ETV Bharat / international

ପୁଣି 30 ପାକିସ୍ତାନୀ ପାଇଲଟଙ୍କୁ ଜାରି ହେଲା କାରଣ ଦର୍ଶାଅ ନୋଟିସ

author img

By

Published : Jul 6, 2020, 3:59 AM IST

ପାକିସ୍ତାନର ପିଛା ଛାଡୁନି ବିବାଦ । ପାକିସ୍ତାନ ଅନ୍ତର୍ଜାତୀୟ ଏୟାରଲାଇନ୍ସ ଲଗାତାର ବିବାଦ ଘେରରୁ ଟାଣି ହୋଇଚାଲିଥିବା ବେଳେ ରବିବାର ପୁଣି ମୁଣ୍ଡ ଟେକିଛି ଆଉ ଏକ ଘଟଣା । ରବିବାର ଆଉ 30 ଜଣ ପାଇଲଟଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ଅଧିକ ପଢନ୍ତୁ...

pia latest news, pakistan pilot's dubious license, pakistan pilots having suspicious license, show cause notice to pakistan pilot, ପିଆଇଏ ଲାଟେଷ୍ଟ ନ୍ୟୁଜ୍‌, ପାକିସ୍ତାନରେ ପାଇଲଟଙ୍କ ଜାଲ ଲାଇସେନ୍ସ, ପାକିସ୍ତାନରେ ସନ୍ଦେହଜନକ ପାଇଲଟ ଲାଇସେନ୍ସ, ପାକିସ୍ତାନରେ ପାଇଲଟଙ୍କୁ କାରଣ ଦର୍ଶାଅ ନୋଟିସ
ପୁଣି 30 ପାକିସ୍ତାନୀ ପାଇଲଟଙ୍କୁ ଜାରି ହେଲା କାରଣ ଦର୍ଶାଅ ନୋଟିସ

ଇସଲାମାବାଦ: ପାକିସ୍ତାନର ପିଛା ଛାଡୁନି ବିବାଦ । ପାକିସ୍ତାନ ଅନ୍ତର୍ଜାତୀୟ ଏୟାରଲାଇନ୍ସ ଲଗାତାର ବିବାଦ ଘେରରୁ ଟାଣି ହୋଇଚାଲିଥିବା ବେଳେ ରବିବାର ପୁଣି ମୁଣ୍ଡ ଟେକିଛି ଆଉ ଏକ ଘଟଣା । କିଛି ଦିନ ତଳେ ପିଆଏରେ ପାଇଲଟଙ୍କ ଜାଲ ଲାଇସେନ୍ସ ଥିବା ଘଟଣା ସାମ୍ନାକୁ ଆସିଥିବା ବେଳେ ରବିବାର ଆଉ 30 ଜଣ ପାଇଲଟଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ପାକିସ୍ତାନ ବିମାନ ଚଳାଚଳ ମନ୍ତ୍ରୀ ଗୁଲାମ ସରୱାର ଖାନ ।

ରାୱଲପିଣ୍ଡିରେ ସେକ୍ରେଟାରିଏଟରେ ସମ୍ବୋଧନ ଦେବା ସମୟରେ ଗୁଲାମ କହିଥିଲେ କି ଯେଉଁ ପାଇଲଟଙ୍କ ଲାଇସେନ୍ସରେ ସନ୍ଦେହ ପ୍ରକାଶ ପାଇଛି ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ଏହାପରେ ସେମାନଙ୍କୁ କୋର୍ଟରେ ହାଜର କରାଯିବ । କୋର୍ଟର ଶୁଣାଣୀ ଆଧାରରେ ସରକାର ସେମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବା ନେଇ ସେ ସ୍ପଷ୍ଟ କରିଛନ୍ତି । ଏନେଇ ଏକ ତଦନ୍ତକାରୀ କମିଟି ମଧ୍ୟ ଗଠନ କରାଯାଇ ତଦନ୍ତ ଆରମ୍ଭ ହୋଇଥିବା ସେ ପ୍ରକାଶ କରିଛନ୍ତି ।

ବର୍ତ୍ତମାନ ସୁଦ୍ଧା ହୋଇଥିବା ତଦନ୍ତ ଆଧାରରେ 850 ଜଣ ପାଇଲଟଙ୍କ ପାଖରେ ଥିବା ଲାଇସେନ୍ସ ଉପରେ ସନ୍ଦେହ ପ୍ରକାଶ କରାଯାଇଛି । ଯେଉଁଥିରୁ 262ଜଣଙ୍କ ପାଖରେ ଜାଲ ଲାଇସେନ୍ସ ରହିଥିବା ଜଣାପଡିଛି । ତେବେ ତଦନ୍ତକାରୀ କମିଟି ନିଜ ତଦନ୍ତ ରିପୋର୍ଟ ସିଧା ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାଖରେ ଜମା କରିଛନ୍ତି । ଯାହା ଆଧାରରେ 30 ଜଣଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.