ETV Bharat / international

ଆଫଗାନିସ୍ତାନରେ ଏୟାର ଷ୍ଟ୍ରାଇକ, 15 ତାଲିବାନ ଆତଙ୍କୀ ନିପାତ - afghanistan

ଆଫଗାନିସ୍ତାନର ଦକ୍ଷିଣ କନ୍ଧାର ପ୍ରଦେଶରେ ନାଟୋ ନେତୃତ୍ୱାଧୀନ ଆନ୍ତର୍ଜାତୀୟ ବାହିନୀର ଆକ୍ରମଣରେ 15 ତାଲିବାନ ଆତଙ୍କବାଦୀ ନିହତ ହୋଇଛନ୍ତି ।

ତାଲିବାନ ଆତଙ୍କବାଦୀ
ତାଲିବାନ ଆତଙ୍କବାଦୀ
author img

By

Published : Jun 27, 2020, 4:28 PM IST

କାବୁଲ: ଆଫଗାନିସ୍ତାନର ଦକ୍ଷିଣ କନ୍ଧାର ପ୍ରଦେଶରେ ନାଟୋ ନେତୃତ୍ୱାଧୀନ ଆନ୍ତର୍ଜାତୀୟ ବାହିନୀର ଆକ୍ରମଣରେ 15 ତାଲିବାନ ଆତଙ୍କବାଦୀ ନିହତ ହୋଇଛନ୍ତି । ଏହି ଆକ୍ରମଣରେ ଅନ୍ୟ 6 ଜଣ ଆତଙ୍କବାଦୀ ଗୁରୁତର ଆହତ ହୋଇଥିବା ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

କନ୍ଧାରରୱ ଅରଙ୍ଗଡାବ ଜିଲ୍ଲାର ସିୟାସଂଗ ଘାଟିରେ ଶୁକ୍ରବାର ରାତି ପ୍ରାୟ 11ଟା ସମୟରେ ତାଲିବାନ ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିବାକୁ ଯୋଜନା ପ୍ରସ୍ତୁତ କରିଥିଲେ । ଏନେଇ ସୁରକ୍ଷାକର୍ମୀଙ୍କୁ ବିଶେଷ ସୂତ୍ରରୁ ସୂଚନା ମିଳିଥିଲା । ତେବେ ଆତଙ୍କବାଦୀଙ୍କ ଆକ୍ରମଣ ପୂର୍ବରୁ ଅନ୍ତରାଷ୍ଟ୍ରୀୟ ସୁରକ୍ଷା ସହାୟତା ବାହିନୀ (ଆଇଏସଏଏଫ) ତାଲିବାନ ଶିବିର ଉପରେ ଏୟାର ଷ୍ଟ୍ରାଇକ କରିଥିଲେ । ଏଥିରେ ଘଟଣା ସ୍ଥଳରେ 15 ଆତଙ୍କବାଦୀ ନିପାତ ହୋଇଥିବା ବେଳେ 6 ଜଣ ଆହତ ହୋଇଥିଲେ ।

ଅନ୍ୟପକ୍ଷରେ ଶୁକ୍ରବାର ରାତିରେ ତାଲିବାନ ବିଦ୍ରୋହୀମାନେ ଲାଗମାନ ପ୍ରଦେଶର ଆଲିଶାଙ୍ଗ ଜିଲ୍ଲାର କାସାବନ, ଡିୱି ଏବଂ ମନୋଜାଇ ଅଞ୍ଚଳରେ ସୁରକ୍ଷା ଏବଂ ପ୍ରତିରକ୍ଷା ଚେକପଏଣ୍ଟ ଉପରେ ଆକ୍ରମଣ କରିଥିଲେ। ଏହି ସଂଘର୍ଷରେ 2 ତାଲିବାନ ବିଦ୍ରୋହୀଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ 4 ଜଣ ଆହତ ହୋଇଥିଲେ । ଏହି ଘଟଣାରେ ଆଫଗାନିସ୍ତାନ ସୁରକ୍ଷା ବାହିନୀର କୌଣସି ଯବାନ ମୃତାହତ ହୋଇନଥିଲେ ବୋଲି ଜଣାପଡିଛି ।

ତେବେ ଏନେଇ ତାଲିବାନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.