ମସ୍କୋ:ବ୍ରାଜିଲରେ ଆରମ୍ଭ ହେବ ‘ସ୍ପୁଟନିକ୍ ଭି’ ର ଉତ୍ପାଦନ । କୋରୋନାକୁ ପ୍ରତିହତ କରିବା ପାଇଁ ଏହି ଟିକାର ଉତ୍ପାଦନ ଜାନୁୟାରୀ 15 ତାରିଖରୁ ଚାଲିବ। ଏନେଇ ବ୍ରାଜିଲର ଭ୍ୟାକ୍ସିନ ଟ୍ବିଟର ଆକାଉଣ୍ଟ ସୂଚନା ଦେଇ କହିଛି । ଟ୍ବିଟରେ କୁହାଯାଇଛି ଯେ,'' ବ୍ରାଜିଲ ଜାନୁଆରୀ 15 ତାରିଖରୁ ସ୍ପୁଟନିକ୍ ଭି ଉତ୍ପାଦନ ଆରମ୍ଭ କରିବ।''
ଗାମାଲିଆ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଅଫ୍ ଏପିଡେମୋଲୋଜି ଏବଂ ମାଇକ୍ରୋବାୟୋଲୋଜି ଦ୍ବାରା ବିକଶିତ ହୋଇଥିବା ସ୍ପୁଟନିକ ଭି।
ଅଗଷ୍ଟ 11ରେ ଋଷ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ପଞ୍ଜିକୃତ ହୋଇଥିଲା, ଯାହାକି ବିଶ୍ବରେ କୋଭିଡ 19 ବିରୋଧରେ ପ୍ରଥମ ପଞ୍ଜିକୃତ ଟିକା ଭାବେ ମାନ୍ୟତା ପାଇଛି।