ETV Bharat / international

ସାଣ୍ଡେଲରେ ମୃତ ମହିଳାଙ୍କୁ ଶ୍ରଦ୍ଧାଞ୍ଜଳି

ଇସ୍ତାନବୁଲର ଜଣେ କଳାକାର ଯୌନ ହିଂସାରେ ନିଜ ଜୀବନ ହରାଇଥିବା ମହିଳାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଏକ ନିଆରା ପଦକ୍ଷେପ ନେଇଛନ୍ତି ।

ସାଣ୍ଡେଲରେ ମୃତ ମହିଳାଙ୍କୁ ଶ୍ରଦ୍ଧାଞ୍ଜଳି
author img

By

Published : Oct 10, 2019, 1:55 PM IST

ଆଙ୍କରା: ଦିନକୁ ଦିନ ମହିଳାଙ୍କ ପାଇଁ ଅସୁରକ୍ଷିତ ପାଲଟୁଛି ତୁର୍କୀ । ବଢିବାରେ ଲାଗିଛି ଘରୋଇ ହିଂସା । ବିଶେଷ କରି ଅନେକ ମୁସଲିମ ବହୁଳ ରାଷ୍ଟ୍ରରେ ଏହାର ସ୍ଥିତି ଖୁବ ଗମ୍ଭୀର । ସବୁଠାରୁ ଦୁଃଖଦ ଘଟଣା ଏନେଇ ମାମଲା ରୁଜୁ କରିବା ତ ଦୂରର କଥା ଏହା ବିରୋଧରେ ସ୍ବର ମଧ୍ୟ ଉଠାଉ ନାହାଁନ୍ତି ।

ତୁର୍କୀ ଇସ୍ତାନବୁଲ ସହରରେ ଜଣେ କଳାକାର, ଯୌନ ହିଂସାରେ ନିଜ ଜୀବନ ହରାଇଥିବା ମହିଳାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଏକ ନିଆରା ପଦକ୍ଷେପ ନେଇଛନ୍ତି । ଏଠାକାର ଏକ ଜନଗହଳିପୂର୍ଣ୍ଣ ରାସ୍ତା ପାର୍ଶ୍ବରେ ଥିବା କାନ୍ଥରେ ସେ 440 ମହିଳାଙ୍କ ସ୍ୟାଣ୍ଡେଲକୁ ସଜାଇଛନ୍ତି । ସୂଚନାଯୋଗ୍ୟ ଯେ ଇସ୍ତାନବୁଲରେ 2018ରେ ଘରୋଇ ହିଂସାର 440 ଜଣ ମହିଳାଙ୍କ ମୃତ୍ୟୁ ହୋଇଥିଲା ।

ତୁର୍କୀର ଏକ ପରମ୍ପରା ଅନୁସାରେ ମୃତ ବ୍ୟକ୍ତିଙ୍କ ସ୍ମୃତିରେ ଘରର ମୁଖ୍ୟଦ୍ବାରରେ ମୃତକର ଚପଲକୁ ଲଗାଯାଇଥାଏ । ଏହି ପରମ୍ପରାକୁ ଆଧାର କରି ତୁର୍କୀ କଳାକାର ଟୁନା କାନ୍ଥରେ ମହିଳାଙ୍କ 440 ସ୍ୟାଣ୍ଡେଲକୁ ଲଗାଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଏନେଇ ସେ କହିଛନ୍ତି, ମୁଁ ଭାବୁଛି ଏହାଦ୍ବାରା ଲୋକଙ୍କ ମଧ୍ୟରେ ସଚେତନତା ବଢିବ । ଲୋକେ ହିଂସାକାଣ୍ଡକୁ ନେଇ ସତର୍କ ହେବେ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.