ଦିଲୀ: ଥରିଲା ଦିଲୀର ତିମୋର-ଲେଷ୍ଟ । ଆଜି(ବୁଧବାର) ତିମୋର-ଲେଷ୍ଟରେ ବଡ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬ ରହିଛି । ଏନେଇ ନ୍ୟାସନାଲ ସେସ୍ମୋଲୋଜି (National Centre for Seismology) ପକ୍ଷରୁ ସୂଚନା ଦିଆଯାଇଛି । ଏହି ବିପର୍ଯ୍ୟୟରେ କୌଣସି କ୍ଷୟକ୍ଷତି ହୋଇଥିବା ନେଇ ସୂଚନା ମିଳିନାହିଁ ।
ସୂଚନାଥାଉକି, ଗତକାଲି( ମଙ୍ଗଳବାର) ପ୍ରାୟ ୧୨ଟା ୫୫ ମିନିଟ ସମୟରେ ଭୂକମ୍ପ ଅନୁଭୂତ ହୋଇଛି । ଦୀଲିର ପୂର୍ବ-ଉତ୍ତର ଠାରୁ ୩୨୧ କିଲୋମିଟର ପୂର୍ବରେ ଭୂମିକମ୍ପ ହୋଇଥିବା ଜଣାପଡିଛି । ଏହାର ଗଭୀରତା ୧୪୦ କିଲୋମିଟର ରେକର୍ଡ କରାଯାଇଛି । ଭୂମିକମ୍ପରେ କ୍ଷୟକ୍ଷତି ନେଇ କୌଣସି ସୂଚନା ହସ୍ତଗତ ହୋଇନାହିଁ । ଏବେ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।