ମାଦ୍ରିଦ: କୋରୋନା କବଳରେ ସର୍ବାଧିକ ପ୍ରଭାବିତ ଦେଶ ମାନଙ୍କ ମଧ୍ୟରେ ସ୍ପେନ ଅନ୍ୟତମ । ମାତ୍ର ଏବେ ପ୍ରଧାନମନ୍ତ୍ରୀଙ୍କ ଏକ ଆଶ୍ବସ୍ତିକର ବିବୃତ୍ତି ଦେଶବାସୀଙ୍କୁ ଦୃଢତାର ସହ କୋରୋନା ମୁକାବିଲା ପାଇଁ ସାହସ ଦେଇଛି ।
ସ୍ପେନରେ ଜାତୀୟ ଜରୁରୀକାଳୀନ ଅବଧି 15 ଦିନ ବୃଦ୍ଧି କରିବାକୁ ସଂସଦ ଅନୁମୋଦନ କରିଛି । ଏହା ପରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶରେ କୋଭିଡ -19 ମହାମାରୀର ସବୁଠାରୁ ଖରାପ ପର୍ଯ୍ୟାୟ ସରିବାକୁ ଯାଉଛି ।
ସ୍ପେନ ପ୍ରଧାନମନ୍ତ୍ରୀ ପ୍ରିଡୋ ସାଞ୍ଚେଜଙ୍କ କହିଛନ୍ତି ଯେ " ନିଆଁ (କୋଭିଡ -19 ସଂକ୍ରମଣ) ନିୟନ୍ତ୍ରଣରେ ଅଛି । ପ୍ରଧାନମନ୍ତ୍ରୀ ମାଦ୍ରିଦରେ ସଂସଦ ସଦସ୍ୟମାନଙ୍କୁ କହିଛନ୍ତି ଯେ ଏହି ଭାଇରସ ସଂପୂର୍ଣ୍ଣଭାବେ ଦୂର ହେବ ଦେଶ ଜିତିବ ।
ୟୁରୋପର ଅନ୍ୟ ଦେଶକୁ ଅତିକ୍ରମ କରି କୋଭିଡ -19 ସଂକ୍ରମଣରେ ସ୍ପେନରେ ସର୍ବାଧିକ ସଂଖ୍ୟକ, ଏକ ଲକ୍ଷ 52 ହଜାର 446 ରହିଛି । ଏଥିସହିତ ଗୁରୁବାର ପର୍ଯ୍ୟନ୍ତ ମହାମାରୀ ଯୋଗୁଁ ମୃତ୍ୟୁ ସଂଖ୍ୟା 15,238 କୁ ବୃଦ୍ଧି ପାଇଛି।
@IANSଇନପୁଟ