ETV Bharat / international

ସାବଧାନ ! ଆଫଗାନରେ ରହୁଥିଲେ ହୋଇପାରନ୍ତି ଅପହରଣ - Indians

ଆଫଗାନିସ୍ତାନରେ ରହୁଥିବା ଭାରତୀୟଙ୍କୁ ତାଲିବାନ କରିପାରେ ଅପହରଣ । ଏଥିଲାଗି ତୁରନ୍ତ ଦେଶ ଛାଡିବାକୁ ଭାରତୀୟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଭାରତ ସରକାର । ଅଧିକ ପଢନ୍ତୁ...

ତାଲିବାନ ଔଦ୍ଧତାମୀ: ଆଫଗାନିସ୍ତାନରେ ଥିବା ଭାରତୀୟଙ୍କୁ କରିପାରେ ଅପହରଣ

author img

By

Published : Aug 13, 2021, 3:38 PM IST

Updated : Aug 13, 2021, 4:28 PM IST

ହାଇଦ୍ରାବାଦ: ଆଫଗାନିସ୍ତାନରେ ରହୁଥିବା ଭାରତୀୟ ନାଗରିକ ସାବଧାନ । କେଉଁ ମୂହୁର୍ତ୍ତରେ ବି ହୋଇପାରନ୍ତି ଅପହରଣ । ଏଠାରେ କାମ କରୁଥିବା ପ୍ରତି ଭାରତୀୟ ଓ ବିଦେଶୀ ସଂସ୍ଥାଙ୍କ ଜୀବନ ପ୍ରତି ବିପଦ ଆଶଙ୍କା କରି ଯୁଦ୍ଧଗ୍ରସ୍ତ ଆଫଗାନିସ୍ତାନ ଛାଡିବାକୁ ଚେତାବନୀ ଦେଇଛି ଭାରତ । ସମସ୍ତ ଭାରତୀୟଙ୍କୁ କାବୁଲରେ ଥିବା ଦୂତାବାସରେ ପଞ୍ଜୀକରଣ କରିବାକୁ ମଧ୍ୟ ଚେତାଇ ଦିଆଯାଇଛି । ସେପଟେ ଏ ପର୍ଯ୍ୟନ୍ତ ବାଣିଜ୍ୟିକ ବିମାନ ଚଳାଚଳ ଜାରି ରହିଥିବାରୁ କୌଣସି ଥଇଥାନ କରୁନାହିଁ ଭାରତ ।

କାବୁଲ ପରେ ଦେଶର ଦ୍ୱିତୀୟ ଓ ତୃତୀୟ ବୃହତ୍ତମ ସହର କାନ୍ଦାହାର ଏବଂ ହେରାତକୁ ଗୁରୁବାର ଦିନ କବଜା କରି ଆଫଗାନିସ୍ତାନ ସରକାରଙ୍କୁ ଆହୁରି ଦୋହଲାଇ ଦେଇଛି ତାଲିବାନ । ସେହିପରି ଦେଶର 34 ଟି ପ୍ରାଦେଶିକ ରାଜଧାନୀ ମଧ୍ୟରୁ 12 ଟିକୁ କବଜା କରିସାରିଲେଣି ତାଲିବାନ ଆତଙ୍କବାଦୀ ।

ଫଳରେ ଭାରତର ବୈଦେଶିକ ମନ୍ତ୍ରଣାଳୟ ଆଫଗାନିସ୍ତାନରେ ରହୁଥିବା ଭାରତୀୟଙ୍କ ସୁରକ୍ଷାକୁ ଆଧାର କରି ଗତ ଜୁନ 29, ଜୁଲାଇ 24 ଏବଂ ଅଗଷ୍ଟ 10ରେ ତିନୋଟି ଗାଇଡଲାଇନ ଜାରି କରିଥିଲା । ଭାରତୀୟ ଫଟୋ ସାମ୍ବାଦିକଙ୍କୁ ତାଲିବାନ ଆତଙ୍କବାଦୀ ନିର୍ମମ ହତ୍ୟା କରିବା ପରେ ସମସ୍ତ ଭାରତୀୟଙ୍କୁ ସୁରକ୍ଷା ଆଡଭାଇଜରୀ କଡାକଡି ଭାବେ ପାଳନ କରିବାକୁ ପରାମର୍ଶ ଦେଇଥିଲା କାବୁଲରେ ଥିବା ଭାରତୀୟ ଦୂତାବାସ ।

ବିଶେଷ କରି ଗ୍ରାଉଣ୍ଡ ରିପୋର୍ଟିଂ ପାଇଁ ଆଫଗାନିସ୍ତାନ ଆସୁଥିବା ଭାରତୀୟ ଗଣମାଧ୍ୟମକୁ ନିର୍ଦ୍ଦେଶ ଦେଇଛି ଭାରତୀୟ ଦୂତାବାସ। ଆଫଗାନିସ୍ତାନରେ ପହଞ୍ଚିବା ପୂର୍ବରୁ ସାକ୍ଷାତକାର ତଥା ଅନ୍ୟାନ୍ୟ କଭରେଜ ସହିତ ଏଠାରେ ରହିବା ତଥା ଗତିବିଧି ପାଇଁ ଭାରତୀୟ ଗଣମାଧ୍ୟମର ସଦସ୍ୟମାନେ ଅତିରିକ୍ତ ସୁରକ୍ଷା ପଦକ୍ଷେପ ଗ୍ରହଣ କରିବା ଉଚିତ ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି ।

ଏହାପୂର୍ବରୁ ତାଲିବାନ ଆଫଗାନିସ୍ତାନର ପ୍ରାୟ 65% ଅଞ୍ଚଳ ନିଜ ଅଧୀନକୁ ନେଇ 10 ଟି ପ୍ରାଦେଶିକ ରାଜଧାନୀ କବଜା କରିଛି । ଏଥିରେ କାବୁଲ ଠାରୁ 150 କିଲୋମିଟର ଦୂରରେ ଥିବା ଅନ୍ୟତମ ସହର ଘାନି ରହିଛି । ଯାହା ପରେ ଆଫଗାନିସ୍ତାନ ସରକାର ଆତଙ୍କବାଦୀଙ୍କୁ କ୍ଷମତା ବାଣ୍ଟିବାକୁ ପ୍ରସ୍ତାବ ଦେଇଛି । ସେପଟେ କାବୁଲ ଦୂତାବାସରୁ ନିଜ କର୍ମଚାରୀଙ୍କୁ ଫେରାଇ ନେବାକୁ 3000 ସୈନ୍ୟ ନିୟୋଜିତ କରିବାକୁ ନିଷ୍ପତ୍ତି ନେଇଛି ଆମେରିକା । ବ୍ରିଟେନ ମଧ୍ୟ ନିଜ ନାଗରିକଙ୍କୁ ସୁରକ୍ଷିତ ଥଇଥାନ କରିବା ପାଇଁ 600 ସୈନ୍ୟ ନିୟୋଜିତ କରିଛି।

ଆଫଗାନିସ୍ତାନରେ କାମ କରୁଥିବା ଭାରତୀୟଙ୍କୁ ତୁରନ୍ତ ଦେଶ ଛାଡି଼ ଭାରତ ଫେରିବାକୁ ନିର୍ଦ୍ଦେଶ ଦିଆଯାଇଛି । କାବୁଲରେ ଥିବା ଭାରତୀୟଙ୍କ ଦୂତାବାସ ନିକଟରେ ପହଞ୍ଚି ତୁରନ୍ତ ଦେଶ ଛାଡିବାକୁ କୁହାଯାଇଛି । ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଆଫଗାନିସ୍ତାନରେ ରହୁଥିବା ଭାରତୀୟଙ୍କୁ ସୁରକ୍ଷା ନିୟମାବଳୀ କଡାକଡି ଭାବେ ମାନିବା ପାଇଁ ନିର୍ଦ୍ଦେଶ ଦେଇଛି । ଭାରତୀୟ ଫଟୋ ସାମ୍ବାଦିକ ଦାନିଶ ସିଦ୍ଦିକିଙ୍କୁ ତାଲିବାନ ନିର୍ଦ୍ଦୟ ଭାବରେ ହତ୍ୟା କରିବା ପରେ ଭାରତୀୟଙ୍କୁ ସୁରକ୍ଷା ନିୟମାବଳୀକୁ ମାନିବା ପାଇଁ ଦିଆଯାଇଛି ନିର୍ଦ୍ଦେଶ ।

ଏହାସହିତ ଭାରତୀୟ ସାମ୍ବାଦିକମାନଙ୍କୁ ସୁରକ୍ଷାର ସହିତ ଗ୍ରାଉଣ୍ଡ ରିପୋର୍ଟିଂ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ଆଫଗାନିସ୍ତାନରେ ଯେକୌଣସି ସ୍ଥାନକୁ ଯାତ୍ରା କରିବା ସହିତ ସାକ୍ଷାତକାର କିମ୍ବା ନ୍ୟୁଜ ପାଇଁ ଫୁଟେଜ ଗ୍ରହଣ କରିବା ପାଇଁ ଯିବା ପୂର୍ବରୁ ସାମ୍ବାଦିକମାନେ ଅତିରିକ୍ତ ସୁରକ୍ଷା ନିୟମାବଳୀକୁ ମାନିବାକୁ କୁହାଯାଇଛି ।

ତେବେ ସୂଚନା ଥାଉ କି ପୂର୍ବରୁ ତାଲିବାନ ଆଫଗାନିସ୍ତାନର ୧୦ଟି ପ୍ରାଦେଶିକ ରାଜଧାନୀକୁ ନିଜ କବଜାକୁ ନେଇଥିଲା । ଏହାଦ୍ବାରା ସଙ୍ଗଠନ ଦେଶର ପ୍ରାୟ ୬୫ ପ୍ରତିଶତକୁ ନିଜ କବଜାକୁ ନେଇଥିଲା । ଏଥିରେ ଗଜନୀ ରାଜଧାନୀ ମଧ୍ୟ ସାମିଲ ରହିଛି । ଏହି ଗଜନୀ ଅଞ୍ଚଳଟି ଦେଶର ରାଜଧାନୀ କାବୁଲଠାରୁ ମାତ୍ର 90 କିଲୋମିଟର ଦୂରରେ ରହିଛି । ଆଫଗାନିସ୍ତାନରେ ଚାଲିଥିବା ଏହି ନାରକୀୟ କାଣ୍ଡକୁ ନେଇ ବିଶ୍ବର ବଡ଼ ବଡ଼ ଦେଶ ଚିନ୍ତାପ୍ରକଟ କରିଛନ୍ତି । ସେପଟେ କାବୁଲ ଠାରେ ଥିବା ଆମେରିକୀୟ ଦୂତାବାସଙ୍କୁ ସୁରକ୍ଷିତ ଭାବେ ଦେଶକୁ ଆଣିବା ପାଇଁ ଆମେରିକା ୩୦୦୦ ସୈନ୍ୟ ପଠାଇଛି । ବ୍ରିଟିଶ ନାଗରିକଙ୍କୁ ଦେଶକୁ ସୁରକ୍ଷିତ ଆଣିବା ପାଇଁ UK ମଧ୍ୟ ୬୦୦ ସୈନ୍ୟ ପଠାଇଥିବା ଜଣାପଡିଛି ।

ତାଲିବାନର ଏହି ଜବରଦଖଲକୁ ନେଇ ଭୟଭୀତ ଅବସ୍ଥାରେ ରହିଛନ୍ତି ଆଫଗାନିସ୍ତାନ ନାଗରିକ । ଭୟରେ ପ୍ରାୟ ହଜାରରୁ ଅଧିକ ଲୋକ ନିଜ ବାସସ୍ଥାନ ଛାଡିଥିବା ଜଣାପଡିଛି । ଆମେରିକା ଗତ ମେ ମାସରେ ଆଫଗାନିସ୍ତାନରୁ ନିଜ ସେନା ପ୍ରତ୍ୟାହାର କରିବା ପରେ ତାଲିବାନ ଦ୍ରୁତ ଗତିରେ ଆଫଗାନିସ୍ତାନର ଅନେକ ପ୍ରମୁଖ ଅଞ୍ଚଳକୁ କବଜା କରିବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 13, 2021, 4:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.