ETV Bharat / international

ପାକିସ୍ତାନରେ ଅଣାୟତ୍ତ କୋରୋନା, ଆକ୍ରାନ୍ତ ସଂଖ୍ୟା 29,464କୁ ବୃଦ୍ଧି

author img

By

Published : May 10, 2020, 6:27 PM IST

ପାକିସ୍ତାନରେ ଅଣାୟତ୍ତ ହେବାରେ ଲାଗିଛି କୋରୋନା ସଂକ୍ରମଣ । ଗତ 24 ଘଣ୍ଟାରେ ଦେଶରେ ମୋଟ 1991 ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ଏହି ସଂଖ୍ୟା ସହ ଦେଶରେ ମୋଟ କୋରୋନା ଆକ୍ରାନ୍ତ ସଂଖ୍ୟା 29,464ରେ ପହଞ୍ଚିଛି ।

corona in pakistan, corona update, coronavorus news, lockdown extended in pakistan, lockdown in pakistan, ପାକିସ୍ତାନରେ କୋରୋନା, କୋରୋନା ଅପଡେଟ, କୋରୋନା ଭାଇରସ ନ୍ୟୁଜ୍‌, ପାକିସ୍ତାନରେ ଲକଡାଉନ ବୃଦ୍ଧି, ପାକିସ୍ତାନ ଲକଡାଉନ
ପାକିସ୍ତାନରେ ଅଣାୟତ୍ତ କୋରୋନା, ଆକ୍ରାନ୍ତ ସଂଖ୍ୟା 29,464କୁ ବୃଦ୍ଧି

ଇସଲାମାବାଦ: ପାକିସ୍ତାନରେ ଅଣାୟତ୍ତ ହେବାରେ ଲାଗିଛି କୋରୋନା ସଂକ୍ରମଣ । ଗତ 24 ଘଣ୍ଟାରେ ଦେଶରେ ମୋଟ 1991 ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ଏହି ସଂଖ୍ୟା ସହ ଦେଶରେ ମୋଟ କୋରୋନା ଆକ୍ରାନ୍ତ ସଂଖ୍ୟା 29,464ରେ ପହଞ୍ଚିଛି । ଏନେଇ ରବିବାର ସୂଚନା ଦେଇଛି ଜାତୀୟ କମାଣ୍ଡ ଓ ଅପରେସନ ସେଣ୍ଟର ।

ଗତ 24 ଘଣ୍ଟା ମଧ୍ୟରେ ଦେଶରେ 21 ଜଣଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଛି । ଏଥିସହ ମୋଟ କୋରୋନା ମୃତ୍ୟୁ ସଂଖ୍ୟା 639କୁ ବୃଦ୍ଧି ପାଇଥିବା ଜଣା ପଡିଛି । ସେପଟେ କୋରୋନା ସଂକ୍ରମଣରେ ପଞ୍ଜାବ ପ୍ରାନ୍ତରେ ଥିବା ଲୋକେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ଜଣା ପଡିଛି । ଏଠାରେ ମୋଟ ଆକ୍ରାନ୍ତ ସଂଖ୍ୟା 11,093 ରହିଥିବା ବେଳେ ମୃତ୍ୟୁ ସଂଖ୍ୟା 193 ରହିଛି । ଏହାପରେ ଦେଶରେ ଦ୍ବିତୀୟ ସର୍ବାଧିକ ପ୍ରଭାବିତ ସ୍ଥାନ ପାଲଟିଛି ସିନ୍ଧ ପ୍ରାନ୍ତ । ଏଠାରେ ମୋଟ 10,771 ଜଣ ଆକ୍ରାନ୍ତ ଚିହ୍ନଟ ହେବା ସହ ମୃତ୍ୟୁ ସଂଖ୍ୟା 180 ରହିଛି ।

ସେପଟେ ରାଜଧାନୀ ଇସଲାମାବାଦରେ ଏଯାବତ 641 ମାମଲା ଚିହ୍ନଟ ସହ 5ଟି ମୃତ୍ୟୁ ରେକର୍ଡ ହୋଇଛି । ତେଣେ ଦେଶରେ କୋରୋନାର ବଢୁଥିବା ପ୍ରକୋପ ଦେଖି ପ୍ରଚଳିତ ଲକଡାଉନ ଅବଧି 31 ମେ ଯାଏଁ ବୃଦ୍ଧି କରିଛନ୍ତି ଇମରାନ ସରକାର ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.