ETV Bharat / international

ମେ 4ରୁ ଇରାନରେ ଖୋଲିବ ମସଜିଦ, ସ୍ବାଭାବିକ ହେବ ପରିସ୍ଥିତି

author img

By

Published : May 4, 2020, 12:44 AM IST

କୋରୋନା ସଂକ୍ରମଣକୁ ନଜରରେ ରଖି ମାର୍ଚ୍ଚ ମାସ ମଧ୍ୟ ଭାଗରୁ ବନ୍ଦ ହୋଇଥିବା ଇରାନ ସୋମବାର ଏବେ ପୁଣି ସ୍ବାଭାବିକ ସ୍ଥିତିକୁ ଫେରିବାକୁ ଯାଉଛି । ରବିବାର ଏନେଇ ସରକାରୀ ଭାବେ ଘୋଷଣା କରାଯାଇଛି ।

corona in iran, corona update, coronavirus news, situation to stabilise in iran, ଇରାନରେ କୋରୋନା, କୋରୋନା ଅପଡେଟ, କୋରୋନା ଭାଇରସ ନ୍ୟୁଜ୍‌, ଇରାନରେ ସ୍ବାଭାବିକ ହେବ ପରିସ୍ଥିତି
ମେ 4ରୁ ଇରାନରେ ଖୋଲିବ ମସଜିଦ, ସ୍ବାଭାବିକ ହେବ ପରିସ୍ଥିତି

ତେହେରାନ: କୋରୋନା ସଂକ୍ରମଣକୁ ନଜରରେ ରଖି ମାର୍ଚ୍ଚ ମାସ ମଧ୍ୟ ଭାଗରୁ ବନ୍ଦ ହୋଇଥିବା ଇରାନ ସୋମବାର ଏବେ ପୁଣି ସ୍ବାଭାବିକ ସ୍ଥିତିକୁ ଫେରିବାକୁ ଯାଉଛି । ରବିବାର ଏନେଇ ସରକାରୀ ଭାବେ ଘୋଷଣା କରାଯାଇଛି । ସୋମବାର ଦେଶର ବିଭିନ୍ନ ସ୍ଥାନରେ ମସଜିଦ ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଛି । ପବିତ୍ର ରମଜାନ ମାସ ପାଇଁ ଏହି ନିଷ୍ପତ୍ତି ନିଆଯାଇଥିବା ପ୍ରକାଶ କରାଯାଇଛି ।

ରବିବାର ରାଷ୍ଟ୍ରପତି ହସନ ରୌହାନୀ ଘୋଷଣା କରି କହିଛନ୍ତି କି 132 ହ୍ବାଇଟ ସିଟି ବା ବିପଦ ସଙ୍କେତ ବାହାରେ ଥିବା ସହରରେ ସୋମବାର ମସଜିଦ ଖୋଲାଯିବ । ଏଥିସହ ଏହି ସହରଗୁଡିକରେ ବିଭିନ୍ନ ଛୋଟ ବଡ ବ୍ୟବସାୟ ସୋମବାରଠାରୁ ଆରମ୍ଭ କରିବା ପାଇଁ ଅନୁମତି ଦିଆଯାଇଛି । ଏହି ସହରଗୁଡିକରେ ଶୁକ୍ରବାର ପ୍ରାର୍ଥନା ପୂର୍ବ ବିଧି ମୁତାବକ ହେବା ନେଇ କୁହାଯାଇଛି ।

ଅନ୍ୟପଟେ ସମ୍ପୃକ୍ତ ସହରଗୁଡିକରେ ସୁରକ୍ଷା ଦୃଷ୍ଟିରୁ ମାସ୍କର ବ୍ୟବହାର ଓ ସାମାଜିକ ଦୂରତା ବଜାୟ ରଖିବା ପାଇଁ ମଧ୍ୟ କଡା ନିର୍ଦ୍ଦେଶ ଦିଆଯାଇଛି । ସେହିପରି ମେ 16ରୁ ଦେଶର ସମସ୍ତ ସ୍କୁଲ ଖୋଲିବା ନେଇ ରାଷ୍ଟ୍ରପତି ଘୋଷଣା କରିଛନ୍ତି । ସୂଚନା ମୁତାବକ ଇରାନରେ 96,448ଜଣ ଆକ୍ରାନ୍ତ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା 6156 ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.