ଜାକର୍ତ୍ତା:ଭୂମିକମ୍ପରେ ଥରିଲା ଇଣ୍ଡୋନେସିଆର ପୂର୍ବ ପ୍ରଦେଶ ମାଲୁକୁ । ତେବେ ଆଜି(ରବିବାର) ଏହି ଭୂମିକମ୍ପ ଅନୁଭୁତ ହୋଇଥିବା ବେଳେ ଏହାର ରିକ୍ଟର ସ୍କେଲରେ ତୀବ୍ରତା 5.8 ରେକର୍ଡ କରାଯାଇଛି ବୋଲି ପାଣିପାଗ ବିଭାଗ ଏବଂ ଜିଓଫିଜିକ୍ସ ଏଜେନ୍ସି କହିଛି। ଏହି ଭୂକମ୍ପ ରାତି 2ଟା 22 ସମୟରେ 204 କିଲୋମିଟର ଉତ୍ତର-ପଶ୍ଚିମ ମାଲୁକୁ ଟେଙ୍ଗଗାରା ଜିଲ୍ଲାରେ ଏବଂ ସମୁଦ୍ର ଭିତରୁ 10 କିଲୋମିଟର ଗଭୀରରୁ ଏହି ଭୂକମ୍ପ ହୋଇଛି ।
ତେବେ, ଏଥିରେ କେହି ମୃତାହତ ହୋଇ ନ ଥିବା ବେଳେ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ । ସେହିପରି ସୁନାମୀର ମଧ୍ୟ ଆଲର୍ଟ ନାହିଁ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ