ETV Bharat / international

କାବୁଲରେ ଆତଙ୍କବାଦୀ ଆକ୍ରମଣ: 5 ମୃତ, 50ରୁ ଊର୍ଦ୍ଧ୍ବ ଆହତ

author img

By

Published : Sep 3, 2019, 8:30 AM IST

ଆଫଗାନିସ୍ଥାନର କାବୁଲରେ ଆକ୍ରମଣ । ଏହି ଆକ୍ରମଣରେ 5 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 50ରୁ ଊର୍ଦ୍ଧ୍ବ ଆହତ ହୋଇଥିବା ସୂଚନା ।

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ଆଫଗାନିସ୍ଥାନର ପିଛା ଛାଡୁନି ଆତଙ୍କବାଦୀ । ପୁଣି କାବୁଲର ପିଡି9ରେ ଆତଙ୍କବାଦୀଙ୍କ ଆକ୍ରମଣ । ଏକ ଜନବସତି ଅଞ୍ଚଳରେ ଏହି ଆକ୍ରମଣ ହୋଇଥିବା ବେଳେ ଏଥିରେ 5ଜଣଙ୍କର ମୃତ୍ୟୁ ଘଟି 50ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି । ସୋମବାର ବିଳମ୍ବିତ ରାତିରେ ଏକ ପେଟ୍ରୋଲ ପମ୍ପ ନିକଟରେ ଆତଙ୍କବାଦୀ ଏବଂ ସ୍ଥାନୀୟ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା ।

ଅଫଗାନିସ୍ଥାନର ଗୃହମନ୍ତ୍ରାଳୟର ପ୍ରବକ୍ତା ନସରତ ରହୀମୀଙ୍କ କହିବାନୁଯାୟୀ ଏହି ଗୁଳିବିନିମୟରେ ପେଟ୍ରୋଲ ପମ୍ପ ବିସ୍ଫୋରଣ ହୋଇଛି । ଯାହାକି ଗ୍ରୀନ ଭିଲେଜ ନିକଟରେ ଅବସ୍ଥିତ । ସେପଟେ ଏହି ଆକ୍ରମଣରେ ନିଜର ଦାୟୀ କରିଛି ତାଲିବାନ ଆତଙ୍କବାଦୀ ସଙ୍ଗଠନ । ସୂତ୍ର ଅନୁସାରେ ଆଫଗାନିସ୍ଥାନ ସେନା ଗତ କିଛି ଦିନ ମଧ୍ୟରେ ତାଲିବାନ ବିରୋଧରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ଏଥିରେ ତାଲିବାନର ଜଣେ ପ୍ରମୁଖ କମାଣ୍ଡର ସମେତ 35 ଆତଙ୍କବାଦୀଙ୍କୁ ନିହତ କରାଯାଇଥିଲା । ଏହି ଘଟଣାର ପ୍ରତିଶୋଧ ସ୍ବରୂପ ସୋମବାର ପୁଣି ଆଫଗାନିସ୍ଥାନକୁ ଆକ୍ରମଣ କରାଯାଇଛି ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.