମ୍ପତିଙ୍କୁ ହତ୍ୟା, ବଞ୍ଚିବାକୁ ସଂଘର୍ଷ କରୁଛି ଗୁରୁତର ପୁଅ

author img

By

Published : Mar 21, 2021, 1:33 PM IST

ନ୍ୟୁଜିଲାଣ୍ଡର ଅର୍କଲ୍ୟାଣ୍ଡରେ ଭାରତୀୟ ଦମ୍ପତିଙ୍କୁ ହତ୍ୟା । ତେବେ ଛୁରାମାଡ଼ କରି ଏହି ଦମ୍ପତ୍ତିଙ୍କ ହତ୍ୟା କରାଯାଇଥିବା ବେଳେ ତାଙ୍କ ପୁଅ ଡାକ୍ତରଖାନାରେ ଜୀବନ ଓ ମୃତ୍ୟୁ ସହ ସଂଗ୍ରାମ କରୁଛି । ଅଧିକ ପଢନ୍ତୁ...

ନ୍ୟୁଜିଲ୍ୟାଣ୍ଡରେ ଭାରତୀୟ ଦମ୍ପତିଙ୍କୁ ହତ୍ୟା, ଜୀବନ ସହ ସଂଘର୍ଷ କରୁଛି ଗୁରୁତର ପୁଅ

ୱିଲିଂଟନ: ନ୍ୟୁଜିଲାଣ୍ଡର ଅର୍କଲ୍ୟାଣ୍ଡରେ ଭାରତୀୟ ଦମ୍ପତିଙ୍କୁ ହତ୍ୟା । ତେବେ ଛୁରାମାଡ଼ କରି ଏହି ଦମ୍ପତ୍ତିଙ୍କ ହତ୍ୟା କରାଯାଇଥିବା ବେଳେ ତାଙ୍କ ପୁଅ ଡାକ୍ତରଖାନାରେ ଜୀବନ ଓ ମୃତ୍ୟୁ ସହ ସଂଗ୍ରାମ କରୁଛି । ଏନେଇ ଘଟଣାର ତଦନ୍ତ କରୁଛି ପୋଲିସ। ସୂଚନା ଅନୁଯାୟୀ, କେନ୍ଦ୍ରୀୟ ଅର୍କଲ୍ୟାଣ୍ଡର ଏକ ଘରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଏମାନଙ୍କ ବ୍ୟତୀତ ଏହି ଆକ୍ରମଣରେ ଆଉ ଦୁଇ ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି ।

ଅର୍କଲ୍ୟାଣ୍ଡର ପୋଲିସ ଅଧିକାରୀ ସ୍କଟ ବିୟର୍ଡ କହିଛନ୍ତି ଯେ, ସେ ଏବେ କାହା ଉପରେ ସନ୍ଦେହ କରୁ ନାହାନ୍ତି । ତାଙ୍କ ଟିମ ଏହି ମାମଲାର ତଦନ୍ତ କରୁଛନ୍ତି । ଏହି ଡବଲ ମର୍ଡର ପଛରେ କାହାର ହାତ ଅଛି ତାହା ସେମାନେ ଖୋଜୁଛନ୍ତି । ତେବେ ପୋଷ୍ଟମର୍ଟମ ପରେ ଏହି ରିପୋର୍ଟ ତଦନ୍ତରେ ସହାୟକ ହେବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ କି, ଏହି ଅଞ୍ଚଳରେ ଡବଲ ମର୍ଡର ଘଟଣା ପରେ ଲୋକମାନେ ଭୟଭୀତ ହୋଇପଡ଼ିଛନ୍ତି । ଏପରିକି ବର୍ତ୍ତମାନ ଘରୁ ବାହାରକୁ ଯିବାକୁ ସମସ୍ତେ ଡରୁଛନ୍ତି । ଏଥି ସହ ଆତଙ୍କିତ ହେବାର କୌଣସି ଆବଶ୍ୟକତା ନାହିଁ ବୋଲି ପୋଲିସ ଲୋକଙ୍କୁ ଆଶ୍ବାସନା ଦେଇଛି । ଏଠାରେ ସୁରକ୍ଷା କଡାକଡି କରାଯାଇଛି । ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେମାନେ କହିଛନ୍ତି ।

ମୃତ ସ୍ବାମୀ ଏବଂ ସ୍ତ୍ରୀଙ୍କର ଜଣେ ପଡ଼ୋଶୀ କହିଛନ୍ତି ଯେ, ଦୁହେଁ ୨୦୦୭ରେ ଗୋଆରୁ ନ୍ୟୁଜିଲାଣ୍ଡକୁ ନିଜ ପରିବାର ସହିତ ଆସିଥିଲେ । ତାଙ୍କ ପୁଅ ଇଞ୍ଜିନିୟରିଂ ପଢୁଛନ୍ତି । ଏହି ଆକ୍ରମଣରେ ସେ ମଧ୍ୟ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ତେବେ ଘଟଣା ପରେ ପଡୋଶୀମାନେ ପୋଲିସକୁ ସୂଚନା ଦେଇଥିଲେ । ତା’ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଶୀଘ୍ର ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ମୃତ ମହିଳା ଅର୍କଲ୍ୟାଣ୍ଡ ବିଶ୍ବବିଦ୍ୟାଳୟରେ କାମ କରୁଥିବା ବେଳେ ତାଙ୍କ ସ୍ବାମୀ ଅର୍କଲ୍ୟାଣ୍ଡର ଏକ ଡାକ୍ତରଖାନାରେ କାମ କରୁଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.