ETV Bharat / international

ତାଲିବାନ ସହ ଶାନ୍ତି ଚୁକ୍ତି ସ୍ବାକ୍ଷର କଲା ଆମେରିକା

କତାର ସ୍ଥିତ ଦୋହାରରେ ହୋଇଛି ତାଲିବାନ ଓ ଆମେରିକା ମଧ୍ୟରେ ଶାନ୍ତି ଚୁକ୍ତି । ଆମେରିକାର ରାଷ୍ଟ୍ରଦୂତ ଜଲମେ ଖଲିଲଜାଦ ଏବଂ ତାଲିବାନର ଉପନେତା ମୁଲ୍ଲାହ ଅବଦୁଲ ଘନି ଏହି ଚୁକ୍ତିରେ ହସ୍ତାକ୍ଷର କରିଛନ୍ତି । ଅଧିକ ପଢନ୍ତୁ...

ତାଲିବାନ ସହ ଶାନ୍ତି ଚୁକ୍ତି ସ୍ବାକ୍ଷର କଲା ଆମେରିକା
ତାଲିବାନ ସହ ଶାନ୍ତି ଚୁକ୍ତି ସ୍ବାକ୍ଷର କଲା ଆମେରିକା
author img

By

Published : Feb 29, 2020, 10:14 PM IST

କାତାର: ବହୁ ପ୍ରତିକ୍ଷୀତ ଆମେରିକା ଓ ତାଲିବାନ ମଧ୍ୟରେ ଶାନ୍ତି ଚୁକ୍ତି ହୋଇଛି । ଆମେରିକାର ରାଷ୍ଟ୍ରଦୂତ ଜଲମେ ଖଲିଲଜାଦ ଏବଂ ତାଲିବାନର ଉପନେତା ମୁଲ୍ଲାହ ଅବଦୁଲ ଘନି ବାରାଦର କତାର ସ୍ଥିତ ଦୋହାରରେ ଏହି ଶାନ୍ତି ଚୁକ୍ତି ସ୍ବାକ୍ଷରିତ ହୋଇଛି । ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିଓ ମଧ୍ୟ ଏହି ଚୁକ୍ତିର ସାକ୍ଷୀ ରହିଥିଲେ ।

ତାଲିବାନ ସହ ଶାନ୍ତି ଚୁକ୍ତି ସ୍ବାକ୍ଷର କଲା ଆମେରିକା
ତାଲିବାନ ସହ ଶାନ୍ତି ଚୁକ୍ତି ସ୍ବାକ୍ଷର କଲା ଆମେରିକା

ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ନିର୍ଦ୍ଦେଶରେ ଆଫଗାନିସ୍ତାନରୁ ୟୁଏସ ସନ୍ୟବାହିନୀଙ୍କୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର ପାଇଁ ଏହି ଶାନ୍ତି ଚୁକ୍ତିରେ ନିଷ୍ପତ୍ତି ନିଆଯାଇଥିବା ଆଫଗାନିସ୍ତାନରେ ଆମେରିକାର ବରିଷ୍ଠ କମାଣ୍ଡର ଜେନେରାଲ ଅଷ୍ଟିନ ‘ସ୍କଟ’ ମିଲର ସୂଚନା ଦେଇଛନ୍ତି । ଆଫଗାନିସ୍ତାନ ସରକାରଙ୍କ ସହ ଆଲୋଚନା କରିବା ସହ ପାଶ୍ଚାତ୍ୟ ଦେଶ ଉପରେ ଆକ୍ରମଣ ନକରିବାକୁ ତାଲିବାନକୁ ପ୍ରତିଶୃତି ଦେବା ପାଇଁ ଏହି ଚୁକ୍ତିରେ କୁହାଯାଇଛି । କାବୁଲରେ ଅନୁଷ୍ଠିତ ସମାରୋହ ପୂର୍ବରୁ ଆଫଗାନିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଅସଦୁଲ୍ଲା ଖାଲିଦ କହିଛନ୍ତି ଯେ କିଛି ହଜାର ଆମେରିକୀୟ ସୈନ୍ୟଙ୍କ ବିଦାୟ ଆଫଗାନିସ୍ତାନର ସୁରକ୍ଷା ଉପରେ କୌଣସି ପ୍ରଭାବ ପକାଇବ ନାହିଁ।

ଏହି ଚୁକ୍ତି ସ୍ବାକ୍ଷରିତ ହେବା ପରେ ଆଫଗାନିସ୍ତାନ ସରକାର ଏକ ବୁଝାମଣାକାରୀ ଦଳ ଏକତ୍ର କରି ଯୋଜନାବଦ୍ଧ ଭାବେ ନିଜ ନିଜର ବନ୍ଦୀଙ୍କୁ ମୁକ୍ତ କରିବାର ଆବଶ୍ୟକ ରହିଛି । ଆଫଗାନିସ୍ତାନ ସରକାରଙ୍କ ଦ୍ବାରା ବର୍ତ୍ତମାନ 5000 ତାଲିବାନ କଏଦୀ ବନ୍ଦୀ ଥିବା ୟୁଏସ ବୁଝାମଣାକାରୀ ଦଳଙ୍କୁ ଏକ ତାଲିକା ପ୍ରଦାନ କରିଛି ତାଲିବାନ । ଅନ୍ୟପକ୍ଷେ ଏହା ବଦଳରେ ତାଲିବାନ ଦ୍ବାରା ବନ୍ଦୀରେ ଥିବା ଆଫଗାନିସ୍ତାନ ସୁରକ୍ଷା ବାହିନୀର 1000 ସୁରକ୍ଷାକର୍ମୀଙ୍କୁ ମୁକ୍ତ କରାଯିବ ବୋଲି ତାଲିବାନୀ ଆତଙ୍କବାଦୀମାନେ ଘୋଷଣା କରିଛନ୍ତି।

ତେବେ ଏହି ଚୁକ୍ତି ସ୍ବାକ୍ଷର ହେବା ପରେ ବର୍ତ୍ତମାନ ତାଲିବାନ ସହିତ ସମାନ୍ତରାଳ ଭାବେ ଆଫଗାନିସ୍ତାନକୁ ପ୍ରତିନିଧିତ୍ବ କରିବା ପାଇଁ ଏକ ଅନ୍ତର୍ଭୂକ୍ତ ବୁଝାମଣାଦଳ ଗଠନ କରିବା ଏକ ସମ୍ଭାବ୍ୟ ପ୍ରତିବନ୍ଧକ ହୋଇପାରେ | ଚଳିତ ମାସ ଆରମ୍ଭରେ ବିବାଦୀୟ ନିର୍ବାଚନ ଫଳାଫଳ ଘୋଷଣା ପରେ ଆଫଗାନିସ୍ତାନ ସରକାର ଏକ କଠିନ ସ୍ଥିତି ଦେଇ ଗତି କରୁଛନ୍ତି । ଏପରି ସ୍ଥିତିରେ ବୁଝାମଣାଦଳ ଗଠନ ରାଷ୍ଟ୍ରପତି ଘନିଙ୍କ ପାଇଁ ଏକ ଚ୍ୟାଲେଞ୍ଜ ହୋଇପାରେ ।

ତାଲିବାନ ସହିତ ଏହି ଶାନ୍ତି ଚୁକ୍ତି ରାଷ୍ଟ୍ରପତି ଟ୍ରମ୍ପଙ୍କ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ବୈଦେଶୀକ କୂଟନୀତି । ଏହା ଗତ ଆମେରିକା ରାଷ୍ଟ୍ରପତି ନିର୍ବାଚନ ସମୟରେ ଟ୍ରମ୍ପଙ୍କ ବଡ ନିର୍ବାଚନୀ ପ୍ରତିଶୃତି ଥିଲା ।

@ANI

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.