ETV Bharat / international

କାବୁଲ ବିମାନବନ୍ଦରରେ ଆକ୍ରମଣ, ଜଣେ ଆଫଗାନ ସେନା ମୃତ - ଆଫଗାନ ସେନା ମୃତ

କାବୁଲରେ ଅଜଣା ଆକ୍ରମଣକାରୀ ଓ ଆଫଗାନ ସେନା ମଧ୍ୟରେ ସଂଘର୍ଷ ଘଟିଛି । ଏଥିରେ ଜଣେ ଆଫଗାନ ସେନାଙ୍କର ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ...

କାବୁଲ ବିମାନବନ୍ଦରରେ ଆକ୍ରମଣ, ଜଣେ ଆଫଗାନ ସେନା ମୃତ

author img

By

Published : Aug 23, 2021, 2:49 PM IST

ବର୍ଲିନ: ଆଫଗାନିସ୍ତାନର କାବୁଲ ବିମାନ ବନ୍ଦରରେ ଅଜଣା ଆକ୍ରମଣକାରୀମାନେ ଆଫିଗାନିସ୍ତାନର ସେନା ଉପରେ ସୋମବାର ଆକ୍ରମଣ କରିଛନ୍ତି । ଆଫଗାନିସ୍ତାନ ସୁରକ୍ଷା ବାହିନୀ ଏବଂ ଆକ୍ରମଣକାରୀଙ୍କ ମଧ୍ୟରେ ଉତ୍ତର ଗେଟ ନିକଟରେ ହୋଇଥିବା ଏହି ସଂଘର୍ଷରେ ଜଣେ ଆଫଗାନ ସେନାଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଏହି ସଂଘର୍ଷକୁ ରୋକିବା ପାଇଁ ଆମେରିକା ଓ ଜର୍ମାନ ସେନା ପ୍ରୟାସ କରିଥିଲେ ମଧ୍ୟ ଉଭୟ ସେନାର କେହି ଆହତ ହୋଇନଥିବା ସୂଚନା ମିଳିଛି ।

ତେବେ ଏହି ଆକ୍ରମଣକାରୀଙ୍କ ପରିଚୟ ମିଳିନାହିଁ । କାବୁଲ ଏୟାରପୋର୍ଟକୁ ତାଲିବାନୀମାନେ ଘେରାଉ କରି ରହିଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ NATO କିମ୍ବା ଆଫଗାନିସ୍ତାନ ସେନାଙ୍କ ଉପରେ ଆକ୍ରମଣ କରିନାହାନ୍ତି । ବ୍ରିଟିଶ ସେନାଙ୍କ ସୂଚନା ଅନୁସାରେ ଗତ ସୋମବାର ଦିନ କାବୁଲରେ ଦଳାଚକଟା ହୋଇ ୭ ଜଣ ଆଫଗାନିସ୍ତାନ ନାଗରିକଙ୍କ ମୃତ୍ୟୁ ଘଟିଥିଲା । ଏହି ଘଟଣା ଘଟିବାର କିଛି ସମୟ ପରେ ଅଜଣା ଆକ୍ରମଣକାରୀମାନେ ଆଫଗାନ ସେନାଙ୍କ ଉପରେ ଆକ୍ରମଣ କରିଥିଲେ ।

ଆଫଗାନିସ୍ତାନକୁ ତାଲିବାନ କବଜା କରିବାର ସପ୍ତାହେ ବିତିଯିବା ପରେ ମଧ୍ୟ କାବୁଲ ବିମାନ ବନ୍ଦରରେ ହଜାରରୁ ଅଧିକ ଲୋକ ଦେଶ ଛାଡ଼ି ଅନ୍ୟତ୍ର ଯିବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ଏହାରି ମଧ୍ୟରେ ଆଫାଗାନିସ୍ତାନରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ଭାରତ ପ୍ରୟାସ ଜାରି ରଖିଥିବା ବେଳେ ଅନେକଙ୍କୁ ସୁରକ୍ଷିତ ଭାବରେ ଭାରତରେ ପହଞ୍ଚାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.