ETV Bharat / international

ଭୂକମ୍ପରେ ଦୋହଲିଲା ବାଲିର ଦେବତା ଦ୍ବୀପ: ୩ ମୃତ

author img

By

Published : Oct 16, 2021, 12:04 PM IST

ଇଣ୍ଡୋନେସିଆର ବାଲି ଦ୍ୱୀପପୁଞ୍ଜରେ ମଧ୍ୟମ ଧରଣର ଭୂକମ୍ପ ଘଟି ୩ ମୃତ, ୭ ଆହତ । ଦ୍ବୀପରେ ରହୁଥିଲେ ଲକ୍ଷାଧିକ ହିନ୍ଦୁ । ଅଧିକ ପଢନ୍ତୁ...

earthquake hits at Bali 3 dead, 7 injured
ଇଣ୍ଡୋନେସିଆ ବାଲି ଦ୍ୱୀପପୁଞ୍ଜରେ ଭୂକମ୍ପ: ୩ ମୃତ, ୭ ଆହତ

ଜାକର୍ତ୍ତା: ଇଣ୍ଡୋନେସିଆର ବାଲି ଦ୍ୱୀପପୁଞ୍ଜରେ ମଧ୍ୟମ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ଏଥିରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଆହତ ହୋଇଛନ୍ତି । ଦ୍ବୀପପୁଞ୍ଜରେ ଲକ୍ଷାଧିକ ହିନ୍ଦୁ ରହୁଥିବା ସୂଚନା ।

ଆଜି ସକାଳେ ଭୂକମ୍ପ ଘଟିବାରୁ ଲୋକମାନେ ଭୟଭୀତ ହୋଇ ଏଣେତେଣେ ଦୌଡିବାକୁ ଲାଗିଥିଲେ । ଏହି ଭୂକମ୍ପରେ ଏକ ପାହାଡ଼ିଆ ଅଞ୍ଚଳରୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅତି କମରେ ୩ଟି ଗାଁର ପ୍ରବେଶ ପଥ ବନ୍ଦ ହୋଇଯାଇଛି । ଏଥିସହ କାନ୍ଥ ପଡ଼ି ଜଣେ ତିନି ବର୍ଷୀୟ ଝିଅର ମୃତ୍ୟୁ ଘଟିଛି ।

କରୋନା ସଂକ୍ରମଣ ହ୍ରାସ ପାଇବା ପରେ ଆନ୍ତର୍ଜାତୀୟ ଯାତ୍ରୀମାନଙ୍କ ପାଇଁ ଦ୍ବୀପ ଖୋଲିବାର ଦୁଇ ଦିନ ପରେ ଏହି ଭୂମିକମ୍ପ ଘଟିଛି । ତେବେ ଭୂମିକମ୍ପ ଘଟିଥିବା ଏହି ଦ୍ବୀପ ଦେବତାଙ୍କ ଦ୍ବୀପ ନାମରେ ଜଣାଶୁଣା । ବାଲିରେ ମୁସଲିମ ସମ୍ପ୍ରଦାୟ ରହୁଥିଲେ ମଧ୍ୟ ଏଠାରେ ୪ ଲକ୍ଷରୁ ଅଧିକ ହିନ୍ଦୁ ଲୋକ ବସବାସ କରୁଛନ୍ତି । ଏହା ମନ୍ଦିର, ଦୃଶ୍ୟମାନ ଆଗ୍ନେୟଗିରି ଏବଂ ସୁନ୍ଦର ଧଳା ବାଲି ବେଳାଭୂମି ପାଇଁ ପ୍ରସିଦ୍ଧି ଲାଭ କରିଛି ।

ଆମେରିକାର ଭୂତତ୍ତ୍ବ ସର୍ବେକ୍ଷଣ କହିଛି ଯେ 4.8 ମ୍ୟାଗ୍ନିଚ୍ୟୁଡର ଏହି ଭୂକମ୍ପ ବାଲି ବନ୍ଦର ସହର ସିଙ୍ଗାରାଜା ଠାରୁ 62 କିଲୋମିଟର ଉତ୍ତର-ପୂର୍ବ ଅଞ୍ଚଳରେ ହୋଇଛି । ଏହାର ଗଭୀରତା 10 କିଲୋମିଟର (6.2 ମାଇଲ୍) ରହିଛି । କ୍ଷୟକ୍ଷତି ବୃଦ୍ଧି ପାଇବା ନେଇ ଆକଳନ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.