ETV Bharat / international

ଭାରତକୁ ଭେଣ୍ଟିଲେଟର ଓ ପିପିଇ ସାମଗ୍ରୀ ଯୋଗାଇବ ପାକିସ୍ତାନ

author img

By

Published : Apr 25, 2021, 10:22 AM IST

ଭାରତରେ କୋରୋନାର ଦ୍ବିତୀୟ ଲହରୀ ସାଙ୍ଘାତିକ ହୋଇପଡିଛି । ଏହି ବିପଦ ସମୟରେ ସହଯୋଗର ହାତ ବଢାଇବ ବୋଲି କହିଲା ପଡୋଶୀ ପାକିସ୍ତାନ । ଅଧିକ ପଢନ୍ତୁ...

ଭାରରତକୁ ଭେଣ୍ଟିଲେଟର ଓ ପିପିଇ ସାମଗ୍ରୀ ଯୋଗାଇବ ପାକିସ୍ତାନ

ଇସଲାମାବାଦ: ଭାରତରେ ମହାମାରୀ କୋରୋନା ସୁନାମୀ ସୃଷ୍ଟି କରିଛି । ଭାରତର ଏହି ବିପଦରେ ସହଯୋଗର ହାତ ବଢାଇଲା ପଡୋଶୀ ପାକିସ୍ତାନ । ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମହମ୍ମଦ କୁରେଶୀ ଏନେଇ ଭାରତକୁ ପ୍ରସ୍ତାବ ଦେଇଛନ୍ତି । କୋରୋନାର ଦ୍ବିତୀୟ ଲହରୀ ଯୋଗୁଁ ଭାରତରେ ଭୟଙ୍କର ସ୍ଥିତି ଉପୁଜିଛି । ଏହି ସମୟରେ ଏକତାର ବାର୍ତ୍ତା ଦେଇ ପାକିସ୍ତାନ ସମସ୍ତ ସହାୟତା ଯୋଗାଇବ ବୋଲି କହିଛନ୍ତି । ଭେଣ୍ଟିଲେଟର, ବିପାପ, ଏକ୍ସ-ରେ ମେସିନ , ପିପିଇ ଓ ଅନ୍ୟାନ୍ୟ ସାମଗ୍ରୀ ଦେବ । ପାକିସ୍ତାନ ମାନବିକତା ଗୁରୁତ୍ବ ଦିଏ ବୋଲି କୁରେଶୀ ନିଜ ଟ୍ବିଟରେ କହିଛନ୍ତି ।

ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟର ମୁଖ୍ୟପାତ୍ର ଜାହିଦ ହାଫିଜ ଚୈଧୁରୀ ମଧ୍ୟ ଟ୍ବିଟ କରି କହିଛନ୍ତି, ପାକିସ୍ତାନ ଏବଂ ଭାରତର ସମ୍ପୃକ୍ତ ଅଧିକାରୀମାନେ ରିଲିଫି ସାମଗ୍ରୀକୁ ଶୀଘ୍ର ବିତରଣ କରିବାକୁ ମୋଡାଲିଟି ପ୍ରସ୍ତୁତ କରିପାରିବେ । ମହାମାରୀ ଚ୍ୟାଲେଞ୍ଜ ମୁକାବିଲା କରିବାକୁ ସେମାନେ ଆହୁରି ସମ୍ଭାବ୍ୟ ଉପାୟ ମଧ୍ୟରେ ସହଯୋଗ ମଧ୍ୟ କରିବେ ।

ଏହା ସହ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମଧ୍ୟ ଏହି ଭାରତର ଏପରି ସ୍ଥିତିରେ ରହିଥିବା କହିଛନ୍ତି । ବିଶ୍ବ ତଥା ପଡୋଶୀ ରାଷ୍ଟ୍ରରେ ଯେଉଁମାନେ ମହାମାରୀରେ ପ୍ରଭାବିତ ହୋଇଛନ୍ତି ସେମାନଙ୍କ ସୁସ୍ଥତା କାମନା କରିଥିଲେ ଇମ୍ରାନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.