ETV Bharat / international

ଜୁନରେ ଜାପାନରେ ଲଞ୍ଚ ହେବ ଡିଜନୀ ପ୍ଲସ

author img

By

Published : May 30, 2020, 6:58 PM IST

ପୂର୍ବରୁ ଜାପାନରେ ଥିବା ଡିଜନୀ ଡିଲକ୍ସର ସବସ୍କ୍ରାଇବର ମାଗଣାରେ ଏହାକୁ ଅପଗ୍ରେଡ କରି ନୂଆ ସେବା ପାଇପାରିବେ । ଲଞ୍ଚ ସମୟରେ ଏହା ଲୋକଙ୍କୁ 500 ଫିଚର ଫିଲ୍ମ ସହ 100 ସିରିଜ ଦେଖିବାର ସୁବିଧା ଦେବ । ଅଧିକ ପଢନ୍ତୁ...

ଜୁନରେ ଜାପାନରେ ଲଞ୍ଚ ହେବ ଡିଜନୀ ପ୍ଲସ
ଜୁନରେ ଜାପାନରେ ଲଞ୍ଚ ହେବ ଡିଜନୀ ପ୍ଲସ

ୱାଶିଂଟନ: ଭାରତରେ ଲୋକପ୍ରିୟ ହାସଲ କରିଥିବା ଡିଜନୀ ପ୍ଲସ ଏବେ ଜାପାନରେ ଲଞ୍ଚ ହେବାକୁ ଯାଉଛି । ଏହି ଅନଲାଇନ ଷ୍ଟ୍ରିମିଂ ଆପ୍ କ୍ୟାବେଲ ଗ୍ରୁପ ଏନଟିଟି ଡୋକୋମୋ ସହ ପାର୍ଟନରସିପ୍ କରି ଜାପାନବାସୀଙ୍କ ପାଇଁ ନୂଆ ସୁଯୋଗ ଆଣିଛି । ଜୁନ୍ 11ରୁ ଏହି ଫିଚର ଉପଲବ୍ଧ ହେବାକୁ ଯାଉଛି ।

ତେବେ ପୂର୍ବରୁ ଏଠାରେ ଥିବା ଡିଜନୀ ଡିଲକ୍ସର ସବସ୍କ୍ରାଇବର ମାଗଣାରେ ଏହାକୁ ଅପଗ୍ରେଡ କରି ନୂଆ ସେବା ପାଇପାରିବେ । ଜାପାନରେ ଲଞ୍ଚ ସମୟରେ ଏହା ଲୋକଙ୍କୁ 500 ଫିଚର ଫିଲ୍ମ ସହ 100 ସିରିଜ ଦେଖିବାର ସୁବିଧା ଦେବ । ଏହାସହ ଡିଜନୀ ପ୍ଲସ ଓରିଜିନାଲ ସମେତ ମାର୍ଭଲ, ନ୍ୟାସନାଲ ଜିଓଗ୍ରାଫି, ଷ୍ଟାର ୱାର୍ସ ଆଦିର ଶୋ ମଧ୍ୟ ଏଥିରେ ଉପଲବ୍ଧ ହେବ । ଉତ୍ତର ଆମେରିକା ଓ ଚୀନ ପରେ ଜାପାନ ବିଶ୍ବର ତୃତୀୟ ସର୍ବାଧିକ ଏଣ୍ଟରଟେନମେଣ୍ଟ ସିଙ୍ଗଲ ମାର୍କେଟ । ଏଠାରେ ଏହି ଆପ୍ ସଫଳ ହେବ ବୋଲି ଆଶା ରହିଛି ।

ପ୍ରକାଶ ଥାଉ କି ଲକଡାଉନରେ ଡିଜନୀ ପ୍ଲସକୁ ବିଶ୍ବବ୍ୟାପୀ 54.5 ମିଲିୟନ ଲୋକ ସବସ୍କ୍ରାଇବ କରିଛନ୍ତି । ଆପ୍ ଲଞ୍ଚ ହେବାପରଠାରୁ ପ୍ରଥମ ଥର ଏତେ ସଂଖ୍ୟାରେ ସବସ୍କ୍ରାଇବର ଯୋଡି ହୋଇଛନ୍ତି । ପୂର୍ବରୁ ଏହା ଆମେରିକା, ୟୁରୋପର କିଛି ଦେଶ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ଲଞ୍ଚ ହୋଇସାରିଛି । ଭାରତରେ ଏହା ହଟଷ୍ଟାର ସହ ପାର୍ଟନରସିପରେ ଚାଲିଛି । ସେହିପରି 2025 ସୁଦ୍ଧା ଭାରତରେ ଏହା ସର୍ବାଧିକ ସବସ୍କ୍ରାଇବର ହାସଲ କରିବ ବୋଲି ନିକଟରେ ଏକ ସର୍ଭେରୁ ଜଣାପଡିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.