ETV Bharat / international

ୟୁକେରେ କୋରୋନାର ଦ୍ବିତୀୟ ଲହରୀ, ଲାଗିପାରେ ପୁନଃ ପ୍ରତିବନ୍ଧକ - ୟୁକେରେ କୋରୋନା ଦ୍ବିତୀୟ ଲହରୀ

ୟୁକେକୁ ଦ୍ବିତୀୟ ପର୍ଯ୍ୟାୟରେ ପ୍ରତ୍ୟାବର୍ତ୍ତନ କରୁଛି କୋରୋନା ସଂକ୍ରମଣ । ଏନେଇ ଶୁକ୍ରବାର ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ବୋରିସ ଜନଶନ । ବର୍ତ୍ତମାନର ପରିସ୍ଥିତିକୁ ଏଡାଇ ଦିଆଯାଇ ନପାରେ ବୋଲି ବୋରିସ ସ୍ପଷ୍ଟ ସୂଚନା ଦେଇଛନ୍ତି ।

coronavirus latest news, corona update in uk, 2nd wave of corona in uk, boris johnson, କୋରୋନା ଭାଇରସ ଲାଟେଷ୍ଟ ନ୍ୟୁଜ୍‌, ୟୁକେରେ କୋରୋନା ଅପଡେଟ, ୟୁକେରେ କୋରୋନା ଦ୍ବିତୀୟ ଲହରୀ, ବୋରିସ ଜନଶନ
ୟୁକେରେ କୋରୋନାର ଦ୍ବିତୀୟ ଲହରୀ, ଲାଗିପାରେ ପୁନଃ ପ୍ରତିବନ୍ଧକ
author img

By

Published : Sep 19, 2020, 3:20 PM IST

ଲଣ୍ଡନ: ୟୁକେକୁ ଦ୍ବିତୀୟ ପର୍ଯ୍ୟାୟରେ ପ୍ରତ୍ୟାବର୍ତ୍ତନ କରୁଛି କୋରୋନା ସଂକ୍ରମଣ । ଏନେଇ ଶୁକ୍ରବାର ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ବୋରିସ ଜନଶନ । ବର୍ତ୍ତମାନର ପରିସ୍ଥିତିକୁ ଏଡାଇ ଦିଆଯାଇ ନପାରେ ବୋଲି ବୋରିସ ସ୍ପଷ୍ଟ ସୂଚନା ଦେଇଛନ୍ତି । ଏନେଇ ସେ ସୂଚନା ଦେଇ କହିଛନ୍ତି କି ଦେଶରେ ଆରମ୍ଭ ହେବାକୁ ଯାଉଥିବା ଏପରି ପରିସ୍ଥିତିକୁ ନଜରରେ ରଖି ସରକାର ଆବଶ୍ୟକୀୟ ସମସ୍ତ ପଦକ୍ଷେପ ନେବା ପାଇଁ ସମୀକ୍ଷା ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଖୁବଶୀଘ୍ର ଏନେଇ ଘୋଷଣା କରାଯିବ ।

ଶୁକ୍ରବାର ଅକ୍ସଫୋର୍ଡ ନିକଟସ୍ଥ ଭ୍ୟାକ୍ସିନ ମ୍ୟାନୁଫ୍ୟାକ୍ଚରିଂ ଇନୋଭେସନ ସେଣ୍ଟର କନଷ୍ଟ୍ରକ୍ସନ ସାଇଟ ବୁଲିବାକୁ ଯାଇ ଗଣମାଧ୍ୟମକୁ ବୋଲିସ କହିଛନ୍ତି କି ସ୍ଥିତି ଉପରେ କଡା ନଜର ରଖାଯାଇଛି । ଏହା ଆଜି କି କାଲି ନୁହେଁ ବରଂ ଗତ କିଛି ସପ୍ତାହ ହେବ ସ୍ପଷ୍ଟ ହୋଇଛି କି ଦେଶରେ କୋରୋନାର ଦ୍ବିତୀୟ ଲହରୀ କୌଣସି କ୍ଷଣରେ ଆରମ୍ଭ ହୋଇପାରେ । ତେଣୁ ନାଗରିକଙ୍କୁ ସଚେତନ ଓ ସତର୍କ ରହିବାର ଆବଶ୍ୟକତା ରହିଛି । ସେପଟେ ଲକଡାଉନ ନେଇ ପ୍ରଶ୍ନ କରାଯିବାରୁ ବୋରିସ କହିଛନ୍ତି କି ବର୍ତ୍ତମାନ ପୁଣି ଥରେ ସ୍କୁଲ ବନ୍ଦ କରିବା ପାଇଁ ସରକାର ଇଚ୍ଛୁକ ନାହାଁନ୍ତି । ତେଣୁ ଏହାର ବିକଳ୍ପ ଚିନ୍ତା ଜାରି ରହିଛି ।

ଦେଶରେ ପୁଣି ଲକଡାଉନ କରିବାକୁ ଇଚ୍ଛା ନଥିଲେ ବି ପରିସ୍ଥିତି ଉପରେ ସବୁ କିଛି ନିର୍ଭର କରୁଛି ବୋଲି ବୋରିସ କହିଛନ୍ତି । ଏହିକ୍ରମରେ ଗତ 24 ଘଣ୍ଟାରେ ବ୍ରିଟେନରେ 4322 ନୂଆ ମାମଲା ସହ 27ଟି ମୃତ୍ୟୁ ରେକର୍ଡ କରାଯାଇଥିବା ଜଣାପଡିଛି । ଏଥିସହ ଦେଶରେ ମୋଟ ଆକ୍ରାନ୍ତ ସଂଖ୍ୟା 3,85,986ରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା 41,732ରେ ପହଞ୍ଚିଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.