କାବୁଲ: ବିଦ୍ୟାଳୟ ଖୋଲିବାର କିଛି ସମୟରେ ପରେ ପୁଣି ବନ୍ଦ । ଆଫଗାନିସ୍ତାନରେ ଏଭଳି ଘଟଣା ଦେଖିବାକୁ ମିଳିଛି । ତେବେ ଆଜି ଆଫଗାନିସ୍ତାନରେ ସମସ୍ତ ସ୍କୁଲ ଖୋଲିଥିବା ବେଳେ ବାଳିକା ବିଦ୍ୟାଳୟକୁ ପୁଣି ବନ୍ଦ କରିଛନ୍ତି ତାଲିବାନ ସରକାର । ସେହିପରି ତାଲିବାନ ସରକାର ଗଠନ ହେବାର ବହୁତ ଦିନ ପରେ ସ୍କୁଲ ଖୋଲିଥିବା ବେଳେ ବାଳିକାଙ୍କ ପାଇଁ ମଧ୍ୟ ବିଦ୍ୟାଳୟ ଖୋଲିଥିଲା । ମାତ୍ର ଗତ ସପ୍ତାହରେ ଆଫଗାନିସ୍ତାନ ଶିକ୍ଷା ମନ୍ତ୍ରୀ ସମସ୍ତ ସ୍କୁଲ ଖୋଲିବା ନେଇ କହିଥିଲେ । ଏଥିସହ ବାଳିକା ମାଧ୍ୟମିକ ବିଦ୍ୟାଳୟ ମଧ୍ୟ ଖୋଲିବ ବୋଲି ସେ କହିଥିଲେ ।
ସେହିଭଳି ଆଜି ଆଫଗାନିସ୍ତାନ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ବାଳିକାଙ୍କ ଲାଗି ବିଦ୍ୟାଳୟ ଯିବାକୁ ମନା କରାଯାଇଛି । ଏହା ସହିତ ସମସ୍ତ ବାଳିକା ବିଦ୍ୟାଳୟ ମଧ୍ୟ ବନ୍ଦ କରାଯାଇଛି । ତେବେ ଯେ ପର୍ଯ୍ୟନ୍ତ ବାଳିକାଙ୍କ ଲାଗି ଏକ ଯୋଜନା ପ୍ରସ୍ତୁତ ନହୋଇଛି, ସେ ପର୍ଯ୍ୟନ୍ତ ବିଦ୍ୟାଳୟ ଝିଅଙ୍କ ପାଇଁ ବନ୍ଦ ରହିବ ବୋଲି ଆଫଗାନିସ୍ତାନ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ଏକ ନିର୍ଦ୍ଦେଶାବଳୀରେ ପ୍ରକାଶ କରାଯାଇଛି ।
ଅନ୍ୟପଟେ ଇସାଲିକ୍ ଆଇନ ଓ ଆଫଗାନ ପରମ୍ପରା ଅନୁଯାୟୀ ଝିଅଙ୍କ ଲାଗି ନିୟମ ପ୍ରସ୍ତୁତ ହେଲା ପରେ ସ୍କୁଲ ଖୋଲିବ ବୋଲି ତାଲିବାନ ସରକାରଙ୍କ ପକ୍ଷରୁ କୁହାଯାଇଛି । ଏଥିସହ ଷଷ୍ଟ ଶ୍ରେଣୀ ପର ଠାରୁ ସ୍କୁଲରେ ଝିଅ ପଢୁଥିବା ସ୍କୁଲ ସମ୍ପର୍ଣ୍ଣ ବନ୍ଦ ବୋଲି ନିର୍ଦ୍ଦେଶାବଳୀରେ କୁହାଯାଇଛି । ମାତ୍ର ତାଲିବାନ ସରକାରଙ୍କ ଏଭଳି ପଦକ୍ଷେପକୁ ବିଭିନ୍ନ ସଂଗଠନ ପକ୍ଷରୁ ନିନ୍ଦା କରାଯାଇଛି ।
@IANS