ୟାଙ୍ଗୋନ: ରବିବାର ମିଆଁମାର ସେନା ଆରମ୍ଭ କରିଛି ଅସ୍ତ୍ରବିରତି ଉଲ୍ଲଂଘନ । ଏହା ତିନି ମାସ ଧରି ଚାଲିବାକୁ ଥିବା ବେଳେ ଏହା ଦେଶରେ ଆତଙ୍କୀ ସମୂହ ଦ୍ବାରା ଅଧିକୃତ ଅଞ୍ଚଳରେ ଲାଗୁ ହେବ ନାହିଁ କୁହାଯାଇଛି । ଏହି ଦଳ ମଧ୍ୟରେ ମୁଖ୍ୟ ହେଉଛି ଆରାକାନ ଆର୍ମି (ଏଏ) । ପଶ୍ଚିମ ରାଖାଇନ ରାଜ୍ୟ ଓ ଉତ୍ତରପୂର୍ବ ଚିନରେ ନିଜର କାୟା ବିସ୍ତାର କରିଥିବା ଏହି ଦଳ ସହ ମିଆଁମାର ସେନାର ତିକ୍ତତା ଜାନୁଆରୀ ମାସରୁ ତୀବ୍ରତର ହୋଇଛି ।
ଏକପାକ୍ଷିକ ଏହି ଅସ୍ତ୍ରବିରତି ଉଲଂଘନ ନେଇ ସେନା ଅଧିକାରୀ ତତ୍ମାଦ ଘୋଷଣା କରିଛନ୍ତି । ତଦ୍ମାଦଙ୍କ ନାମରେ ପୂର୍ବରୁ ଅନେକ ଅମାନବୀୟ ଅପରାଧିକ ଅଭିଯୋଗ ରହିଥିବା ବେଳେ ଏହି ଅସ୍ତ୍ରବିରତି ଉଲଙ୍ଘନ ଘୋଷଣା ପଛର କାରଣ ସେ ସ୍ପଷ୍ଟ କରିନାହାନ୍ତି । ଏହି ଅସ୍ତ୍ରବିରତି ଉଲଙ୍ଘନ ଅଗଷ୍ଟ 31 ଯାଏଁ ବଳବତ୍ତର ରହିବା ନେଇ ସୂଚନା ରହିଥିବା ବେଳେ ଏହାର ଉଦ୍ଦେଶ୍ୟ କୋରୋନା ସଂକ୍ରମଣ ସହ ଲଢିବା ରହିବ ।
ସୂଚନା ଅନୁଯାୟୀ ମିଆଁମାର ସରକାର ମାର୍ଚ୍ଚ 23ରେ ଏଏ ସଙ୍ଗଠନକୁ ଆତଙ୍କୀ ସଂସ୍ଥା ଘୋଷଣା କରିଥିଲେ । ଏହି ସଂସ୍ଥା ସହ 2009ରୁ ବଚସା ଜାରି ରହିଥିବା ବେଳେ ଏହା 2018ରେ ଉଗ୍ର ରୂପ ନେଇଥିଲା । ଫଳ ସ୍ବରୂପ 1,50,000 ବିସ୍ଥାପିତ ହେବା ସହ ଶହ ଶହ ଲୋକେ ଆଖି ବୁଜିଥିଲେ । ସେପଟେ ଏହି ସଂସ୍ଥା ସହ ଆଉ ଏକ ସଂସ୍ଥା ଆରାକାନ ରୋହିଙ୍ଗ୍ୟା ସାଲଭେସନ ଆର୍ମି (ଏଆରଏସଏ)କୁ ମଧ୍ୟ ଦେଶରେ ଆତଙ୍କୀ ସଂସ୍ଥା ଭାବେ ଘୋଷଣା କରାଯାଇଛି ।
ତେବେ ଏହି ଅସ୍ତ୍ରବିରତି ଉଲଂଘନ ଘୋଷଣା ଖବର ପାଇ ଏଏ ମୁଖପାତ୍ର ଖାଇନ ଥୁଖା କହିଛନ୍ତି କି ବର୍ତ୍ତମାନ ମିଆଁମାର ସେନା ଉତ୍ତର ରାଖାଇନ ରାଜ୍ୟରେ ମୁହାଁମୁହିଁ ପରିସ୍ଥିତି ବାରମ୍ବାର ସୃଷ୍ଟି କରୁଥିବା ସରକାରଙ୍କ ସହ ସହଯୋଗ କରିବା ସମ୍ଭବପର ହେଉ ନାହିଁ । ଏନେଇ ସଙ୍ଗଠନ ମାର୍ଚ୍ଚରୁ ଅସ୍ତ୍ରବିରତ ଉଲଙ୍ଘନ ଆରମ୍ଭ କରିସାରିଛି । ଯାହା ଚଳିତ ମାସ ଶେଷ ସୁଦ୍ଧା ସରିବାର ସୂଚନା ରହିଛି ।
@IANS