ନୂଆଦିଲ୍ଲୀ: କୁଆଲାଲାମପୁର ଏୟାରପୋର୍ଟରେ ସିଜ ହୋଇଛି ପାକିସ୍ତାନ ଅନ୍ତରାଷ୍ଟ୍ରୀୟ ଏୟାରଲାଇନ୍ସ(ପିଆଇଏ)ର ବୋଇଙ୍ଗ୍-777 ବିମାନ । ପାକିସ୍ତାନ ଅନ୍ତରାଷ୍ଟ୍ରୀୟ ଏୟାରଲାଇନ୍ସର ବିମାନ ଲିଜରେ ନିଆଯାଇଥିବା ବେଳେ ଏହାର ଭରଣା କରାଯାଇନଥିଲା । ତେବେ ମାଲେସିଆର ସ୍ଥାନୀୟ କୋର୍ଟଙ୍କ ଆଦେଶ କ୍ରମେ ଏହି ବିମାନଙ୍କୁ ସିଜ କରାଯାଇଛି । ତେବେ ପିଆଇଏ ମାଲେସିଆର ଏହି ପଦକ୍ଷେପକୁ ଅସ୍ବୀକାର୍ଯ୍ୟର ଆଖ୍ୟା ଦେଇଛି ।
ପାକିସ୍ତାନ ଅନ୍ତରାଷ୍ଟ୍ରୀୟ ଏୟାରଲାଇନ୍ସ 2015ରେ ଭିଏତନାମା କମ୍ପାନୀରୁ ବୋଇଙ୍ଗ-777 ସମେତ 2ଟି ଏୟାରକ୍ରାଫ୍ଟ ଲିଜରେ ନେଇଥିଲା । ତେବେ ସବୁଠୁ ବଡ କଥା ହେଉଛି ବିମାନକୁ ଯେତେବେଳେ ସିଜ କରାଗଲା ଏଥିରେ ଯାତ୍ରୀ ବସିଥିଲେ । ଏୟାରକ୍ରାଫ୍ଟ କର୍ମଚାରୀଙ୍କ 18 ସଦସ୍ୟ ଏଥିରେ ଥିଲେ । ବିମାନ ଜବତ ପରେ ଯାତ୍ରୀମାନଙ୍କୁ କୁଆଲାଲାମପୁର ଏୟାରପୋର୍ଟରେ ଅସୁବିଧାର ସମ୍ମୁଖିନ ହେବାକୁ ପଡିଥିଲା ।
ସୂଚନା ଅନୁଯାୟୀ ପ୍ରଟୋକଲ ଅନୁସାରେ ସମସ୍ତ ଯାତ୍ରୀଙ୍କୁ 14 ଦିନ ପାଇଁ କ୍ବାରେଣ୍ଟାଇନରେ ରଖାଯିବ । ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ ଟ୍ବିଟ କରି ସ୍ପଷ୍ଟ କରିଛି ଯେ ବିମାନ ମାଲେସିଆର ଏକ ସ୍ଥାନୀୟ କୋର୍ଟଙ୍କ ଆଦେଶ କ୍ରମେ ସିଜ କରାଯାଇଛି ।