ETV Bharat / international

ଆଫଗାନ ସେନା ଆକ୍ରମଣରେ 32 ତାଲିବାନ ଆତଙ୍କବାଦୀ ନିହତ - Taliban militants killed in Afghanistan clash

ଉଭୟ ପକ୍ଷ ମଧ୍ୟରେ ହୋଇଥିବା ସଂଘର୍ଷରେ ସୁରକ୍ଷା ବାହିନୀର ଜଣେ ସଦସ୍ୟ ମଧ୍ୟ ପ୍ରାଣ ହରାଇଛନ୍ତି । ଘଟଣାରେ ଅନ୍ୟ 7 ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି।

ଆଫଗାନ ସେନାର ଆକ୍ରମଣରେ 32 ତାଲିବାନ ଆତଙ୍କବାଦୀ ନିହତ

author img

By

Published : Aug 17, 2020, 4:19 PM IST

କାବୁଲ: ଆଫଗାନିସ୍ତାନର ବଡଘୀସ ପ୍ରଦେଶରେ ତାଲିବାନ ଆତଙ୍କବାଦୀଙ୍କ ଶିବିରରେ ଆକ୍ରମଣ କରିଛନ୍ତି ସୁରକ୍ଷାକର୍ମୀ । ଏହାପରେ ଉଭୟ ପକ୍ଷ ମଧ୍ୟରେ ଗୁଳିବିନିମୟ ହୋଇଛି । ତେବେ ଏହି ଗୁଳି ବିନିମୟରେ 32 ଜଣ ତାଲିବାନ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡିଛି । ଘଟଣାରେ ଅନ୍ୟ 20 ଜଣ ଆହତ ହୋଇଥିବା ସୂଚନା ରହିଛି ।

ଏହି ଗୁଳିବିନିମୟ ମୁକର ଜିଲ୍ଲାର ସଞ୍ଜାଦକ ଅଞ୍ଚଳରେ ହୋଇଥିବା ପ୍ରାଦେଶିକ ପରିଷଦର ସଦସ୍ୟ ମହମ୍ମଦ ନାସିର ନଜରୀ କହିଛନ୍ତି । ନଜରୀ କହିବାନୁସାରେ, ଉଭୟ ପକ୍ଷ ମଧ୍ୟରେ ହୋଇଥିବା ସଂଘର୍ଷରେ ସୁରକ୍ଷା ବାହିନୀର ଜଣେ ସଦସ୍ୟ ମଧ୍ୟ ପ୍ରାଣ ହରାଇଛନ୍ତି । ଘଟଣାରେ ଅନ୍ୟ 7 ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି।

ଆଫଗାନିସ୍ତାନ ସେନା ଅନୁଯାୟୀ ସୁରକ୍ଷା ବାହିନୀ ତାଲିବାନ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜାରି ରଖିବେ । ସେମାନଙ୍କୁ ବଡଘୀସ ପ୍ରଦେଶରୁ ଦମନ କରିବେ, ଯାହାଫଳରେ ସେଠାରେ ଶାନ୍ତି ଫେରିବ ବୋଲି ସେନା ପକ୍ଷରୁ କୁହାଯାଇଛି । ସେପଟେ ଏହି ସଂଘର୍ଷକୁ ନେଇ ତାଲିବାନ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.