ହାଇଦ୍ରାବାଦ: ବିଶ୍ବରେ କୋରୋନା ମହାମାରୀ ଏପର୍ଯ୍ୟନ୍ତ 48 ଲକ୍ଷ 93 ହଜାର 260ଜଣଙ୍କୁ ଆକ୍ରାନ୍ତ କରିବା ସହ 3 ଲକ୍ଷ 20 ହଜାର 173ଜଣଙ୍କ ମୃତ୍ୟୁ ହେଲାଣି । ଅନ୍ୟପକ୍ଷେ 19 ଲକ୍ଷ 7 ହଜାର 992ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ମଙ୍ଗଳବାର ଚୀନରେ 7ଟି ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ 392 ଜଣ ଆଇସୋଲେସନରେ ଅଛନ୍ତି । ଏହାସହ 85 ଜଣଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି । ଦକ୍ଷିଣ କୋରିଆରେ 13ଟି ନୂଆ ମାମଲା ଆସିଥିବା ବେଳେ ରାଜଧାନୀରେ ସମସ୍ତ ସ୍କୁଲକୁ ଏହି ସପ୍ତାହରେ ଖୋଲାଯିବ ।
ମଙ୍ଗଳବାର କୋରିଆ ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ୍ ଓ ପ୍ରିଭେନସନ୍ ଦ୍ବାରା ଘୋଷିତ ହୋଇଥିବା ସଂଖ୍ୟାରେ ମୋଟ୍ 11 ହଜାର 78 ମାମଲାରେ 263 ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।