ଜାକାର୍ତ୍ତା: ଇଣ୍ଡୋନେସିଆରେ ବଡ ଧରଣର ଭୂକମ୍ପ ଝଟକା ( Earthquake in Indonesia)। ଇଣ୍ଡୋନେସିଆର ବୁକିଟିଂଜି ଠାରେ ଭୂକମ୍ପ ହୋଇଥିବାବେଳେ ଏହାର ତୀବ୍ରତା ୬.୨ ଥିବା ରେକର୍ଡ କରାଯାଇଛି । ଗତକାଲି ମଧ୍ୟରାତ୍ର ୧.୩୯ରେ ଭୂକମ୍ପ ଅନୂଭୁତ ହୋଇଛି ।
ଏନେଇ ଆମେରିକା ଜିୟୋଲଜିକାଲ ସର୍ବେକ୍ଷଣ ବିଭାଗ(USGS) ପକ୍ଷରୁ ସୂଚନା ଦିଆଯାଇଛି । ଏହାର ଗଭୀରତା ୬୬ କିଲୋମିଟର ଥିବା ରେକର୍ଡ କରାଯାଇଛି । USGSର ସୂଚନା ଅନୁସାରେ ଗତକାଲି ରାତି ୨ଟାରେ ୫.୩ ତୀବ୍ରତା ଏବଂ ୪ଟାରେ ୪.୯ ତୀବ୍ରତା ରେକର୍ଡ କରାଯାଇଛି । ଭୂକମ୍ପରେ କ୍ଷୟକ୍ଷତି ନେଇ କୌଣସି ସୂଚନା ମଧ୍ୟ ହସ୍ତଗତ ହୋଇନାହିଁ ।