ETV Bharat / international

ଭାରତୀୟ ଗୁପ୍ତଚର ଡ୍ରୋନକୁ ଖସାଇଥିବା ପାକିସ୍ତାନର ଦାବି

author img

By

Published : May 28, 2020, 12:28 PM IST

ପାକିସ୍ତାନ ସଶସ୍ତ୍ର ବଳର ମୁଖପାତ୍ର ମେଜର ଜେନେରାଲ ବାବର ଇଫତିଖାର ନିଜ ଟ୍ବିଟରରେ ଏହି ଦାବି କରିଛନ୍ତି । ସେ ଲେଖିଛନ୍ତି ଯେ ଭାରତୀୟ ଗୁପ୍ତଚର କ୍ବାଡକୋପ୍ଟର ଡ୍ରୋନକୁ ରଖଚିକ୍ରି ସେକ୍ଟରରେ ପାକିସ୍ତାନ ସେନା ଖସାଇଦେଇଛି । ଅଧିକ ପଢନ୍ତୁ...

ଭାରତୀୟ ଗୁପ୍ତଚର ଡ୍ରୋନକୁ ଖସାଇଥିବା ପାକିସ୍ତାନର ଦାବି
ଭାରତୀୟ ଗୁପ୍ତଚର ଡ୍ରୋନକୁ ଖସାଇଥିବା ପାକିସ୍ତାନର ଦାବି

ଇସଲାମାବାଦ: ପାକିସ୍ତାନ ସେନା ପକ୍ଷରୁ ବୁଧବାର ଏକ ନୂଆ ଦାବି ହୋଇଛି । ସୀମାରେ ଏକ ଭାରତୀୟ ଗୁପ୍ତଚର ଡ୍ରୋନକୁ ଖସାଇଥିବା ଏହା ଦାବି କରିଛି । ସୀମାର ରଖଚିକ୍ରି ସେକ୍ଟରରେ ଏହି ଘଟଣା ଘଟିଥିବା ଜଣାପଡିଛି ।

ପାକିସ୍ତାନ ସଶସ୍ତ୍ର ବଳର ମୁଖପାତ୍ର ମେଜର ଜେନେରାଲ ବାବର ଇଫତିଖାର ନିଜ ଟ୍ବିଟରରେ ଏହି ଦାବି କରିଛନ୍ତି । ସେ ଲେଖିଛନ୍ତି ଯେ ଭାରତୀୟ ଗୁପ୍ତଚର କ୍ବାଡକୋପ୍ଟର ଡ୍ରୋନକୁ ରଖଚିକ୍ରି ସେକ୍ଟରରେ ପାକିସ୍ତାନ ସେନା ଖସାଇଦେଇଛି । ଏହା ପାକିସ୍ତାନ ସୀମା ଭିତରେ 650 ମିଟର ଭିତରକୁ ପଶି ଆସିଥିବା ବାବର ଦାବି କରିଛନ୍ତି । ତେବେ ଭାରତୀୟ ସେନା ପକ୍ଷରୁ ଏହି ଖବରକୁ ଖଣ୍ଡନ କରାଯିବା ଘଟଣାକୁ ଅସ୍ବୀକାର କରାଯାଇଛି ।

ତେବେ ଏହା ପ୍ରଥମ ଘଟଣା ନୁହେଁ ବୋଲି ପାକିସ୍ତାନ ଏହି ଦାବି କରିଛି । ପୂର୍ବରୁ ଗତବର୍ଷ ଜାନୁୟାରୀରେ ମଧ୍ୟ ସମାନ ଦାବି କରିଥିଲା ପାକିସ୍ତାନ ଯାହାକୁ ଭାରତ ପକ୍ଷରୁ ଖଣ୍ଡନ କରାଯାଇଥିଲା । ବାଘ୍ ସେକ୍ଟରରେ ଏପରି ଘଟଣା ଘଟିଥିଲା ବୋଲି ତତ୍କାଳୀନ ଆଇଏସପିଆର ଡିଜି ଦାବି କରିଥିଲେ । ଏହାସହ ପାକିସ୍ତାନ ସୀମାରେ କୌଣସି ଡ୍ରୋନ ପଶିବାକୁ ଦିଆଯିବନି ବୋଲି ସ୍ପଷ୍ଟ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.